ନିର୍ବନ୍ଧ କଲେ ଆମୀର ଖାନଙ୍କ ଝିଅ, ଫ୍ୟାନ୍ସ ଜଣାଇଲେ ଶୁଭେଚ୍ଛା

ଇରା ଖାନ-ନୁପୁର ଶିଖରେଙ୍କ ଏନଗେଜମେଣ୍ଟ ଭିଡିଓ

ମୁମ୍ବାଇ: ଆମୀର ଖାନଙ୍କ ଝିଅ ଇରା ଖାନ । ନିଜ ପ୍ରେମ ସମ୍ପର୍କକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ସେ ବଲିଉଡରେ ପାଦ ଦେଇ ନାହଁନ୍ତି ସତ ହେଲେ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥାଏ । ଇରା ସୋଶାଲ ମିଡିଆରେ ବେଶ୍ ସକ୍ରିୟ ଏବଂ ନିଜ ପ୍ରେମିକ ନୁପୁର ଶିଖରେଙ୍କ ସହ ପ୍ରାୟତଃ ଫଟୋ ଓ ଭିଡିଓ ସେୟାର କରିଥାନ୍ତି । ଇରା ୨୦୨୦ରୁ ନୁପୁରଙ୍କୁ ଡେଟ୍ କରୁଛନ୍ତି । ନୁପୁର ଜଣେ ଫିଟନେସ୍ ପ୍ରଶିକ୍ଷକ । ପ୍ରଶଂସକ ମାନେ ଉଭୟଙ୍କ ଯୋଡିକୁ ବେଶ ପସନ୍ଦ ମଧ୍ୟ କରନ୍ତି ।

ଇରା ସୋଶାଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ଦେଖି ତାଙ୍କ ଫ୍ୟାନ୍ସ ବେଶ ଖୁସ ଅଛନ୍ତି । ଭିଡିଓରେ ନପୁର ଇରାଙ୍କୁ ଏକ ମୁଦି ଦେଇ ପ୍ରପୋଜ୍ କରୁଥିବାର ଦେଖିବା ପାଇଁ ମିଳୁଛି । ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି । ଯାହା ପରେ ଫ୍ୟାନ୍ସ ଏହି ଯୋଡିକୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି ।

Ira Khan-Nupur

ଇରା-ନୁପୁରଙ୍କ ଭିଡିଓ
ଏକ ଶୋ'ରେ ନୁପୁର ଇରାଙ୍କୁ ପ୍ରପୋଜ କରୁଛନ୍ତି । ନୁପୁର ଆଣ୍ଠୁରେ ବସି ଇରାକୁ ରିଙ୍ଗ ପିନ୍ଧାଉଥିବାର ଦେଖିବା ପାଇଁ ମିଳୁଛି । ଏହା ପରେ ଏହି ଯୋଡି ପରସ୍ପରକୁ କିସ୍ କରୁଛନ୍ତି । ଇରା ନିଜ ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ କରି ନିଜ ନିର୍ବନ୍ଧ ଖବର ବିଷୟରେ ସୂଚନା ଦେଇଛନ୍ତି । ୟୁଜର୍ସ ଏହି ଭିଡିଓକୁ ବେଶ ପସନ୍ଦ କରିବା ସହ ଉଭୟଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+