୪ ବର୍ଷ ହେଲାଣି ହେଲେ ଏ ପର୍ଯ୍ୟନ୍ତ ସାଜିଦଙ୍କ ଅପରାଧ ପ୍ରମାଣିତ ହୋଇନାହିଁ: ରାକ୍ଷୀ ସାୱନ୍ତ

୪ ବର୍ଷ ହୋଇଗଲାଣି ହେଲେ ଏ ପର୍ଯ୍ୟନ୍ତ ସାଜିଦଙ୍କ ଅପରାଧ ପ୍ରମାଣିତ ହୋଇନାହିଁ: ରାକ୍ଷୀ ସାୱନ୍ତ

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ସାଜିଦ ଖାନ ବିଗ୍ ବସ- ୧୬ରେ ନଜର ଆସୁଛନ୍ତି । ଘର ଭିତର ଅପେକ୍ଷା ଘର ବାହେରେ ଏବେ ସାଜିଦଙ୍କୁ ନେଇ ସୃଷ୍ଟି ହୋଇଛି ଚହଳ । ପ୍ରତିଦିନ ନୂଆ ନୂଆ ବିବାଦ ସାମ୍ନାକୁ ଆସୁଛି । ତାଙ୍କୁ ଶୋ'ରୁ କାଠିବା ପାଇଁ ଲଗାତାର ଦାବି କରାଯାଉଛି । ସୋସିଆଲ ମିଡିଆରେ ତାଙ୍କୁ ବିରୋଧ କରି ନୂଆ ନୂଆ ଭିଡିଓ ମଧ୍ୟ ଦେଖିବା ପାଇଁ ମିଳୁଛି । ପ୍ରାୟ ୧୦ରୁ ଅଧିକ ମହିଳା ତାଙ୍କ ଉପରେ ଯୌନ ଅସଦାଚରଣର ଆରୋପ ଲଗାଇଛନ୍ତି । ଗତକାଲି 'ଦିୟା ଔର ବାତି ହମ'ରେ କାମ କରିଥିବା କନିଷ୍କା ସୋନି ଅଭିଯୋଗ କରିଛନ୍ତି। ସେ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯାହା ଖୁବ ଭାଇରାଲ ହୋଇଥିଲା ।

Sajid Khan controversy
ଏହାରି ମଧ୍ୟରେ ସାଜିଦଙ୍କ ସପକ୍ଷରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ରାକ୍ଷୀ ସାୱନ୍ତ । ଅଭିନେତ୍ରୀ କହିଛନ୍ତି ଯେ 'ସାରା ବିଶ୍ୱ ସାଜିଦଙ୍କୁ ବିରୋଧ କଲେ ବି ମୁଁ ତାଙ୍କ ସମର୍ଥନରେ ଛିଡା ହେବି । କାରଣ ଏହି ମାମଲାକୁ ୪ବର୍ଷ ହୋଇଗଲାଣି ହେଲେ ଏ ପର୍ଯ୍ୟନ୍ତ ତାଙ୍କ ଅପରାଧ ପ୍ରମାଣିତ ହୋଇନାହିଁ । ହେଲେ ତାଙ୍କ କ୍ୟାରିଅର୍ ନଷ୍ଟ ହୋଇଯାଇଛି । ସେ ଏପର୍ଯ୍ୟନ୍ତ କୌଣସି ଫିଲ୍ମ କରିନାହାଁନ୍ତି । ଯେଉଁଥି ପାଇଁ ସେ ଅବସାଦଗ୍ରସ୍ତ ମଧ୍ୟ ହୋଇଯାଇଥିଲେ। ହେଲେ ଯେଉଁମାନେ ଅଭିଯୋଗ କରିଛନ୍ତି ସେମାନଙ୍କୁ ନେଇ ମଧ୍ୟ ଯାଞ୍ଚ ହେବା ଜରୁରୀ । କାରଣ ସେମାନେ ଫିଲ୍ମ ପାଇଁ କିଛି ବି କରିପାରନ୍ତି । ରାକ୍ଷୀଙ୍କର ଏପରି ମତ ଏବେ ଖୁବ ଚର୍ଚ୍ଚା ସାଉଁଟୁଛି ।

ଗତକାଲି ଟେଲିଭିଦର ସିରିଏଲ୍ 'ଦିଆ ଔର୍ ବାତି ହମ୍‌' ଫେମ୍ କନିଷ୍କା ସୋନି ସାଜିଦ୍ ଖାନଙ୍କ ନେଇ କରିଥିଲେ ଚକିତ କଲା ଭଳି ଖୁଲାସା । ସେ କହିଛନ୍ତି ଯେ' ୨୦୦୮ରେ ଏକ ଇଣ୍ଟରଭ୍ୟୁ ସମୟରେ ସାଜିଦ ଖାନ୍‌ଙ୍କ ସହ ତାଙ୍କର ପ୍ରଥମ ଥର ଦେଖା ହୋଇଥିଲା । ଇଣ୍ଟରଭ୍ୟୁ ପରେ ସାଜିଦ ଖାନ ତାଙ୍କୁ ଜୁହୁ ସ୍ଥିତ ତାଙ୍କ ଘରକୁ ଡାକିଥିଲେ । ସେଠାରେ ସାଜିଦ ଖାନ ତାଙ୍କୁ କହିଥିଲେ ଯେ ତୁମ ଫିଗର ଭଲ ଅଛି, ହାଇଟ୍ ମଧ୍ୟ ଭଲ ଅଛି, ତୁମେ ଲିଡ୍ ମ୍ୟାଟେରିଆଲ୍, ମୁଁ ତୁମ ପେଟ ଦେଖିବା ପାଇଁ ଚାହୁଁଛି ।' ଯାହା ଶୁଣିବା ପରେ କନିଷ୍କା ଖୁବ ଭୟବିତ ହୋଇଯାଇଥିଲେ । ଫିଲ୍ମରେ କାମ କରିବା ପାଇଁ ତାଙ୍କୁ ଏପରି କରିବା ପାଇଁ ପଡିବ ବୋଲି ସେ କେବେ ଚିନ୍ତା ମଧ୍ୟ କରି ନଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ବିଗ୍ ବସ ପରି ଶୋ'ରେ ଲୋକ ସାଜିଦଙ୍କୁ ଯେଉଁ ସ୍ଥାନ ଦେଉଛନ୍ତି ସେଥିପାଇଁ ସେ ଯୋଗ୍ୟ ନୁହେଁ । କନିଷ୍କା ସୋନିଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେହିପରି ଅଭିନେତ୍ରୀ ସର୍ଲିନ ଚୋପ୍ରା ମଧ୍ୟ ସାଜିଦଙ୍କୁ ଟାର୍ଗେଟ୍ କରିବା ପାଇଁ ପଛାଇ ନାହଁନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+