ଗିରଫ ହୋଇ ପାରନ୍ତି ଅଭିନେତ୍ରୀ ଜ୍ୟାକଲିନ୍!

MUMBAI: Jacqueline Fernandez Likely To Be Arrested .ଗିରଫ ହୋଇ ପାରନ୍ତି ଅଭିନେତ୍ରୀ ଜ୍ୟାକଲିନ୍!

ମୁମ୍ବାଇ: ପୁଣି ଅଡୁଆରେ ଜ୍ୟାକଲିନ୍ । ଗିରଫ ହୋଇ ପାରନ୍ତି ଅଭିନେତ୍ରୀ ଜ୍ୟାକଲିନ୍ । ୨୧୫ କ‌ୋଟି ଟଙ୍କା ବଟି ଆଦାୟ ମାମଲାରେ ଇଡି ଦ୍ବାରା ଦାଖଲ ହୋଇଥିବା ଚାର୍ଜସିଟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇଛି । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍‌ଙ୍କୁ ଆଜି ଅଭିଯୁକ୍ତ କରିଛି । ରିପୋର୍ଟ ଅନୁସାରେ ଅଭିନେତ୍ରୀ ଜ୍ୟାକଲିନ୍ ସୁକେଶ ଜଣେ ଅପରାଧୀ ବୋଲି ପୂର୍ବରୁ ଜାଣିଥିଲେ । ଏହା ପରେ ମଧ୍ୟ ତାଙ୍କ ସହ ସମ୍ପର୍କରେ ଥିଲେ । ଏହି କାରଣରୁ ଇଡି ଜ୍ୟାକଲିନଙ୍କ ଉପରେ ଚାପ ପକାଇଛନ୍ତି । ତେବେ ଅଦ୍ୟାବଧି କୋର୍ଟ ଚାର୍ଜସିଟ୍‌କୁ ଏ ପର୍ଯ୍ୟନ୍ତ ଗ୍ରହଣ କରି ନଥିବାରୁ ଏପର୍ଯ୍ୟନ୍ତ ଜ୍ୟାକଲିନଙ୍କୁ ଗିରଫ କରାଯାଇ ନାହିଁ ।

Jacqueline Fernandez

ସୁକେଶ ଚନ୍ଦ୍ରଶେଖର ୨୧୫ କୋଟି ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି । ମାମଲାର ଅନୁସନ୍ଧାନରୁ ଜଣାପଡିଛି ଯେ ସୁକେଶ ଜ୍ୟାକଲିନଙ୍କୁ ଅନେକ ମହଙ୍ଗା ଉପହାର ଦେଇଛନ୍ତି। ଇଡି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୭ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ମଧ୍ୟ ଆଟାଚ୍ କରିଛି । ସୁକେଶ ଚନ୍ଦ୍ରଶେଖର ପିଙ୍କି ଇରାନୀଙ୍କ ସାହାଯ୍ୟରେ ଜ୍ୟାକଲିନଙ୍କୁ ମହଙ୍ଗା ଉପହାର ପଠାନ୍ତି । ରିପୋର୍ଟ ଅନୁସାରେ, ବଟି ଆଦାୟ ଅର୍ଥରେ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କୁ ୫.୭୧ ଟଙ୍କା ମୂଲ୍ୟର ଉପହାର ଦେବା ସହ ସେ ଅଭିନେତ୍ରୀଙ୍କ ପରିବାର ଲୋକଙ୍କୁ ପ୍ରାୟ ୧୭୩,୦୦୦ ଆମେରିକୀୟ ଓ ୨୭,୦୦୦ ଅଷ୍ଟ୍ରେଲୀୟ ଡଲାର୍‌ ପାଣ୍ଠି ଆକାରରେ ମଧ୍ୟ ଦେଇଛନ୍ତି । ସେହିପରି ବିଭିନ୍ନ ରାଜ୍ୟରେ ସୁକେଶଙ୍କ ଉପରେ ପ୍ରାୟ ୩୨ଟି ଅପରାଧିକ ମାମଲା ମଧ୍ୟ ରହିଛି । ତେବେ ସୁକେଶଙ୍କ ବିରୋଧରେ ସିବିଆଇ, ଇଡି ଏବଂ ଆୟକର ଯାଞ୍ଚ ମଧ୍ୟ ଚାଲିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+