୫୮ ବର୍ଷ ବୟସରେ ବିବାହ କରିବେ ସଲମାନ !
Salman Khan: କେବଳ ବିବାହ ପାଇଁ ନୁହେଁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥାନ୍ତି ଅଭିନେତା ସଲମାନ ଖାନ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଧମକ ପରେ ଭାଇଜାନଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିଲା । ଯେଉଁଥି ପାଇଁ କିଛି ଦିନ ହେବ ଅଭିନେତା ହେଡଲାଇନରେ ରହିଛନ୍ତି । ହେଲେ ବର୍ତ୍ତମାନ ଆଉ ଏକ କାରଣ ପାଇଁ ଅଛନ୍ତି ଚର୍ଚ୍ଚାରେ । ବର୍ତ୍ତମାନ ସଲମାନଙ୍କ ନିଜ ବିବାହକୁ ନେଇ ଲାଇମଲାଇଟରେ ରହିଛନ୍ତି ।

58 ବର୍ଷ ବୟସରେ ମଧ୍ୟ ସଲମାନ ବଲିଉଡର ସବୁଠାରୁ ପ୍ରିୟ ବ୍ୟାଚେଲରମାନଙ୍କ ମଧ୍ୟରୁ ଜଣେ, ଯାହାଙ୍କର ବିବାହକୁ ନେଇ ଚର୍ଚ୍ଚା ପ୍ରାୟତଃ ଲାଗି ରହିଥାଏ। ସୋସିଆଲ ମିଡିଆରେ ଅଭିନେତାଙ୍କ ବିବାହକୁ ନେଇ ଅନେକ ସମୟରେ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଇଥାଏ । ବର୍ତ୍ତମାନ ଖବର ରହିଛି ଯେ, ସଲମାନ ଜଣେ ପ୍ରସିଦ୍ଧ ଭାରତୀୟ ଆଥଲିଟଙ୍କୁ ବିବାହ କରିବାକୁ ଯୋଜନା କରୁଛନ୍ତି।
ଖବର ଅନୁସାରେ ଟେନିସ୍ ତାରକା ସାନିଆ ମିର୍ଜାଙ୍କ ସହ ହୋଇପାରେ ସଲମାନଙ୍କ ବିବାହ । ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କଠାରୁ ଅଲଗା ହେବା ପରେ ସେ ବର୍ତ୍ତମାନ ସିଙ୍ଗଲ୍ ଅଛନ୍ତି । ହେଲେ ଏହା ପୂର୍ବରୁ ମଧ୍ୟ ସାନିଆଙ୍କ ବିବାହ ଖବରକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ତାଙ୍କ ନାଁ ସଲମାନ ଖାନଙ୍କ ସହ ଯୋଡା ଯାଉଛି । ସଲମାନ ଏବଂ ସାନିଆଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳୁଛି, ଯେଉଁ କାରଣରୁ ସେମାନଙ୍କ ସମ୍ପର୍କ ଉପରେ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ହେଲେ ଉଭୟଙ୍କ ନିକଟତର ଥିବା ଲୋକ ଏହା ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ରହିଛି । ଜୀବନର କଠିନ ସମୟରେ ଉଭୟ ପରସ୍ପରକୁ ସମର୍ଥନ କରନ୍ତି ।
ସାନିଆଙ୍କ ପୁସ୍ତକ ଉନ୍ମୋଚନ ସମୟରେ ସେମାନଙ୍କର ବନ୍ଧୁତାର ଝଲକ ସ୍ପଷ୍ଟ ଦେଖିବା ପାଇଁ ମିଳିଥିଲା । ସଲମାନ ତାଙ୍କୁ ସମର୍ଥନ କରିଥିଲେ । ଏହି ଘଟଣା ପରେ, ସେମାନଙ୍କ ରୋମାନ୍ସ ବିଷୟରେ ଆଲୋଚନା ଅଧିକ ହୋଇଥିଲା । ପ୍ରୋଗ୍ରାମର ଫଟୋଗୁଡିକ ଖୁବ୍ ଭାଇରାଲ ହୋଇଥିଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଭ୍କ ପକ୍ଷରୁ କୌଣସି ଖବର ପ୍ରକାଶ ପାଇ ନାହିଁ ।












Click it and Unblock the Notifications