ସୋନୁ ସୁଦଙ୍କ ଅଫିସରେ ଆଇଟି ରେଡ୍
ବଲିଉଡ ଅଭିନେତା ସୋନୁ ସୁଦଙ୍କ ଅଫିସରେ ଆଇଟି ରେଡ୍ । ମୁମ୍ବାଇ ସମେତ ୬ଟି ସ୍ଥାନରେ ରେଡ୍ କରୁଛି ଆୟକର ବିଭାଗ ।
ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଅଫିସରେ ଆଇଟି ରେଡ୍ । ମୁମ୍ବାଇ ସମେତ ୬ଟି ସ୍ଥାନରେ ରେଡ୍ କରୁଛି ଆୟକର ବିଭାଗ । ମିଳିଥିବା ଖବର ଅନୁଯାୟୀ, ଆଇଟି ଟିମ୍ ଏବେ ସୋନୁଙ୍କ ମୁମ୍ବାଇ କାର୍ଯ୍ୟାଳୟରେ ଉପସ୍ଥିତ ଅଛନ୍ତି। ତାଙ୍କର ଏକ ସମ୍ପତ୍ତିର ଆକାଉଣ୍ଟ ବୁକରେ ଅନିୟମିତତା ଅଭିଯୋଗ ଆସିବା ପରେ ଆୟକର ବିଭାଗ ଏହା ଉପରେ ସର୍ଭେ କରୁଛି।

ସୂଚନଯୋଗ୍ୟ, ନିକଟରେ ଦିଲ୍ଲୀ ସରକାର ସୋନୁ ସୁଦଙ୍କୁ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଜଡିତ ଏକ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସାଡର କରିଛନ୍ତି। ଆଉ ଏହା ପରେ ପରେ ସୋନୁ ସୁଦଙ୍କ ଘରେ ଏହି ଏହି ଆଇଟି ରେଡ୍ ପଡିଛି । ତେବେ ସେ ଆମ୍ ଆଦମୀ ପାର୍ଟିରେ ଯୋଗଦେବା ନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା । କିନ୍ତୁ ପରେ ସୋନୁ ନିଜେ କହିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ରାଜନୀତିକୁ ନେଇ ତାଙ୍କର କୌଣସି ଆଲୋଚନା ହୋଇନାହିଁ।
କରୋନା ମହାମାରୀ ଏବଂ ଲକଡାଉନ୍ ସମୟରେ ସୋନୁ ସୁଦ୍ ଗରିବଙ୍କ ମସିହା ସାଜିଥିଲେ । କରୋନା ଲକଡାଉନ୍ ସମୟରେ ସୋନୁ ସୁଦ୍ ଅନେକ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ଫେରାଇ ଆଣିବାକୁ ସାହାଯ୍ୟ କରୁଥିଲେ । ଏହା ପରେ ସେ କ୍ରମାଗତ ଭାବରେ ଦେଶର ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ପଞ୍ଜାବ ଏବଂ ଦିଲ୍ଲୀ ସରକାର ସମେତ ସୋନୁଙ୍କ ସହ କାମ କରିବାକୁ ଅନେକ ରାଜ୍ୟ ସରକାର ହାତ ମିଳାଇଛନ୍ତି। ଏହା ବ୍ୟତୀତ ସୋନୁ ଗୁଡୱାର୍କର୍ ଜବ୍ ଆପ୍, ସ୍କଲାରସିପ୍ ପ୍ରୋଗ୍ରାମ୍ ମଧ୍ୟ ଚଳାଇଛନ୍ତି । ସେମାନେ ଦେଶର 16 ଟି ସହରରେ ଅମ୍ଳଜାନ କାରଖାନା ମଧ୍ୟ ସ୍ଥାପନ କରୁଛନ୍ତି ।












Click it and Unblock the Notifications