ଭାରତ-କାନାଡା ସମ୍ପର୍କରେ ଫାଟ ସୃଷ୍ଟି କରୁଛି କି ଆମେରିକା, ଜାଣନ୍ତୁ କ'ଣ ପାଇଁ ଦେଉଥିଲା ଗୁଇନ୍ଦା ତଥ୍ୟ

ଇଣ୍ଡିଆ କାନାଡା ବିବାଦ: ଖାଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ୱରଙ୍କ ହତ୍ୟା ଘଟଣାକୁ ନେଇ କାନାଡା-ଭାରତ ମଧ୍ୟରେ ବିବାଦ ଲାଗି ରହିଛି । ହରଦୀପ ସିଂହଙ୍କ ମୃତ୍ୟୁ କିପରି ହେଲା ତାଙ୍କ ହତ୍ୟା ପଛରେ କାହାର ହାତ ରହିଛି ସେ ନେଇ ତଥ୍ୟ ସଂଗ୍ରହ କରୁଛି କାନାଡା । ଖାଲିସ୍ତାନୀ ଆତଙ୍କୀର ମୃତ୍ୟୁ ପଛରେ ଭାରତୀୟ ଏଜେଣ୍ଟର ହାତ ରହିଛି ବୋଲି ମଧ୍ୟ କାନାଡା ଦାବି କରୁଛି ।

ହେଲେ ବର୍ତ୍ତମାନ ଏକ ନୂଆ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭାରତ ବିରୋଧରେ ଆମେରିକା ଗୁଇନ୍ଦା ତଥ୍ୟ ସଂଗ୍ରହର କରି କାନାଡା ଦେଉଥିବା ନେଇ ଦାବି କରାଯାଇଛି । ତେବେ କାନାଡା-ଭାରତର ସମ୍ପର୍କ ଖରାପ ହେବା ପଛରେ ଆମେରିକାର ମୁଖ୍ୟ ଭୂମିକା ରହିଛି ବୋଲି ମଧ୍ୟ କୁହାଯାଉଛି । ଏପରି ସ୍ଥିତିରେ ଭାରତ ବିରୋଧରେ ଆମେରିକାର ଏପରି କାର୍ଯ୍ୟ ଦୁଇ ଦେଶର ସମ୍ପର୍କ ଉପେର ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଉଛି ।

India Canada Row

ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, କାନାଡା- ଭାରତ ମଧ୍ୟ ସୃଷ୍ଟି ହୋଇଥିବା ବିବାଦ ପଛରେ ଆମେରିକାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ତେବେ ଖାଲିସ୍ତାନୀ ଆତଙ୍କୀର ମୃତ୍ୟୁ ପଛରେ ଭାରତର ସମ୍ପୃକ୍ତି ରହିଛି ଏହି ପ୍ରସଙ୍ଗରେ ଆମେରିକା ସହାୟତାରେ କାନାଡ଼ା ତଥ୍ୟ ଜୁଟାଇଥିଲା ବୋଲି ଖବର ରହିଛି ।

ନ୍ୟୁୟର୍କ ଟାଇମ୍ସ ସୂଚନା ଅନୁସାରେ, ନିଜ୍ଜନ ହତ୍ୟା ପଛରେ ଆମେରିକୀୟ ଗୁଇନ୍ଦା ଏଜେନ୍ସିଗୁଡିକ କାନାଡା ଗୁଇନ୍ଦା ଏଜେନ୍ସିକୁ ତଥ୍ୟ ଯୋଗାଉଥିଲା । ଯାହା ପରେ କାନାଡା ଦାବି କରିଥିଲା ଯେ, ନିଜ୍ୱନର ହତ୍ୟା ପଛରେ ଭାରତର ହାତ ରହିଛି । ଏପରିକି ଭାରତୀୟ ଦୂତାବାସ ଅଧିକାରୀଙ୍କ ଉପରେ ନଜର ରଖି ସେମାନଙ୍କ ଫୋନ୍ ଟ୍ରାକିଂ ମଧ୍ୟ କରାଯାଉଛି ।

ସୂଚନାଥାଉ ଯେ, କାନାଡାର ଗ୍ଲୋବାଲ ନ୍ୟୁଜରେ ପ୍ରକାଶିତ ଆଇପିଏସ ସର୍ଭେ ଅନୁଯାୟୀ କାନାଡାରେ ଜଷ୍ଟିନ ଟ୍ରୁଡୋଙ୍କ ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି । ଲୋକମାନଙ୍କ ମତରେ କନଜରବେଟିଭ୍ ପାର୍ଟିର ନେତା ପୋଏଲିଭ୍ରେ ପ୍ରଧାନମନ୍ତ୍ରୀ ହେବା ଉଚିତ୍। ସର୍ଭେ ଅନୁଯାୟୀ ଯଦି ଆଜିର ପରିସ୍ଥିତିରେ କାନାଡାରେ ନିର୍ବାଚନ ହୁଏ, ତେବେ କନଜରବେଟିଭ୍ ପାର୍ଟି ଏଠାରେ ସରକାର ଗଠନ କରିପାରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+