ଅକ୍ଟୋବର ମାସରେ ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ 'ଗଦର ୨'
Gadar 2 OTT Release: 11 ଅଗଷ୍ଟ 2023ରେ ସନି ଦେଓଲଙ୍କ ଚଳଚ୍ଚିତ୍ର 'ଗଦର 2' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ବର୍ତ୍ତମାନ ଫିଲ୍ମ ରିଲିଜ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି ହେଲେ ଆଜିବି ବକ୍ସ ଅଫିସର ଭଲ ବ୍ୟବସାୟ କରୁଛି ଏହି ଚଳଚ୍ଚିତ୍ର । ଅନିଲ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ଗଦର 2'କୁ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା ସତ ହେଲେ ଏହି ସିନେମାର ଆୟ ଖୁବ ଅଧିକ ରହିଥିଲା । ଯେଉଁଥିପାଇଁ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ସୁପରହିଟ୍ ପ୍ରମାଣିତ ହୋଇଛି ।
ଶାହାରୁଖ ଖାନଙ୍କ 'ଜୱାନ' ମୁକ୍ତିଲାଭ କରିବା ପରେ ମଧ୍ୟ କିଛି ଦର୍ଶକ ଏହି ଫିଲ୍ମ ଦେଖିବା ପାଇଁ ପସନ୍ଦ କରୁଛନ୍ତି ଯାହା ଫଳରେ ସିନେମାର ଆୟ ମଧ୍ୟ ବଢିବାରେ ଲାଗିଛି । 'ଗଦର 2' ବକ୍ସ ଅଫିସରେ ଅନେକ ରେକର୍ଡ ବ୍ରେକ୍ କରିଛି ଏବଂ ବର୍ତ୍ତମାନ ଏହା OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଛି । 'ଗଦର ୨' ର ପ୍ରଶଂସକମାନେ ଉତ୍ସାହର ସହିତ OTT ରେ ରିଲିଜକୁ ଅପେକ୍ଷା କରିଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, OTT ପ୍ଲାଟଫର୍ମ ZEE5ରେ ରିଲିଜ୍ ହେବ ।

ରିପୋର୍ଟ ଅନୁଯାୟୀ, 'ଗଦର 2' 6 ଅକ୍ଟୋବର 2023ରେ ZEE5 ରେ ମୁକ୍ତିଲାଭ କରିବ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ରିଲିଜ୍ ହେବାର ୪ ସପ୍ତାହ ପରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୁଏ ହେଲେ ସିନେମା ହଲରେ ଏହି ଫିଲ୍ମର ଭଲ ଆୟ ଦେଖି ମେକର୍ସ ବିଳମ୍ବରେ ଏହି ସିନେମା ଓଟିଟିରେ ରିଲିଜ୍ କରିବାର ନିଷ୍ପତ୍ତି ନେଇଛନ୍ତି ।
'ଗଦର 2'ର ବକ୍ସ ଅଫିସ୍ କଲେକ୍ସନ୍ ବିଷୟରେ କହିବାକୁ ଗଲେ ଫିଲ୍ମଟି ଓପନିଂ ଡେ'ରେ 35 କୋଟି ଟଙ୍କା ସଂଗ୍ରହ କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର ଭାରତରେ 517.28 କୋଟି ଟଙ୍କା ବ୍ୟବସାୟ କରିଛି। 'ଗଦର ୨' 2001ରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ଗଦର: ଏକ ପ୍ରେମ କଥାର ସିକ୍ୱେଲ । ଏହି ଫିଲ୍ମରେ ସନ୍ନି ଦେଓଲ, ଅମିଶା ପଟେଲ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....












Click it and Unblock the Notifications