ସାରା ଓ କରୀନା ମଧ୍ୟରେ ଭଲ ସମ୍ପର୍କ ପାଇଁ ଇର୍ଷା କରନ୍ତି କି ମା' ଅମୃତା !

Saif Ali Khan Amrita Singh Divorce:Is Amrita jealous for Sara& kareena's bonding relationship !!ସାରା ଓ କରୀନା ମଧ୍ୟରେ ଭଲ ସମ୍ପର୍କ ପାଇଁ ଇର୍ଷା କରନ୍ତି କି ମା' ଅମୃତା !

ମୁମ୍ବାଇ: ସାରା ଅଲ୍ଲି ଖାନ ଓ କରୀନା କପୁରଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି । ଉଭୟ ପରସ୍ପରଙ୍କୁ ଖୁବ ସପୋର୍ଟ କରନ୍ତି । ଉଭୟଙ୍କୁ ଏକାଠି ମଧ୍ୟ ଅନେକ ଥର ଦେଖିବା ପାଇଁ ମିଳିଛି । ସାରା ସୈଫଙ୍କ ପୂର୍ବ ସ୍ତ୍ରୀଙ୍କର ଝିଅ ହୋଇଥିବା ବେଳେ କରିନା ତାଙ୍କର ଦ୍ୱିତୀୟ ସ୍ତ୍ରୀ । ସାରା କରୀନାଙ୍କ ଦୁଇ ପୁଅଙ୍କ ସହ ମଧ୍ୟ ଅନେକ ସମୟରେ ଫଟୋ ପୋଷ୍ଟ କରନ୍ତି । ଏହା ମଧ୍ୟରେ ଅନେକ ଥର ପ୍ରଶ୍ନ ଉଠିଛି ଯେ ସାରା ଏବଂ କରୀନାଙ୍କ ମଧ୍ୟରେ ଏହି ବନ୍ଧନ ଦେଖି ଅମୃତା ସିଂ ଇର୍ଷା କରନ୍ତି କି?

SARA ALI KHAN

ତେବେ ଏହି ପ୍ରଶ୍ନର ଉତ୍ତର ସାକ୍ଷାତକାରରେ ଅମୃତା ସିଂ ଦେଇଛନ୍ତି । ଅମୃତା ସିଂଙ୍କ ଅନୁଯାୟୀ ସାରା ଅଲି ଖାନ ଏବଂ କରୀନାଙ୍କ ମଧ୍ୟରେ ବନ୍ଧନରେ ତାଙ୍କର ଅସୁବିଧା ନାହିଁ । ନିଜେ ଅମୃତା ସିଂଙ୍କ ସୈଫ ଓ କରୀନାଙ୍କ ବିବାହରେ ସାରା ଅଲ୍ଲି ଖାନଙ୍କୁ ସେଜେଇକି ପଠାଇଥିଲେ।

କେବଳ ଏତିକି ନୁହେଁ, ଅମୃତା ବଲିଉଡର ପ୍ରସିଦ୍ଧ ଡିଜାଇନର୍ ଆବୁ ଜାନି ଏବଂ ସନ୍ଦୀପ ଖୋସଲାଙ୍କୁ କହି ସାରାଙ୍କ ପାଇଁ ଏକ ଡ୍ରେସ ମଧ୍ୟ ପ୍ରସ୍ତୁତ କରିଥିଲେ । ତେବେ ୧୯୯୧ ମସିହାରେ ଅମୃତାଙ୍କୁ ବିବାହ କରିଥିଲେ ସୈଫ୍ । ପାରସ୍ପରିକ ବିଚ୍ଛିନ୍ନତା ହେତୁ, ବିବାହର ୧୩ ବର୍ଷ ପରେ, ସୈଫ ଏବଂ ଅମୃତା ୨୦୦୪ ରେ ପରସ୍ପରଠାରୁ ଅଲଗା ହୋଇଥିଲେ। । ଉଭୟଙ୍କର ଦୁଇ ସନ୍ତାନ ସାରା ଓ ଇବ୍ରାହିମ୍ ଏବେ ବଲିଉଡରେ କାମ କରିବା ଆରମ୍ଭ କରିଛନ୍ତି । ଏଥି ସହିତ, ୨୦୧୨ ମସିହାରେ, ସୈଫ କରୀନାଙ୍କୁ ବିବାହ କରିଥିଲେ। ସୈଫ ଅଲ୍ଲି ଖାନ ଏବଂ କରୀନା କପୁରଙ୍କ ଦୁଇ ସନ୍ତାନ ତୈମୁର ଅଲି ଖାନ ଏବଂ ଜାହାଙ୍ଗୀର ଅଲି ଖାନ ଜନ୍ମ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+