ଧୋନିଙ୍କ ଶଳାଙ୍କୁ ଡେଟ୍ କରୁଛନ୍ତି କି କୃତି ସାନନ୍ !
Entertainment News: ଗତ କିଛି ଦିନ ହେଲା ଅଭିନେତ୍ରୀ କୃତି ସାନନଙ୍କ ଲଭ୍ ଲାଇଫକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପରି କି ଜଣେ ଯୁବକଙ୍କ ସହ ତାଙ୍କର ଅନେକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ହେଲେ ଏହି ଆଲୋଚନାରେ ଅଭିନେତ୍ରୀଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ । ନିକଟରେ କୃତି ନିଜ ୩୪ ତମ ଜନ୍ମଦିନ ଲଣ୍ତନରେ ସେଲିବ୍ରେଟ କରିଥିଲେ । ଏହି ସମୟରେ ତାଙ୍କ ପରିବାର ସଦସ୍ୟ ଏବଂ କିଛି ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ ।
ହେଲେ ଜଣେ ଯୁବକଙ୍କ ଉପରେ ରହିଥିଲା ସମସ୍ତଙ୍କ ନଜର । ଯାହାଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଉକ୍ତ ଯୁବକ ଜଣକ ହେଲେ କବୀର ବହିଆ ।କୁହାଯାଉଛି ଯେ, କୃତି ଏବଂ କବୀର ପରସ୍ପରକୁ ଡେଟ୍ କରୁଛନ୍ତି । ଏପରିକି ଉଭୟ ଖୁବ୍ ଶୀଘ୍ର ବିବାହ କରିବା ନେଇ ମଧ୍ୟ ଖବର ରହିଛି । ହେଲେ ଏହି ଖବର ପଛରେ କେତେ ସତ୍ୟତା ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

କୃତି ଲଣ୍ତନ ରାସ୍ତାରେ କବୀରଙ୍କ ହାତ ଧରି ବୁଲୁଥିବାର ମଧ୍ୟ ଅନେକ ଥର ଦେଖିବା ପାଇଁ ମିଳିଛି । ଯାହା ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ସମସ୍ତ ଫ୍ୟାନ୍ସଙ୍କ ମନରେ କେବଳ ଗୋଟିଏ ହିଁ ପ୍ରଶ୍ନ ଏହି ଯୁବକ ଜଣକ କିଏ । ଏବେ ଅଭିନେତ୍ରୀଙ୍କର ତାହାଙ୍କ ସହ କିପରି ସମ୍ପର୍କ ରହିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ କବୀର ହେଉଛନ୍ତି ଏମଏସ୍ ଧୋନିଙ୍କ ଶଳା ଅର୍ଥାତ୍ ସେ ଶାକ୍ଷୀଙ୍କ ସମ୍ପର୍କୀୟ ଭାଇ । ଏପରିକି କ୍ରିକେଟର ହାର୍ଦ୍ଦିକ ପାଣ୍ତ୍ୟାଙ୍କର ମଧ୍ୟ ସେ ଖୁବ ଭଲ ବନ୍ଧୁ । ସେ ଅନେକ ଇଭେଣ୍ଟରେ ଏହି କ୍ରିକେଟରଙ୍କ ସହ ନଜର ଆସିଛନ୍ତି । କବୀର ନତାଶା ଏବଂ ହାର୍ଦ୍ଦିକଙ୍କ ବିବାହରେ ମଧ୍ୟ ଯୋଗ ଦେଇଥିଲେ ।












Click it and Unblock the Notifications