୨୦୦ କୋଟି ଟଙ୍କା ଠକେଇ ମାମଲା: ଜ୍ୟାକଲିନଙ୍କୁ ମିଳିଲା ଜାମିନ
୨୦୦ କୋଟି ଟଙ୍କା ଠକେଇ ମାମଲା: ଜ୍ୟାକଲିନଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କା ଠକେଇ ମାମଲା । ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଲା ଜାମିନ । ଅଭିନେତ୍ରୀଙ୍କୁ ୨ ଲକ୍ଷ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ମଙ୍ଗଳବାର (ନଭେମ୍ବର 15) କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏଥିସହ କୋର୍ଟ ସର୍ତ୍ତ ରଖିଛନ୍ତି ଯେ ଅଭିନେତ୍ରୀ କୋର୍ଟଙ୍କ ବିନା ଅନୁମତିରେ ଦେଶ ଛାଡି ପାରିବେ ନାହିଁ ।ତେବେ ଏହି ମାମଲାର ପରବର୍ତ୍ତି ଶୁଣାଣି ନଭେମ୍ବର ୨୪ ତାରିଖରେ ହେବ ।
ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ହେରଫେର ମାମଲାର ଯାଞ୍ଚ ବେଳେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାଁ'ସାମ୍ନାକୁ ଆସିଥିଲା ଯାହା ପରେ ଅଭିନେତ୍ରୀଙ୍କ ସମସ୍ୟା ବଢିଯାଇଥିଲା । ଅଭିନେତ୍ରୀ ସୁକେଶ ଚନ୍ଦ୍ରଶେଖରଙ୍କଠୁ ଦାମୀ ଉପହାର ପାଇଥିଲେ । ଅଗଷ୍ଟ ୧୭ରେ ଇଡି ତରଫରୁ ପଡିଆଲା କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଯେଉଁଥିରେ ଜ୍ୟାକଲିନ୍ ୨୦୦ କୋଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହା ପରେ କୋର୍ଟ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଥିଲା ।

ତେବେ ଶୁଣାଣି ସମୟରେ ଦିଲ୍ଲୀ କୋର୍ଟ ଇଡିକୁ ପ୍ରଶ୍ନ କରିଥିଲେ ଯେ ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଲୁକଆଉଟ୍ ନୋଟିସ ଜାରି ହେବା ପରେ ମଧ୍ୟ ଅଭିନେତ୍ରୀଙ୍କୁ କାହିଁକି ଗିରଫ କରାଯାଇ ନାହିଁ? ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନେ ଏବେ ଜେଲରେ ଥିବା ବେଳେ ଏପରି 'ବାଛ ବିଚାର ନୀତି' କାହିଁକି ଗ୍ରହଣ କରାଯାଉଛି ବୋଲି ଅଦାଲତ ତଦନ୍ତକାରୀ ଏଜେନ୍ସି ଇଡିକୁ ପଚାରିଥିଲେ ।
୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲା କ'ଣ?
୨୦୦ କୋଟି ଟଙ୍କା ଟଙ୍କା ହେରଫେର ମାମଲାରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ବର୍ତ୍ତମାନ ଜେଲରେ ଅଛନ୍ତି । ତେବେ ଏହି ମାମଲାରେ ଅଗଷ୍ଟ ୧୭ରେ ଇଡି ତରଫରୁ ପଡିଆଲା କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଯେଉଁଥିରେ ଜ୍ୟାକଲିନ୍ ୨୦୦ କୋଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହା ପରେ କୋର୍ଟ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଥିଲା । ଟଙ୍କା ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ହେବା ପରେ ଜ୍ୟାକଲିନଙ୍କ ଓକିଲ ଜାମିନ ଆବେଦନ କରିଥିଲେ।












Click it and Unblock the Notifications