ବିଗ୍ ବସ୍-୧୬ରେ ଇଣ୍ଟରନେଟ ସେନସେସନ କିଲି ପଲ୍

ବିଗ୍ ବସ୍-୧୬ରେ ଇଣ୍ଟରନେଟ ସେନସେସନ କିଲି ପଲ୍

ମୁମ୍ବାଇ: ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ରିଆଲିଟି ଶୋ' ବିଗ୍ ବସ୍-୧୬ । ଶୋ'ରେ ଏଣ୍ଟ୍ରି କରିଛନ୍ତି ୧୬ ଜଣ ପ୍ରତିଯୋଗୀ । ସବୁଥର ପରି ଏଥର ମଧ୍ୟ କିଛି ଚିହ୍ନା ତ କିଛି ଅଚିହ୍ନା ଚେହେରା ଦେଖିବା ପାଇଁ ମିଳିଛି । ଦର୍ଶକଙ୍କ ମନୋରଞ୍ଜନ ପାଇଁ ମେକର୍ସ ସମସ୍ତ ଚେଷ୍ଟା ମଧ୍ୟ କରିଛନ୍ତି । ଏହି ଟେଲିଭିଜନ ଶୋ'କୁ ଆଉ ଟିକେ ରୋମାଞ୍ଚ କରିବା ପାଇଁ କିଛି ପ୍ରତିଯୋଗୀ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିବା ନେଇ ସୂଚନା ରହିଛି । ଯାହା ମଧ୍ୟରୁ ଜଣେ ଘରେ କରି ସାରିଛନ୍ତି ପ୍ରବେଶ । ଇଣ୍ଟରନେଟ ସେନସେସନ କିଲି ପଲ୍ ।
ଏଥର Tanzaniaର ସୁପରଷ୍ଟାର ନଜର ଆସିବେ ସଲମାନଙ୍କ ଶୋ'ରେ । ଏ ନେଇ କଲର୍ସ ପକ୍ଷରୁ ଏକ ଭିଡିଓ ଟ୍ୱିଟ୍ ଜାରି କରାଯାଇ ସୂଚନା ଦିଆଯାଇଛି ।

Entertainment

ତେବେ କିଲି ପଲ୍ Tanzania ବାସିନ୍ଦା ହେବା ସତ୍ୱେ ଭାରତୀୟଙ୍କ ମନରେ କରନ୍ତି ରାଜ୍ । ସେ ଅନେକ ହିନ୍ଦୀ ସିନେମା ଗୀତରେ ଡ୍ୟାନ୍ସ କରି ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରନ୍ତି । ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥାଏ ଯାହାକୁ ଭାରତୀୟ ଦର୍ଶକ ଓ ବଲିଉଡ ଷ୍ଟାର ମାନେ ମଧ୍ୟ ଦେଖିବା ପାଇଁ ପସନ୍ଦ କରନ୍ତି । ଅନେକ ବଲିଉଡ ଅଭିନେତା ତାଙ୍କର ଫ୍ୟାନ୍ ମଧ୍ୟ ପାଲଟି ଯାଇଛନ୍ତି । ଭାରତରେ ତାଙ୍କର ଲୋକପ୍ରିୟତା ଦେଖି ମେକର୍ସ ତାଙ୍କୁ ବିଗ୍ ବସ୍-୧୬ ପାଇଁ ଆପରୋଚ କରିଥିଲେ । ବିଗ୍ ବସ ଘରେ ପ୍ରବେଶ କରିବା ପୂର୍ବରୁ କିଲି ପଲ Jhalak Dikhhla Jaa ଷ୍ଟେଜରେ ପହଁଚିଥିଲେ । ଯେଉଁଠି ମାଧୁରୀ ଓ କିଲିଙ୍କ ସୁନ୍ଦର ଡ୍ୟାନ୍ସ ମଧ୍ୟ ଦେଖିବା ପାଇଁ ମିଳିଥିଲା । କଲର୍ସ ପକ୍ଷରୁ ଏକ ଭିଡିଓ ଟ୍ବିଟ କରାଯାଇଛି, ଯେଉଁଥିରେ କିଲି ପଲ୍ ବିଗ୍ ବସ୍ ହାଉସରେ ପ୍ରବେଶ କରୁଥିବା ନଜର ଆସୁଛନ୍ତି ।


ଟିନା ଦତ୍ତା, ଅବଦୁଲ୍ ରୋଜିକ୍, ନିମ୍ରିତ୍ କୌର ଅହଲୁୱାଲିଆ, ଗୌତମ ବିଗ୍, ଏମସି ଷ୍ଟାନ୍, ଅଙ୍କିତ ଗୁପ୍ତା, ସୁମ୍ବୁଲ ତୌକିର୍, ମାନିଆ ସିଂ, ସୌନ୍ଦର୍ଯ୍ୟା ଶର୍ମା, ଶାଲିନ୍ଭା ନୋଟ, ଶ୍ରୀଜିତା ଦେ, ଶିବ ଠାକରେ, ପ୍ରିୟଙ୍କା ଚହର ଚୌଧୁରୀ, ସାଜିଦ୍ ଖାନ୍, ଗୋରି ନାଗୋରୀ ଏବଂ ଅର୍ଚ୍ଚନା ଗୌତମଙ୍କ ଭଳି ପ୍ରତିଯୋଗୀ ଏବେ ଶୋ'ରେ ଆରମ୍ଭ କରିଦେଇଛନ୍ତି ନିଜ ଖେଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+