ବିଦେଶ ଯାତ୍ରା ପାଇଁ ଅନୁମତି ମାଗିଲେ ଜ୍ୟାକଲିନ୍, ଡିସେମ୍ବର ୨୨ରେ ପରବର୍ତ୍ତୀ ଶୁଣାଣି
ବିଦେଶ ଯାତ୍ରା ପାଇଁ ଅନୁମତି ମାଗିଲେ ଜ୍ୟାକଲିନ୍, ଡିସେମ୍ବର ୨୨ରେ ପରବର୍ତ୍ତୀ ଶୁଣାଣି
୨୦୦ କୋଟି ଟଙ୍କା ଠକେଇ ମାମଲା: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ ୨୩ ଡିସେମ୍ବରରୁ ୫ ଜାନୁଆରୀ ପର୍ଯ୍ୟନ୍ତ ବିଦେଶ ଯିବାକୁ ଅନୁମତି ମାଗିଛନ୍ତି । ଏହି ମାମଲାର ଶୁଣାଣି କୋର୍ଟ ଡିସେମ୍ବର ୨୨ରେ କରିବେ । ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାଁ ମଧ୍ୟ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ଥିଲା । ଅଭିନେତ୍ରୀ ମଙ୍ଗଳବାର ଅର୍ଥାତ୍ ଆଜି ପୁଣିଥରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ପହଞ୍ଚି କିଛି କାମ ପାଇଁ ବିଦେଶ ଯାତ୍ରା କରିବାକୁ କୋର୍ଟଙ୍କ ଅନୁମତି ମାଗିଥିଲେ । ଏହି ମାମଲାରେ ଡିସେମ୍ବର ୨୨ରେ ପରବର୍ତ୍ତୀ ଶୁଣାଣି ହେବ ।
କୋର୍ଟରେ ଜ୍ୟାକଲିନ୍
ଏହାପୂର୍ବରୁ ଡିସେମ୍ବର ୧୨ରେ ଏହି ମାମଲାକୁ ନେଇ ସ୍ୱତନ୍ତ୍ର ଜଜ୍ ଶଳେନ୍ଦ୍ର ମଲିକଙ୍କ କୋର୍ଟରେ ବିତର୍କ ହୋଇଥିଲା, ଯାହା ପରେ ଶୁଣାଣି ଡିସେମ୍ବର ୨୦କୁ ଘୁଞ୍ଚାଇ ଦିଆଯାଇଥିଲା । ଠକେଇ ମାମଲାରେ ଜ୍ୟାକଲିନଙ୍କ ନାମ ଆସିବା ଦିନଠାରୁ ସେ କ୍ରମାଗତ ଭାଗରେ ଚର୍ଚ୍ଚାରେ ରହିଆସିଛନ୍ତି ।

ମନି ଲଣ୍ଡରିଂ ମାମଲା କ'ଣ?
ବାସ୍ତବରେ, ଗତ ଏକ ବର୍ଷ ଧରି ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ନାଁ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ହୋଇ ରହିଛି । ଉଭୟଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରେ ସୁକେଶ ଚନ୍ଦ୍ରଶେଖରଙ୍କୁ ଟଙ୍କା ହେରଫେର ମାମଲାରେ ଗିରଫ କରାଯାଇଥିଲା । ଅଭିଯୋଗ ହୋଇଥିଲା ଯେ ସେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମେତ ଅନେକ ଲୋକଙ୍କୁ ଠକି ଟଙ୍କା ନେଉଥିଲେ । ଅଗଷ୍ଟ ୧୭ ରେ ଦାଖଲ ହୋଇଥିବା ଚାର୍ଜସିଟରେ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ଏହି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଅଭିଯୁକ୍ତ ଭାବରେ ନାମିତ କରିଥିଲା ।
ଏହି ମାମଲାରେ ନୋରା ପତେହିଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଥିଲା । ଏହା ବ୍ୟତୀତ ନୋରା ଫତେହି ଜ୍ୟାକଲିନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ । ନୋରା ଅଭିଯୋଗ କରିଥିଲେ ଯେ, ଜ୍ୟାକଲିନ ନିଜ ସ୍ୱାର୍ଥ ପାଇଁ ତାଙ୍କ କ୍ୟାରିଅରକୁ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି ।












Click it and Unblock the Notifications