ଫିଲ୍ମ ପୁଷ୍ପା-୨ ଶହ ରିଲିଜ୍ ହେବ ସନ୍ନି ଦେଓଲଙ୍କ ଏହି ଫିଲ୍ମର ଟିଜର
Jaat Teaser Lunch: ଅଭିନେତା ସନ୍ନି ଦେଓଲଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ପୁଣି ଏକ ଜବରଦସ୍ତ ସିନେମା ସହ ବକ୍ସ ଅଫିସରେ ନିଜ ଜଲୱା ଦେଖାଇବା ପାଇଁ ଆସୁଛନ୍ତି ଅଭିନେତା । 'ଗଦର ୨' ଜବରଦସ୍ତ ସଫଳତା ପରେ ପୁଣି ବଡ ପରଦାରେ ସନ୍ନି ଦେଓଲଙ୍କୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଏନେଇ ବର୍ତ୍ତମାନ ଅଭିନେତା ଏକ ପୋଷ୍ଟ ସେୟାର ନିଜେ ସୂଚନା ଦେଇଛନ୍ତି । ସନ୍ନିଙ୍କ ଆଗାମୀ ଚଳଚ୍ଚିତ୍ର 'ଜଟ'ର ଟିଜର ରିଲିଜ୍ ତାରିଖ ଘୋଷଣା କରାଯାଇଛି ।

ସନ୍ନି ଦେଓଲଙ୍କ ଆଗାମୀ ଚଳଚ୍ଚିତ୍ର ହେଉଛି ଜଟ୍,ଏହି ଫିଲ୍ମ ବିଷୟରେ ସେ ନିକଟରେ ସୂଚନା ଦେଇଥିଲେ । ହେଲେ ଏହି ଚଳଚ୍ଚିତ୍ର କେବେ ରିଲିଜ ହେବ ସେନେଇ କୌଣସି ସୂଚନା ପ୍ରକାଶ ପାଇ ନଥିଲା । ହେଲେ ଫିଲ୍ମ ଜଟର ଟିଜର ପୁଷ୍ପା-2 ଫିଲ୍ମ ସହ ଡିସେମ୍ବର 5 ତାରିଖରେ ରିଲିଜ୍ ହେବାକୁ ଯାଉଛି । ସନ୍ନି ନିଜେ ଏନେଇ ସୂଚନା ଦେଇଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ତେବେ ଫିଲ୍ମ 'ଜଟ୍'ର ଟିଜର 12500ରୁ ଅଧିକ ସ୍କ୍ରିନରେ ରିଲିଜ୍ ହେବା ନେଇ ସୂଚନା ରହିଛି।












Click it and Unblock the Notifications