Get Updates
Get notified of breaking news, exclusive insights, and must-see stories!

ଏହି ବ୍ରାଜିଲ ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ

Larissa Bonesi: ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ପ୍ରାୟତଃ ଲାଇମ୍ ଲାଇଟରେ ରହିଥାନ୍ତି । ଇଣ୍ତଷ୍ଟ୍ରିରେ ପାଦ ଦେଇନାହାଁନ୍ତି ସତ ହେଲେ ତାଙ୍କ ଉପରେ ରହିଥାଏ ସମସ୍ତଙ୍କ ନଜର । ଆର୍ଯ୍ୟନ ସିରିଜ୍ ଷ୍ଟାରଡମରୁ ନିର୍ଦ୍ଦେଶନା ଦିଗରେ ପାଦ ରଖିବା ପାଇଁ ଯାଉଛନ୍ତି । ହେଲେ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ସେ ଅଧିକ ଚର୍ଚ୍ଚାରେ ରହିଥାନ୍ତି । ଏପରିକି ଅନେକ ଅଭିନେତ୍ରୀଙ୍କ ସହ ଆର୍ଯ୍ୟଙ୍କ ନାଁ ମଧ୍ୟ ଯୋଡା ଯାଇଥାଏ ।

Aryan Khan

ବର୍ତ୍ତମାନ ପୁନର୍ବାର ଆର୍ଯ୍ୟନଙ୍କ ଡେଟିଂକୁ ନେଇ ଚର୍ଚ୍ଚାର ଜୋର ଧରିଛି । ଯଦି ରିପୋର୍ଟକୁ ବିଶ୍ୱସ କରାଯାଏ ତେବେ ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ବର୍ତ୍ତମାନ Larissa Bonesiଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଛି । ଉଭୟଙ୍କୁ ନିକଟରେ ଏକାଠି ଦେଖିବା ପାଇଁ ମଧ୍ୟ ମିଳିଥିଲା । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Larissa Bonesi ଏକା ସାଙ୍ଗରେ ଜଣେ ମଡେଲ୍ ଏବଂ ଡାନ୍ସର ମଧ୍ୟ । ସେ ଅକ୍ଷୟ କୁମାର ଏବଂ ଜନ୍ ଅବ୍ରହାମଙ୍କ ସହ ପୂର୍ବରୁ କାମ କରିସାରିଛନ୍ତି । Larissa ଫିଲ୍ମ ଦେଶୀ ବଏଜରୁ 'ସୁବାହ ହୋନେ ନା ଦେ' ଜରିଆରେ ବଲିଉଡରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହାସହ ସେ ଅନେକ ମ୍ୟୁଜିକ୍ ଭିଡିଓରେ ମଧ୍ୟ କାମ କରିସାରିଛନ୍ତି । ତାଙ୍କୁ ଗୁରୁ ରନ୍ଧାୱାଙ୍କ ସହ ସୁରମା-ସୁରମା ମ୍ୟୁଜିକ୍ ଭିଡିଓରେ ମଧ୍ୟ ଦେଖିବା ପାଇଁ ମିଳିଥିଲା । ଏପରିକି ସେ ଅନେକ ସାଉଥ୍ ଫିଲ୍ମର ମଧ୍ୟ କାମ କରିସାରିଛନ୍ତି ।

ସୋସିଆଲ ମିଡିଆର ଜଣେ ୟୁଜର୍ସ ଦାବି କରିଛନ୍ତି ଯେ, ଆର୍ଯ୍ୟନ ଖାନ୍ Larissa Bonesiଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଇନଷ୍ଟାଗ୍ରାମରେ ଫଲୋ କରିଛନ୍ତି ଏପରି ଆର୍ଯ୍ୟନ ମଧ୍ୟ Larissaଙ୍କ ପରିବାର ସଦସ୍ୟଙ୍କୁ ଫଲୋ କରୁଥିବା ନେଇ ଦାବି କରାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+