ଜ୍ୟାକଲିନଙ୍କୁ ଏକ୍ସପୋଜ୍ କରିବେ ମହାଠକ୍ ସୁକେଶ ଚନ୍ଦ୍ରଶେଖର !
Jacqueline Fernandez and Sukesh Chandrashekhar Case Update: ମହାଠକ୍ ସୁକେଶ ଚନ୍ଦ୍ରଶେଖର ଏବଂ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଦୀର୍ଘ ଦିନ ହେବ ଚର୍ଚ୍ଚାରେ ରହିଆସିଛନ୍ତି । ପ୍ରାୟତଃ ଉଭୟଙ୍କୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଖବର ପ୍ରକାଶ ପାଇଥାଏ ।
ଗୋଟିଏ ପଟେ ସୁକେଶ ଚନ୍ଦ୍ରଶେଖର ଜେଲରୁ ଅଭିନେତ୍ରୀ ଜ୍ୟାକଲିନଙ୍କୁ ନିଜ ପ୍ରେମିକା ବୋଲି କହି ପ୍ରେମ ଚିଠି ଲେଖୁଥିବା ବେଳେ ଅନ୍ୟ ପଟେ ଜ୍ୟାକଲିନ କିନ୍ତୁ ସୁକେଶଙ୍କ ସହତି ଜଡିତ ପ୍ରତ୍ୟେକ କଥାକୁ ଇଗନୋର୍ କରୁଥିବାରେ ଦେଖିବା ପାଇଁ ମିଳୁଛି । ବର୍ତ୍ତମାନ ସୁକେଶ ଅଭିନେତ୍ରୀ ଜ୍ୟାକଲିନଙ୍କ ବିରୋଧରେ କିଛି ସିକ୍ରେଟ୍ ଚାଟ୍ ପ୍ରମାଣ ଭାବେ ବ୍ୟବାହର କରିପାରନ୍ତି ବୋଲି ଖବର ରହିଛି ।

ସେପଟେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ କୋର୍ଟଙ୍କୁ ଏକ ବିଶେଷ ଅନୁରୋଧ କରିଛନ୍ତି। ଅଭିନେତ୍ରୀ ନିକଟରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ଯେ, ତାଙ୍କ ବିରୋଧରେ ସୂଚନା ଦେବା ବନ୍ଦ କରିବାକୁ ସୁକେଶଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି । ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ 200 କୋଟି ଟଙ୍କା ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ବାତିଲ କରିବାକୁ ମଧ୍ୟ ସେ ଅନୁରୋଧ କରିଥିଲେ।
ସୂଚନଥାଉ ଯେ, ଅଗଷ୍ଟ 17, 2022 ରେ, ଇଡି ଜ୍ୟାକଲିନଙ୍କ ବିରୋଧରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କରିଥିଲା । ଚାର୍ଜସିଟ ଅନୁଯାୟୀ ଜ୍ୟାକଲିନ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସୁକେଶଙ୍କଠାରୁ ମହଙ୍ଗା ଉପହାର ନେଇଥିଲେ। ଏହି ଉପହାରଗୁଡ଼ିକର ମୂଲ୍ୟ 71 ଲକ୍ଷ ଟଙ୍କା ବୋଲି କୁହାଯାଇଥିଲା। ପରେ ଇଡି ଅଭିନେତ୍ରୀଙ୍କ 7 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ମଧ୍ୟ ଜବତ କରିଥିବା ନେଇ ଖବର ପ୍ରକାଶ ପାଇଥିଲା ।
ଜ୍ୟାକଲିନ୍ 2009ଚରେ ଆଲାଦିନ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ ଏବଂ ଏହା ପରେ ସେ କିକ୍, ମର୍ଡର 2, ଏ ଜେଣ୍ଟଲମ୍ୟାନ୍ ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । ସେହିପରି ଅଭିନେତ୍ରୀ ଖୁବ୍ ଶୀଘ୍ର ମଲ୍ଟି ଷ୍ଟାର୍ ଫିଲ୍ମ ୱେଲକମ୍ 3ରେ ନଜର ଆସିବେ ।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ସୁକେଶ ଜ୍ୟାକାଲିନଙ୍କ ନାଁ ନ ନେଇ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ , ସେ ଖୁବ୍ ଶୀଘ୍ର ଜଣେ ବ୍ୟକ୍ତିଙ୍କୁ ଏକ୍ସପୋଜ୍ କରିବାକୁ ଯାଉଛନ୍ତି । ସେ ସେହି ବ୍ୟକ୍ତିଙ୍କ ଚାଟ୍, ସ୍କ୍ରିନସଟ୍ ଏବଂ ରେକର୍ଡିଂ ସବୁ ପ୍ରମାଣ ଭାବେରେ ବ୍ୟବାହାର କରିବେ ।












Click it and Unblock the Notifications