'Nature 4 Nature'ରେ ତାରା -ଇଶାନଙ୍କ ଯୋଡି ଜିଣୁଛି ଦର୍ଶକଙ୍କ ମନ

'Nature 4 Nature'ରେ ତାରା -ଇଶାନଙ୍କ ଯୋଡି ଜିଣୁଛି ଦର୍ଶକଙ୍କ ମନ

ମୁମ୍ବାଇ: ପ୍ରଥମ ଥର ବଡ ପରଦାରେ ଏକାଠି ନଜର ଆସିବେ ତାରା ସୁତାରିଆ- ଇଶାନ ଖଟ୍ଟର । ଫିଲ୍ମ 'Nature 4 Nature'ରେ ଏକାଠି ସ୍କ୍ରିନ୍‌ ଶେୟାର କରିବେ । ଟିଜର ଜିଣୁଛି ଦର୍ଶକଙ୍କ ମନ । ସୋସିଆଲ ମିଡିଆରେ ଫିଲ୍ମର ଟିଜର୍‌ ସେୟାର କରି ଅଭିନେତ୍ରୀ ତାରା ସୁତାରିଆ ଲେଖିଛନ୍ତି 'ପ୍ରକୃତି ଏହାର ସୃଷ୍ଟିର ଭଣ୍ଡାର ଉନ୍ମୋଚନ କରିବାକୁ ଯାଉଛି... ପ୍ରକୃତି ସହ ଏକ ହେବାକୁ ଆପଣ ପ୍ରସ୍ତୁତ ତ? ଅଧିକ ଜାଣିବାକୁ ଯୋଡ଼ି ହୋଇ ରୁହନ୍ତୁ । ଚଳିତ ମାସ ୩୧ ତାରିଖରେ ଫିଲ୍ମର ପ୍ରିମିୟର ହେବ ବୋଲି ମଧ୍ୟ ସେ କ୍ୟାପ୍‌ସନରେ ସେ ଉଲ୍ଲେଖ କରିଛନ୍ତି ।

ଟିଜରରେ ଖୁବ ରୋମାଞ୍ଚକ ଦୃଶ୍ୟ ଦେଖିବା ପାଇଁ ମିଳୁଛି । ପ୍ରଥମେ ତାରା ଓ ଈଶାନଙ୍କୁ ଏକ ଅଫିସ୍‌ ଭିତରକୁ ପ୍ରବେଶ କରୁଥିବାର ଦେଖିବା ପାଇଁ ମିଳୁଛି । ଏହା ପରେ ଆରମ୍ଭ ହେଉଛି ଫିଲ୍ମର ରୋମାଞ୍ଚକ ସଫର । ଉଭୟଙ୍କୁ ଏକ ଦ୍ୱାର ପାଖରେ ଦେଖିବା ପାଇଁ ମିଳୁଛି ଯେଉଁ ଦ୍ୱାର ତାଙ୍କୁ ପ୍ରକୃତିର ସୁନ୍ଦର ଦୁନିଆକୁ ନେଇଯାଉଛି । ୟଶ୍‌ ବିର୍ଲା ଭେନ୍‌ଚର୍ସ ଅଧୀନରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଆନନ୍ଦ ପଣ୍ଡିତ । ଫିଲ୍ମରେ ସାମିଲ ହେବା ବିଷୟରେ ତାରା କହିଛନ୍ତି, ଏହା ଜରିଆରେ ପ୍ରକୃତିର ଅନ୍ୱେଷଣ ଅସାଧାରଣ ଭାବେ ଏକ ଚମତ୍କାର ଅନୁଭବ ଥିଲା । ମୁଁ ୩୧ ତାରିଖ ପର୍ଯ୍ୟନ୍ତ ଆଉ ଅପେକ୍ଷା କରି ପାରୁ ନାହିଁ ।

Nature 4 Nature

ସେପଟେ ଇଶାନ ଖଟ୍ଟର ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଫୋନ ଭୁତ୍'ର ପ୍ରମୋସନରେ ବିଜି ଅଛନ୍ତି । ଯାହା ଏକ କମେଡି ହରର ଫିଲ୍ମ । ଏହି ଫିଲ୍ମର ଗୀତ ଏବେ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି । । ଏହି ଚଳଚ୍ଚିତ୍ରରେ ଅଭିନେତା ସିଦ୍ଧାନ୍ତ ଚାତୁର୍ବେଦୀ ଏବଂ ଇଶାନ ଖଟ୍ଟରଙ୍କ ସହ ନଜର ଆସିବେ କ୍ୟାଟ୍ରିନା କୈଫ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+