ଭାରତର ନମ୍ବର ୱାନ୍ ସିନେମା 'ପଠାନ୍', ରିଲିଜର ୩୯ ପରେ ମଧ୍ୟ ଜିିଣୁଛି ଫ୍ୟାନ୍ସଙ୍କ ମନ
ରିଲିଜର ୩୯ ପରେ ମଧ୍ୟ ବକ୍ସ ଅଫିସରେ ଜାରି ରହିଛି ପଠାନର କ୍ରେଜ୍ । ବଲିଉଡର ୱମ୍ବର ୱାନ୍ ଫିଲ୍ମ 'ପଠାନ୍' ।

Pathaan Box Office Collection: ବଲିଉଡର ୱମ୍ବର ୱାନ୍ ଫିଲ୍ମ 'ପଠାନ୍' । ଏହା ସହ ହିନ୍ଦୀ ସିନେମାର ପ୍ରସିଦ୍ଧ ପ୍ରଡକ୍ସନ୍ ହାଉସ୍ ୟଶ ରାଜ ବ୍ୟାନର ପୁଣିଥରେ 'ପଠାନ୍' ମାଧ୍ୟମରେ ଏହା ପ୍ରମାଣ କରିଛି ଯେ, ତାଙ୍କଠୁ ଭଲ ଥ୍ରୀଲର ଫିଲ୍ମ କେହି କରିପାରିବେ ନାହିଁ । ଶାହାରୁଖ ଖାନଙ୍କର ଏହି ସୁପରହିଟ୍ ଫିଲ୍ମ ବର୍ତ୍ତମାନ ଅଲଟାଇମ୍ ବ୍ଲକବଷ୍ଟରର ଲିଷ୍ଟରେ ସାମିଲ ହୋଇସାରିଛି ଏବଂ ୟଶ ରାଜକୁ ମିଳିଛି ଏକ ବଡ଼ ସଫଳତା । ରିଲିଜର ୩୯ ପରେ ମଧ୍ୟ ବକ୍ସ ଅଫିସରେ ଜାରି ରହିଛି ପଠାନର କ୍ରେଜ୍ ।
ବଲିଉଡର ମେଗା ସୁପରଷ୍ଟାର ଶାହରୁଖ ଖାନଙ୍କ ଅଭିନୀତ 'ପଠାନ'ଯାଦୁ ବର୍ତ୍ତମାନ ମଧ୍ୟ ଜାରି ରହିଛି । ଚଳଚ୍ଚିତ୍ର 'ପଠାନ୍' ରିଲିଜ୍ ହେବାର ୩୯ ଦିନ ପରେ ବିପୁଳ ରୋଜଗାର କରୁଛି । ପ୍ରସିଦ୍ଧ ବାଣିଜ୍ୟ ବିଶ୍ଳେଷକ ତରନ୍ ଆଦର୍ଶ ରବିବାର ଦିନ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ 'ପଠାନ'ର ୩୯ ତମ ଦିନର ରୋଜଗାର ଆକଳନ କରିଛନ୍ତି । ତରନଙ୍କ ରିପୋର୍ଟ ଅନୁସାରେ, 'ପଠାନ' ଶନିବାର ବକ୍ସ ଅଫିସରେ ୨.୦୫ କୋଟିର ବ୍ୟବସାୟ କରିଛି । ଯାହା ପରେ 'ପଠାନ୍'ର ମୋଟ୍ ଆୟ ୫୩୨.୦୮କୋଟିରେ ପହଁଚିଛି ।
ବ୍ୟବସାୟ କ୍ଷେତ୍ରରେ ସମସ୍ତ ରେକର୍ଡକୁ ବ୍ରେକ କରି ସାରିଛି ଫିଲ୍ମ 'ପଠାନ୍' । ବର୍ତ୍ତମାନ ଏହି ଚଳଚ୍ଚିତ୍ର ଭାରତରେ ସର୍ବାଧିକ ବକ୍ସ ଅଫିସରେ ଆୟ କରିଥିବା ଫିଲ୍ମ ହୋଇପାରିଛି । ଫିଲ୍ମର ଆୟକୁ ତୁଳନା କଲେ ଅନେକ ବିଗ୍ ବଜେଟ୍ ଫିଲ୍ମକୁ ପଛରେ ପକାଇଛି ଶାହାରୁଖ ଖାନଙ୍କ ସିନେମା ପଠାନ୍ ।












Click it and Unblock the Notifications