'ପୁଷ୍ପା' ଫିଲ୍ମ ନିର୍ମାତାଙ୍କ ଘରେ ଆଇଟି ରେଡ୍
'ପୁଷ୍ପା' ଫିଲ୍ମ ନିର୍ମାତାଙ୍କ ଘରେ ଆଇଟି ରେଡ୍
ହାଇଦ୍ରାବାଦ: ଅନେକ କାରଣରୁ ଆଲ୍ଲୁ ଅର୍ଜୁନ ଷ୍ଟାରର ଫିଲ୍ମ ପୁଷ୍ପା ଲାଇମ୍ ଲାଇଟରେ ରହିଥାଏ । ହେଲେ ବର୍ତ୍ତମାନ ସୂଚନା ଅନୁସାରେ, ଆଇନ୍ ଜାଲରେ ଛନ୍ଦି ହୋଇଛନ୍ତି ଫିଲ୍ମ ପୁଷ୍ପାର ନିର୍ମାତା । ଆୟକର ବିଭାଗର ଅଧିକାରୀମାନେ ସୋମବାର ଦିନ ତେଲୁଗୁ ପ୍ରଡକ୍ସନ କମ୍ପାନୀ ମୈତ୍ରୀ ଅଫିସରେ ଚଢାଉ କରିଛନ୍ତି ।

ଏହି ଫିଲ୍ମ ପ୍ରଡକ୍ସନ କମ୍ପାନୀର ତିନି ମାଲିକ ରବିଶଙ୍କର, ନବୀନ ଅର୍ଣ୍ଣେନୀ ଏବଂ ଚେରୁକୁରୀ ମୋହନଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଆଇଟି ଅଧିକାରୀଙ୍କ ଦଳ ଏକାସାଙ୍ଗରେ ଚଢାଉ କରିଥିଲା । କମ୍ପାନୀ ଏହାର ଆୟ ଉପରେ ଟିକସ ଦେଇଛି କି ନାହିଁ ଜାଣିବା ପାଇଁ ଅଧିକାରୀମାନେ ଫିଲ୍ମ ନିର୍ମାତାଙ୍କ ରେକର୍ଡ ଯାଞ୍ଚ କରୁଥିଲେ । ମୋଟ ୧୫ ଟି ସ୍ଥାନରେ ଚଢାଉ କରାଯାଇଥିଲା । ତେବେ ଫିଲ୍ମ ପ୍ରଡକ୍ସନ ତରଫରୁ କିନ୍ତୁ ଏହି ଚଢାଉକୁ ନେଇ କୌଣସି ସୂଚନା ଦିଆଯାଇ ନାହିଁ ।
ମୈତ୍ରୀ ପ୍ରଡକ୍ସନ ହାଉସ୍ ଅନେକ ସୁପରହିଟ୍ ଫିଲ୍ମ ସାଉଥ ଇଣ୍ତଷ୍ଟ୍ରିକୁ ଭେଟି ଦେଇଛି । 'ପୁଷ୍ପା', 'ରଙ୍ଗସ୍ତାଲମ୍', 'ଜନତା ଗ୍ୟାରେଜ୍ ପରି ସୁପରହିଟ୍ ଫିଲ୍ମ ଭେଟି ଦେଇସାରିଛି । ଟିକସ ଫାଙ୍କିବା ଅଭିଯୋଗ ଆସିବା ପରେ ଆଇଟି ଅଧିକାରୀମାନେ ଚଢାଉ କରିଥିଲେ ।












Click it and Unblock the Notifications