IPL 2023:ରଣବୀର ସିଂଙ୍କୁ ମତୁଆଲା କଲା ଅର୍ଜିତି ସିଂଙ୍କ ଗୀତ, ଟ୍ୱିଟ୍ କରି କଲେ ପ୍ରଶଂସା

ମୁମ୍ବାଇ: ରଣବୀର ସିଂ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତା । ତାଙ୍କ ଅଭିନୟ, ଡ୍ୟାନ୍ସ ଦର୍ଶକଙ୍କୁ ଇମପ୍ରେସ କରିଥାଏ । ସେ 'ରାମ ଲୀଲା', 'ବାଜିରାଓ ମସ୍ତାନୀ' ଏବଂ 'ପଦ୍ମାବତୀ' ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇ ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛନ୍ତି । ଶେଷ ଥର ତାଙ୍କୁ 'ସର୍କସ' ଦେଖିବା ପାଇଁ ମିଳିଥିଲା । ହେଲେ ବର୍ତ୍ତମାନ ଅଭିନେତା ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି ।
ମାର୍ଚ୍ଚ ୩୧ ଶୁକ୍ରବାର ଦିନ ଆଇପିଏଲ୍-୨୦୨୩ ଉଦଘାଟନୀ ସମାରୋହରେ ଅର୍ଜିତି ସିଂଙ୍କ ଗୀତ କରିଥିଲା ରଣବୀରଙ୍କୁ ମତୁଆଲା । ଯାହା ପରେ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରି ସେ ଗାୟକଙ୍କର ପ୍ରଶଂସା କରିଥିଲେ । ସୂଚନାଥାଉ ଯେ, ଅର୍ଜିତି ସିଂ ଆଇପିଏଲ୍-୨୦୨୩ ଓପନିଂ ଡେ'ରେ 'ଲେହେରା ଦୋ'ଗୀତ ଗାଇଥିଲେ ।
ଅର୍ଜିତି ସିଂ ୩୧ ମାର୍ଚ୍ଚ ଶୁକ୍ରବାର ଦିନ ଆଇପିଏଲ୍ ୨୦୨୩ର ଉଦଘାଟନୀ ସମାରୋହରେ ଏକ ଲାଇଭ୍ କନସର୍ଟରେ ଗୀତ ଗାଇ ଲକ୍ଷ ଲକ୍ଷ ଦର୍ଶକଙ୍କ ମନ ଜିଣିଥିଲେ । ସୋସିଆଲ ମିଡିଆର ଗାୟକଙ୍କ ଅନେକ ଭିଡିଓ ଭାଇରାଲ ହୋଇଥିଲା । ଫିଲ୍ମ '୮୩'ର 'ଲେହେରା ଦୋ' ଗୀତ ଗାଇ ଏହି କାର୍ଯ୍ୟକ୍ରମରେ ଚାର ଚାନ୍ଦ ଲଗାଇଥିଲେ ଅର୍ଜିତି ସିଂ । ଯାହାକୁ ଅଭିନେତା ରଣବୀର ସିଂ ମଧ୍ୟ ପ୍ରଶଂସା କରିଛନ୍ତି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଗତ ଡିସେମ୍ବରରେ ରଣବୀର ସିଂଙ୍କ ଫିଲ୍ମ 'ସର୍କସ' ରିଲିଜ୍ ହୋଇଥିଲା । ଏହି ସିନେମାରେ ମୁଖ୍ୟ ଅଭିନେତ୍ରୀ ଭାବରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଏବଂ ପୂଜା ହେଗଡେଙ୍କୁ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକଣଙ୍କୁ ମଧ୍ୟ କିଛି ସମୟ ପାଇଁ ଦେଖିବା ମିଳିଥିଲା ।












Click it and Unblock the Notifications