Money Laundering Case:ପଟିଆଲା ହାଉସ କୋର୍ଟରେ ଜ୍ୟାକଲିନ୍, ଜାନୁଆରୀ ୨୫ରେ ହେବ ପରବର୍ତ୍ତୀ ଶୁଣାଣି
Money Laundering Case:ପଟିଆଲା ହାଉସ କୋର୍ଟରେ ଜ୍ୟାକଲିନ୍, ଜାନୁଆରୀ ୨୫ରେ ହେବ ପରବର୍ତ୍ତୀ ଶୁଣାଣି
Money Laundering Case: ଆଜି ପୁଣି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ପଟିଆଲା ହାଉସ କୋର୍ଟରେ ପହଞ୍ଚିଥିଲେ । ମହାଠକ୍ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ନାଁ ମଧ୍ୟ ଜଡିତ ଅଛି । ଏହା ପୂର୍ବରୁ ସେ ଅନେକ ଥର କୋର୍ଟରେ ହାଜର ହୋଇ ସାରିଛନ୍ତି ।

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ବିଦେଶ ଯିବା ପାଇଁ କୋର୍ଟଙ୍କ ଅନୁମତି ମାଗିଥିଲେ, ଯେଉଁଥିପାଇଁ ଅଭିନେତ୍ରୀଙ୍କ ଆବେଦନ ଉପରେ କୋର୍ଟ ଇଡିଙ୍କୁ ନୋଟିସ ଜାରି କରିଛନ୍ତି । ବର୍ତ୍ତମାନ ଅଭିନେତ୍ରୀଙ୍କ ଆବେଦନ ଉପରେ ଆସନ୍ତା ଜାନୁଆରୀ ୨୫, 2023 ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ସୂଚନା ଅନୁସାରେ, ଜ୍ୟାକଲିନ୍ ଜାନୁୟାରୀ 29 ତାରିଖରେ ଗୋଟିଏ ଦିନ ପାଇଁ ଦୁବାଇ ଯିବାକୁ ଅନୁମତି ମାଗିଛନ୍ତି। ଏହାପୂର୍ବରୁ ଜ୍ୟାକଲିନ ଗତ ବର୍ଷ ଡିସେମ୍ବର 23 ରୁ ଜାନୁୟାରୀ 5 ପର୍ଯ୍ୟନ୍ତ ବହରିନ ଯିବା ପାଇଁ ଅନୁମତି ମାଗିଥିଲେ।
୨୦୦ କୋଟି ଟଙ୍କା ଠକେଇ ମାମଲା
ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ 200 କୋଟି ଟଙ୍କା ହେରଫେର ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ବିବାଦ ଘେରକୁ ଆସିବା ପରଠାରୁ ଜ୍ୟାକଲିନ କ୍ରମାଗତ ଭାବେ ଚର୍ଚ୍ଚାରେ ଅଛନ୍ତି । ପ୍ରାୟତଃ ତାଙ୍କୁ ଇଡି କାର୍ଯ୍ୟାଳୟ ଏବଂ କୋର୍ଟର ଚକ୍କର କାଟିବା ପାଇଁ ପଡୁଛି ।
ମନି ଲଣ୍ଡରିଂ ମାମଲା କ'ଣ?
ବାସ୍ତବରେ, ଗତ ଏକ ବର୍ଷ ଧରି ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ନାଁ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ହୋଇ ରହିଛି । ଉଭୟଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରେ ସୁକେଶ ଚନ୍ଦ୍ରଶେଖରଙ୍କୁ ଟଙ୍କା ହେରଫେର ମାମଲାରେ ଗିରଫ କରାଯାଇଥିଲା । ଅଭିଯୋଗ ହୋଇଥିଲା ଯେ ସେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମେତ ଅନେକ ଲୋକଙ୍କୁ ଠକି ଟଙ୍କା ନେଉଥିଲେ । ଅଗଷ୍ଟ ୧୭ ରେ ଦାଖଲ ହୋଇଥିବା ଚାର୍ଜସିଟରେ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ଏହି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଅଭିଯୁକ୍ତ ଭାବରେ ନାମିତ କରିଥିଲା । ଏହି ମାମଲାରେ ନୋରା ପତେହିଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଥିଲା । ଏହା ବ୍ୟତୀତ ନୋରା ଫତେହି ଜ୍ୟାକଲିନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ । ନୋରା ଅଭିଯୋଗ କରିଥିଲେ ଯେ, ଜ୍ୟାକଲିନ ନିଜ ସ୍ୱାର୍ଥ ପାଇଁ ତାଙ୍କ କ୍ୟାରିଅରକୁ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି ।












Click it and Unblock the Notifications