ହଲିଉଡରେ ଚମକିବେ ଜ୍ୟାକଲିନ
'ଟେଲ ଇଟ ଲାଇକ ଏ ୱମେନ' ନାମକ ଏକ ହଲିଉଡ ଫିଲ୍ମରେ ନିଜ ହଲିଉଡ ଡେବ୍ୟୁ କରିବେ ଜ୍ୟାକଲିନ୍ ।Jacqueline-Fernandez ,BOLLYWOOD .Hollywood
ମୁମ୍ବାଇ: ଆଲିଆଙ୍କ ହଲିଉଡ ଡେବ୍ୟୁ ପରେ ଏବେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ହଲିଉଡରେ ଦେଲେ ପାଦ ।ପୂର୍ବରୁ ବଲିଉଡ ଅନେକ ସେଲିବ୍ରିଟି ହଲିଉଡ ଫିଲ୍ମରେ ନଜର ଆସିସାରିଲେଣି ।ନିକଟରେ ଜ୍ୟାକଲିନ ସୋସିଆଲ ମିଡିଆରେ ନିଜର ପ୍ରଥମ ହଲିଉଡ ଫିଲ୍ମର ପୋଷ୍ଟର ସେୟାର କରି ଫ୍ୟାନ୍ସଙ୍କୁ ଦେଇଛନ୍ତି ଖୁସି ଖବର ।ତେବେ 'ଟେଲ ଇଟ ଲାଇକ ଏ ୱମେନ' ନାମକ ଏକ ହଲିଉଡ ଫିଲ୍ମରେ ନିଜ ହଲିଉଡ ଡେବ୍ୟୁ କରିବେ ଜ୍ୟାକଲିନ୍ ।
ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଜ୍ୟାକଲିନ ନିକଟରେ ଫ୍ୟାନ୍ସଙ୍କୁ ଏହାର ସୂଚନା ଦେଇଥିଲେ ଯାହାପରେ ତାଙ୍କୁ ଅନେକ ଶୁଭେଚ୍ଛା ମିଳିବାରେ ଲାଗିଛି । ଏହି ଫିଲ୍ମରେ ଜଣେ ନୁହେଁ ବରଂ
ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ୮ ଜଣ ମହିଳା ନଜର ଆସିବେ । ପୋଷ୍ଟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ମାର୍ଗେରିଟା,ମାରସିୟା ଗେ ହାରଡେନ , ,ଇଭା ଲଙ୍ଗୋରିଆ, ଆନ୍ ୱାଟାନାବେ ,କାରା ଡେଲିଭେଙ୍ଗେନ୍, ଏବଂ ଜେନିଫର୍ ହଡସନ୍ ଦେଖିବାକୁ ମିଳିଛି । ଏହା ଏକ କମେଡି ଡ୍ରାମା ଫିଲ୍ମ । ଅନ୍ୟପଟେ ଜ୍ୟାକଲିନ୍ 'ସର୍କସ' ଓ 'ରାମ ସେତୁ'ରେ ମଧ୍ୟ ନଜର ଆସିବେ ।













Click it and Unblock the Notifications