ମୁକ୍ତିଲାଭ କଲା 'Indian Police Force'ର ଟ୍ରେଲର
Indian Police Force Trailer Out: ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ୱେବ୍ ସିରିଜ୍ 'ଇଣ୍ତିଆନ୍ସ ପୋଲିସ୍ ଫୋର୍ସ' ର ଟ୍ରେଲର ରିଲିଜ୍ ହୋଇଯାଇଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ଏହି ସିରିଜରେ ବଲିଉଡର ଫିଟନେସ୍ କୁଇନ୍ ଶିଳ୍ପା ଶେଟ୍ଟୀଙ୍କୁ ପୋଲିସ ଭୂମିକାରେ ଦେଖିବା ପାଇଁ ମିଳୁଛି । ସିଦ୍ଧାର୍ଥ ମଲହୋତ୍ରା ଏବଂ ବିବେକ ଓବରାଇଙ୍କୁ ମଧ୍ୟ ଏହି ସିରିଜରେ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳୁଛି ।

'ଇଣ୍ତିଆନ୍ସ ପୋଲିସ ଫୋର୍ସ'ର ଟ୍ରେଲର 3 ମିନିଟ୍ 2 ସେକେଣ୍ଡ । ଯାହାର ଆରମ୍ଭ ଏକ ଜୋରଦାର୍ ମ୍ୟୁଜିକରୁ ହେଉଛିଛି । ରୋହିତ ଶେଟ୍ଟୀଙ୍କ ଏହି ସିରିଜର ପୁରା କାହାଣୀ ଦିଲ୍ଲୀ ପୋଲିସ ଉପରେ ଆଧାରିତ । ଯେଉଁଥିରେ ଶିଳ୍ପା ଜଣେ ବରିଷ୍ଠ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରୁଛନ୍ତି । ଆତଙ୍କବାଦୀଙ୍କ ସାମ୍ନା କରିବା ପାଇଁ ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସାହାଯ୍ୟ ଲୋଡିଛନ୍ତି । ଅଭିନେତା ସିଦ୍ଧାର୍ଥଙ୍କୁ ମଧ୍ୟ ପୋଲିସ ଭୂମିକାରେ ଦେଖିବା ପାଇଁ ମିଳିବ । ଏହି ସିରିଜରେ ବିବେକ ଓବରୋଇ ଦମଦାର ଭୂମିକାରେ ନଜର ଆସୁଛନ୍ତି ।
ଆକ୍ସନ୍ ବ୍ୟତୀତ ସିଦ୍ଧାର୍ଥ ମଲହୋତ୍ରା ଅଭିନେତ୍ରୀ ଇଶା ତାଲୱାରଙ୍କ ସହ ଏହି ସିରିଜରେ ରୋମାନ୍ସର କରୁଥିବାର ମଧ୍ୟ ଦେଖିବା ପାଇଁ ମିଳିବ । ଉଭୟଙ୍କ ରୋମାଣ୍ଟି ଅନ୍ଦାଜ୍ ଦର୍ଶକଙ୍କ ମନ ନିଶ୍ଚୟ ଜିଣିବ । କିଛି ସମୟ ପୂର୍ବରୁ ମୁକ୍ତିଲାଭ କରିଥିବା ଏହି ସିରିଜର ଟ୍ରେଲର ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। ଟ୍ରେଲରକୁ ମାତ୍ର ଏକ ଘଣ୍ଟା ମଧ୍ୟରେ 3 ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବି ଯେ, ସିଦ୍ଧାର୍ଥ ମଲହୋତ୍ରା ଏବଂ ଶିଳ୍ପା ଶେଟ୍ଟୀଙ୍କ ଏହି ସିରିଜ୍ ଜାନୁଆରୀ 19 ରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବାକୁ ଯାଉଛନ୍ତି। ବିବେକ ଓବରୋଇଙ୍କ ବ୍ୟତୀତ ଶରଦ କେଲକର, ଶ୍ୱେତା ତିୱାରୀଙ୍କ ପରି ଅନେକ ଭେଟେରାନ ଅଭିନେତା ଏହି ସିରିଜରେ ନଜର ଆସିବେ।












Click it and Unblock the Notifications