'ଇଣ୍ତିଆନ୍ ଆଇଡଲ୍ ୧୩' କୁ 'BOYCOTT' ଦାବି

ସୋଶାଲ ମିଡିଆରେ ରିଆଲିଟି ଶୋ 'ଇଣ୍ତିଆନ୍ ଆଇଡଲ୍ ୧୩'କୁ ବୟକଟ୍ କରିବା ପାଇଁ ଦାବି କରାଯାଉଛି । ଯାହା ଏବେ ଟ୍ରେଣ୍ତରେ ରହିଛି । ପୂର୍ବରୁ ମଧ୍ୟ ଏହି ଶୋ'କୁ ନେଇ ବିବାଦ ଦେଖିବା ପାଇଁ ମିଳିଥିଲା ।

ମୁମ୍ବାଇ: ପୁଣି ଆରମ୍ଭ ହେଲା ବୟକଟ୍ ଟ୍ରେଣ୍ତ୍ । ଗତକିଛି ଦିନ ହେଲା ସୋଶାଲ ମିଡିଆରେ ଲଗାତାର ଭାବେ ବୟକଟ୍ ଟ୍ରେଣ୍ତ୍ ଜାରି ରହିଛି । ଯେଉଁଥିରେ ବଡ ବଡ ଷ୍ଟାରଙ୍କ ଫିଲ୍ମ ମଧ୍ୟ ସାମିଲ ଅଛି । ସୁପରଷ୍ଟାର ଆମିର, ଅକ୍ଷୟଙ୍କ ପରି କଳାକରଙ୍କ ଫିଲ୍ମକୁ ଏହି ଟ୍ରେଣ୍ତ୍ ପାଇଁ କ୍ଷତି ସହିବା ପାଇଁ ପଡିଛି । ଏବେ ଦର୍ଶକଙ୍କ ଟାର୍ଗେଟରେ ଲୋକପ୍ରିୟ ରିଆଲିଟି ଶୋ 'ଇଣ୍ତିଆନ୍ ଆଇଡଲ୍ ୧୩' ।

Indian Idol 13 Boycott

ସୋଶାଲ ମିଡିଆରେ ରିଆଲିଟି ଶୋ 'ଇଣ୍ତିଆନ୍ ଆଇଡଲ୍ ୧୩'କୁ ବୟକଟ୍ କରିବା ପାଇଁ ଦାବି କରାଯାଉଛି । ଯାହା ଏବେ ଟ୍ରେଣ୍ତରେ ରହିଛି । ପୂର୍ବରୁ ମଧ୍ୟ ଏହି ଶୋ'କୁ ନେଇ ବିବାଦ ଦେଖିବା ପାଇଁ ମିଳିଥିଲା । ଅନେକ ଦାବି କରିଥିଲେ ଯେ ଏହି ଶୋ' ଅର୍ଥାତ୍ 'ଇଣ୍ତିଆନ୍ ଆଇଡଲ୍' ସ୍କ୍ରିପ୍ଟେଡ୍ ବୋଲି ।

'ଇଣ୍ତିଆନ୍ ଆଇଡଲ୍ ୧୩'କୁ ବୟକଟର କାରଣ
୧୮ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ଲୋକପ୍ରିୟ ରିଆଲିଟି ଶୋ 'ଇଣ୍ତିଆନ୍ ଆଇଡଲ୍' । ଏହି ଶୋ' ମାଧ୍ୟମରେ ଅନେକ ସିଙ୍ଗର ନିଜର କ୍ୟାରିଅର ଗଢିବାରେ ସଫଳ ହୋଇଛନ୍ତି । ସେହିପରି ଅନେକ ଏହି ଶୋ' ଜରିଆରେ ବଲିଉଡରେ ମଧ୍ୟ ପାଦ ଦେଇଛନ୍ତି । ହେଲେ ସମୟ ସହ ବଦଳିଯାଇଛି ଶୋ'ର ଚୟନ ପ୍ରକ୍ରିୟା । ସବୁ କିଛି ସ୍କ୍ରିପ୍ଟେଡ୍ ବୋଲି ଦାବି କରାଯାଉଛି । ଏବେ ଟିଆରପିକୁ ଅଧିକ ଓ ଟ୍ୟାଲେଣ୍ଟକୁ କମ୍ ଗୁରୁତ୍ୱ ଦିଆଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଯେଉଁଥି ପାଇଁ ଅନେକ ପ୍ରତିଭାବାନ ପ୍ରତିଯୋଗୀ ସଫଳତା ପାଇଁରୁ ବଞ୍ଚିତ ହେଉଛନ୍ତି ବୋଲି ମଧ୍ୟ ଦାବି କରାଯାଉଛି ।

ତେବେ ଏହି ବିବାଦ ଆରମ୍ଭ ହୋଇଛି ଅରୁଣାଚଳପ୍ରଦେଶର ବାସିନ୍ଦା ରୀତୋ ରୀବାଙ୍କୁ ନେଇ । ସେ ଜଣେ ଫେମସ ୟୁଟ୍ୟୁବର । ସୋଶାଲ ମିଡିଆରେ ତାଙ୍କ ଅନେକ ଫ୍ୟାନଫଲୋଇଙ୍ଗ ରହିଛି । ପୂର୍ବରୁ ହିଁ ସେ ନିଜ ଗୀତ ପାଇଁ ବେଶ୍ ଫେମସ୍ । ନିକଟରେ ସେ 'ଇଣ୍ତିଆନ୍ ଆଇଡଲ୍ ୧୩' ରେ ଭାଗ ନେଇ ନିଜ କମ୍ପୋଜିସନର ଏକ ଗୀତ ଗାଇଥିଲେ । ଯାହାକୁ ଜଜେସ୍ ମଧ୍ୟ ଖୁବ ପସନ୍ଦ କରିଥିଲେ । ଏହାପରେ ହିମେଶ ରେଶମିୟାଙ୍କର ଏକ ଗୀତ ମଧ୍ୟ ଗାଇଥିଲେ ରୀତୋ । ରୀତୋ ରୀବାଙ୍କ ଅଡିସନ ପରେ ତାଙ୍କର ଖୁବ ପ୍ରଶଂସା ମଧ୍ୟ କରାଯାଇଥିଲା ହେଲେ ତାଙ୍କୁ ସିଲେକ୍ଟ କରାଯାଇନଥିଲା । ଟପ୍ ୧୫ ଲିଷ୍ଟରେ ନଥିଲା ତାଙ୍କ ନାଁ । ଯାହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖିବା ପାଇଁ ମିଳିଥିଲା । ଶୋ'ରେ ପକ୍ଷପାତିତ କରାଯାଉଛି ବୋଲି ଅଭିଯୋଗ କରାଯିବା ସହ ସୋଶାଲ ମିଡିଆରେ ବୟକଟ୍ 'ଇଣ୍ତିଆନ୍ ଆଇଡଲ୍ ୧୩' ଟ୍ରେଣ୍ତ କରିବା ଆରମ୍ଭ କରିଛି ।

ସେପଟେ ଫ୍ୟାନ୍ସଙ୍କର ଏତେ ମାତ୍ରାରେ ସମର୍ଥନ ପାଇ ବେଶ୍ ଖୁସ ଅଛନ୍ତି ରୀତୋ ରୀବା ସେ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇ ଲେଖିଛନ୍ତି ଯେ' ମୁଁ ପରବର୍ତ୍ତି ରାଉଣ୍ତରେ ସିଲେକ୍ଟ ହୋଇ ପାରିନାହିଁ ସେଥି ପାଇଁ ଆପଣ ମାନେ ଦୁଃଖିତ ହୁଅନ୍ତୁ ନାହିଁ, ଏହା ମୋ ପାଇଁ ଏକ ବଡ ସଫଳତା, ଖୁବ କମ ସମୟରେ ମୁଁ ମୋ ରାଜ୍ୟକୁ ପ୍ରତିନିଧିତ୍ୱ କରିବା ପାଇଁ ସକ୍ଷମ ହେଲି । ତାଙ୍କର ଏହି ପୋଷ୍ଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି । ଅନେକ ପ୍ରଶଂସକ ତାଙ୍କୁ ସପୋର୍ଟ କରୁଥିବାର ଦେଖିବା ପାଇଁ ମିଳୁଛିି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+