୨୦୦ କୋଟି ଟଙ୍କା ଠକେଇ ମାମଲା: ଜ୍ୟାକଲିନଙ୍କୁ ମିଳିଲା ଆଗୁଆ ଜାମିନ

୨୦୦ କୋଟି ଟଙ୍କା ଠକେଇ ମାମଲା: ଜ୍ୟାକଲିନଙ୍କୁ ମିଳିଲା ଆଗୁଆ ଜାମିନ

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଅଭିନେତ୍ରୀଙ୍କୁ ମିଳିଲା ଆଗୁଆ ଜାମିନ । ଜ୍ୟାକଲିନଙ୍କୁ ପଟିଆଲା ହାଉସ କୋର୍ଟ ପକ୍ଷରୁ ୫୦ ହଜାର ମୁଚାଲିକା(ବଣ୍ତ) ବଦଳରେ ଜାମିନ ମିଳିଛି । ଜାମିନ ଆବେଦନର ଶୁଣାଣି ସମୟରେ ଅଭିନେତ୍ରୀ କୋର୍ଟରେ ଉପସ୍ଥିତ ଥିଲେ ।

jacqueline fernandez

ନିକଟରେ EOW ଅଭିନେତ୍ରୀଙ୍କୁ ୧୫ ଘଣ୍ଟା ଧରି ପଚରାଉଚରା କରିଥିଲା। ଇଡି ଓ ଦିଲ୍ଲୀ ପୋଲିସ ପଚରାଉଚରା ପରେ ଏହା ସ୍ପଷ୍ଟ ହୋଥିଲା ଯେ ସୁକେଶ ଏବଂ ଜ୍ୟାକଲିନଙ୍କ ମଧ୍ୟରେ ଘନିଷ୍ଟ ସମ୍ପର୍କ ରହିଛି । ଯାହା ପରେ ଇଡି ୨୦୦ କୋଟି ଠକେଇ ମାମଲାରେ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍ ଦାଖଲ କରିଥିଲା । ଯେଉଁଥିରେ ଅଭିନେତ୍ରୀ ଜ୍ୟାକଲିନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଇଡି ଚାର୍ଜସିଟ୍ ଆଧାରରେ ଆଜି ଅଭିନେତ୍ରୀଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ସେ କୋର୍ଟରେ ହାଜର ହୋଇଥିଲେ ଓ ତାଙ୍କୁ ଆଗୁଆ ଜାମିନ ମଧ୍ୟ ମିଳିଛି ।

ଅଗଷ୍ଟ ୧୭ରେ ଇଡି ଏକ ଚାର୍ଜସିଟ୍ ଦାଖଲ କରିଥିଲା ​​ଯେଉଁଥିରେ ଜ୍ୟାକଲିନ୍ ମଧ୍ୟ ୨୦୦ କୋଟି ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଯାହା ପରେ ଜ୍ୟାକଲିନଙ୍କର ଚିନ୍ତା ବଢିଯାଇଥିଲା । ତେବେ ବର୍ତ୍ତମାନ ଜ୍ୟାକଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି । ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଛି ।

ଜ୍ୟାକଲିନଙ୍କ ଷ୍ଟାଇଲିଷ୍ଟଙ୍କୁ ପଚରାଉଚରା କରାଯାଇଥିଲା
ସେପ୍ଟେମ୍ବର ୨୧ରେ ଦିଲ୍ଲୀ ପୋଲିସର EWO ସାତ ଘଣ୍ଟା ଧରି ଜ୍ୟାକନିଲ ଫର୍ଣ୍ଣାଣ୍ଡିଜଙ୍କ ଡ୍ରେସ ଡିଜାଇନର୍ Lipakshiଙ୍କୁ ପଚରାଉଚରା କରାଯାଇଥିଲା । ଯେଉଁଥିରେ ସେ ସୁକେଶ ଏବଂ ଜ୍ୟାକଲିନଙ୍କ ବିଷୟରେ ଅନେକ ତଥ୍ୟ ପ୍ରକାଶ କରିଥିଲେ । ଜ୍ୟାକଲିନଙ୍କୁ ପୋଷାକ ଏବଂ ଉପହାର ଦେବା ପାଇଁ ସୁକେଶ ତାଙ୍କୁ ତିନି କୋଟି ଟଙ୍କା ଦେଇଥିଲେ ବୋଲି ପୋଲିସକୁ ସୂଚନା ଦେଇଥିଲେ ଷ୍ଟାଇଲିଷ୍ଟ । Lipakshi ଏହା ମଧ୍ୟ କହିଥିଲେ ଯେ ସୁକେଶ ଚନ୍ଦ୍ରଶେଖରଙ୍କୁ ଗିରଫ କରାଯିବା ପରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ତାଙ୍କର ସମସ୍ତ ସମ୍ପର୍କ ଛିନ୍ନ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+