ରିଲିଜ୍ ହେଲା 'Qala' ଟ୍ରେଲର୍ , ବଲିଉଡରେ ଡେବ୍ୟୁ କରିବେ ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲ୍

ରିଲିଜ୍ ହେଲା 'Qala' ଟ୍ରେଲର୍ , ବଲିଉଡରେ ଡେବ୍ୟୁ କରିବେ ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲ୍

ମୁମ୍ବାଇ: ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲ୍ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିକଟରେ ବାବିଲଙ୍କ ଆଗାମୀ ଫିଲ୍ମ 'Qala' ଟ୍ରେଲର ଲଞ୍ଚ୍ ହୋଇଯାଇଛି । ଏହି ସମୟରେ ବାବିଲ କହିଛନ୍ତି ଯେ ପରଦାରେ ତାଙ୍କ ପିତା ସୃଷ୍ଟି କରିଥିବା ଯାଦୁର ନକଲ ସେ କରିବେ ନାହିଁ ବରଂ ନିଜର ଶିଖିଥିବା କୌଶଳ ଦେଖାଇବେ ।


ଚାପରେ ଅଛନ୍ତି ବାବିଲ୍ !
ଏପ୍ରିଲ୍ ୨୦୨୦ ରେ ଇରଫାନଙ୍କ ଦେହାନ୍ତ ହେବାର କିଛି ମାସ ପରେ ହିଁ ପୁଅ ବାବିଲ୍ ଦୁଇ ବର୍ଷ ପୂର୍ବରୁ ନେଟଫ୍ଲିକ୍ସ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ । ଫିଲ୍ମ ଟ୍ରେଲର ଲଞ୍ଚ ସମୟରେ ବାବିଲ୍ କହିଥିଲେ ସେ ଖୁବ୍ ଚାପଗ୍ରସ୍ତ ଅଛନ୍ତି । ସେ କହିଛନ୍ତି , 'ଦୁଇ ବର୍ଷ ପୂର୍ବେ ଯେତେବେଳେ ସୁଟିଂ ଆରମ୍ଭ କରିଥିଲି ସେତେବେଳେ ଚାପରେ ଥିଲି, ବେଳେ ଏହା ମୋତେ ସୁଖ ଦିଏ ତ ବେଳେ ବେଳେ ଏତେ ଚାପ ପାଇଁ ମୁଁ ଭୟବିତ ହୋଇପଡେ । କିନ୍ତୁ ବର୍ତ୍ତମାନ ଏହା ମୋତେ ଭଲ ଲାଗୁଛି ଏବଂ କାର୍ଯ୍ୟ କରିବାକୁ ପ୍ରେରଣା ଦେଉଛି । ବର୍ତ୍ତମାନ ମୋ ପାଇଁ ଚାପର ପରିଭାଷା ହିଁ ବଦଳିଯାଇଛି' ।

ଟ୍ରେଲର ଲଞ୍ଚ୍ ସମୟରେ ବାବିଲଙ୍କୁ ପଚରାଯାଇଥିଲା ଯେ ସେ ପିତା ଇରଫାନଙ୍କର କେଉଁ ଗୁଣ ନିଜ କ୍ୟାରିୟର ଆରମ୍ଭରେ ନିଜ ଭିତରେ ଗ୍ରହଣ କରିବାକୁ ଚାହାଁନ୍ତି ଏହାର ଉତ୍ତର ଦେଇ ସେ କହିଥିଲେ 'ମୋ ପିତା ଯେଉଁ ଗୁଣ ପାଇଥିଲେ, ସେ ତାଙ୍କ ସହ ନେଇ ଚାଲିଯାଇଛନ୍ତି, ବର୍ତ୍ତମାନ ମୁଁ ମୋ ନିଜ ଭିତରେ ଥିବା ଗୁଣଗୁଡ଼ିକୁ ଅନୁସନ୍ଧାନ କରିବି ।

Qala

ସମସ୍ତ ପ୍ରକାରର ଚରିତ୍ର କରିବା ପାଇଁ ଚାହୁଁଛନ୍ତି ବାବିଲ୍ ।
ପ୍ରତିଟି ପ୍ରଶ୍ନର ବେଶ୍ ସିଧା ଓ ସରଳ ଉତ୍ତର ଦେଉଥିବା ବାବିଲ୍ ଆଜି ସମସ୍ତଙ୍କର ମନ ଜିଣିଛନ୍ତି । ତେବେ ଏହି ଇଭେଣ୍ଟରେ ତାଙ୍କୁ ନିଜ ଆଗାମୀ ଅଭିନୟ କ୍ୟାରିୟରକୁ ନେଇ ପ୍ରଶ୍ନ କରାଯାଇଥିଲା । ସେ କିଭଳି ଚରିତ୍ର କରିବା ପାଇଁ ପସନ୍ଦ କରିବେ ପଚାରିବାରୁ ଉତ୍ତରରେ ସେ କହିଥିଲେ ' ମୁଁ ସବୁ ପ୍ରକାର ଚଳଚ୍ଚିତ୍ର କରିବାକୁ ଚାହୁଁଛି । ମୁଁ ସମସ୍ତ ପ୍ରକାରର ଚରିତ୍ରରେ କାମ କରିବା ପାଇଁ ଚାହୁଁଛି ।

'Qala'ର କାହାଣୀ !
ଲେଖକ-ଚଳଚ୍ଚିତ୍ର ନିର୍ମାତା ଅଙ୍କିତା ଦତ୍ତଙ୍କ ଫିଲ୍ମ 'Qala' ୧୯୪୦ ଦଶକ କୋଲକାତାରେ ଜଣେ ଗାୟକଙ୍କ ଜୀବନ ଉପରେ ଆଧାରିତ, ଯେଉଁ ଚରିତ୍ରରେ ତୃପ୍ତି ଡିମରୀଙ୍କୁ ଦେଖିବା ପାଇଁ ମିଳୁଛି । ଟ୍ରେଲରରେ ଏହା ଦର୍ଶାଯାଇଛି ଯେ ଫିଲ୍ମରେ ତୃପ୍ତି ଡିମରୀଙ୍କ ଚରିତ୍ର ସଙ୍ଗୀତକୁ ଘୃଣା କରେ । ଅବଶ୍ୟ, ପରବର୍ତ୍ତି ସମୟରେ ସେ ଜଣେ ବଡ଼ ଗାୟିକା ରୁପରେ ନିଜ ପରିଚୟ ସୃଷ୍ଟି କରୁଛନ୍ତି । କେବଳ ତାଙ୍କର କ୍ରେଜ୍, ତାଙ୍କ ସଙ୍ଗୀତ ଲୋକମାନଙ୍କୁ ମତୁଆଲା କରୁଛି । ସିନେମା କାହାଣୀ ଅନୁସାରେ ତୃପ୍ତିଙ୍କ ଚିରିତ୍ର ଯେତେବେଳେ ସଫଳତାର ଶିର୍ଷରେ ପହଁଚିଥାନ୍ତି ତାଙ୍କ ଦେଖା 'ଜଗନ୍' ନାମକ ଜଣେ ହିରୋଙ୍କ ସହିତ ହେଉଛି । ଯାହାଙ୍କର ସଫଳତା ସହ ଧିରେ ଧିରେ ତୃପ୍ତିଙ୍କ କ୍ରେଜ୍ କମିବା ସହ ସେ ଡିପ୍ରେସନର ଶିକାର ହେଉଛନ୍ତି । ଏହି ଚଳଚ୍ଚିତ୍ରରେ ଇରଫାନ ଖାନଙ୍କ ପୁଅ ବାବିଲ୍ ଜଗନ ଭୂମିକାରେ ଅଭିନୟ କରୁଛନ୍ତି । ଟ୍ରେଲରରେ ତାଙ୍କ ଚରିତ୍ର ବେସ୍ ଦମଦାର୍ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+