ଆପ୍ ସାସଂଦଙ୍କ ସହ ଡିନର୍ କଲେ ଅଭିନେତ୍ରୀ ପରିଣୀତି ଚୋପ୍ରା, ଡେଟିଂ କରୁଥିବା ନେଇ ଚର୍ଚ୍ଚା

ମୁମ୍ବାଇ: ରାଜନୀତି ଏବଂ ବଲିଉଡ ମଧ୍ୟରେ ସମ୍ପର୍କ ନୂଆ ନୁହେଁ । ପୂର୍ବରୁ ଏପରି ଅନେକ ଯୋଡି ଦେଖିବା ପାଇଁ ମିଳିଛି । ଏହାରି ମଧ୍ୟରେ ଆଉ ଏକ ନୂଆ ଯୋଡିକୁ ନେଇ ଏବେ ବି-ଟାଉନରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବୁଧବାର ସଂଧ୍ୟାରେ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପର ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା । ଲଞ୍ଚ୍ ଏବଂ ପରେ ଡିନରରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା । କ୍ୟାମେରାରେ ଉଭୟ ଏକାଠି ସ୍ପଟ୍ ହେବା ପରେ ସେମାନଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ଜୋରଧରିଛି ।
ପ୍ରଥମେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ପରିଣୀତି ଏବଂ ରାଘବ ଏକାଠି ଡିନର କରିଥିଲେ । ଉଭୟ ଅଲଗା ଅଲଗା ଆସିଥିଲେ ସତ ହେଲେ ବିସିଥିଲେ ଗୋଟିଏ ଡାନିଂ ଟେବୁଲରେ । ଉଭୟଙ୍କୁ ଧଳା ରଙ୍ଗର ଡ୍ରେସ୍ ପିନ୍ଧିଥିବାର ଦେଖିବା ପାଇଁ ମିଳିଥିଲା । ଏହା ପରେ ପରଦିନ ପୁଣି ଅଭିନେତ୍ରୀ ଏବଂ ସାସଂଦଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା । ପରିଣୀତି ଏବଂ ରାଘବ ଗୋଟିଏ ଗାଡ଼ିରେ ହିଁ ଲଞ୍ଚ୍ କରିବା ପାଇଁ ପହଁଚିଥିଲେ ।
ଦୁଇ ଦୁଇ ଥର ଉଭୟଙ୍କୁ ଏକାଠି ଦେଖିବା ପରେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଜାଣିବା ପାଇଁ ଏବେ ଫ୍ୟାନ୍ସ ଖୁବ ଉତ୍ସାହିତ । ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପୂର୍ବରୁ ଅଭିନେତ୍ରୀ ପରିଣୀତି ନିର୍ଦ୍ଦେଶକ ମନୀଶ ଶର୍ମାଙ୍କୁ ଡେଟ୍ କରୁଛନ୍ତି ବୋଲି ମଧ୍ୟ ଖବର ରହିଥିଲା । ଯାହା ପରେ ପ୍ରାୟ ଏକ ବର୍ଷ ହେବ ଉଭୟଙ୍କ ବ୍ରେକଅପ୍ ଖବର ମଧ୍ୟ ଚର୍ଚ୍ଚାରେ ରହିଥିଲା ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications