ରିଲିଜ୍ ହେଲା ଫିଲ୍ମ 'ଶେହେଜାଦା'ର ଟ୍ରେଲର, ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ କାର୍ତ୍ତିକ
ରିଲିଜ୍ ହେଲା ଫିଲ୍ମ 'ଶେହେଜାଦା'ର ଟ୍ରେଲର, ତିନି ଦିନର ଧରି ଚାଲିବ କାର୍ଯ୍ୟକ୍ରମ
ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଶେହେଜାଦା'ର ଟ୍ରେଲର ଆଜି ମୁମ୍ବାଇରେ ଲଞ୍ଚ ହୋଇଯାଇଛି । ପୁଣିଥରେ କାର୍ତ୍ତିକ ଏବଂ କ୍ରିତି ସାନନଙ୍କ ଯୋଡି କରିବ ଧମାଲ୍ । ସାଧାରଣ ଲୋକଙ୍କ ମଧ୍ୟରେ ଆଜି ଏହି ଚଳଚ୍ଚିତ୍ରର ଟ୍ରେଲର ଲଞ୍ଚ୍ କରାଯାଇଛି । ଟ୍ରେଲରଟି ଦର୍ଶକଙ୍କୁ ବେଶ୍ ଆକର୍ଷିତ କରୁଛି । କାର୍ତ୍ତିକ ଏବଂ କ୍ରିତି ସାନନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରକୁ ରୋହିତ ଧୱନ ନିର୍ଦ୍ଦେଶନା ଦେଇଛନ୍ତି । 'ଶେହେଜାଦା' ଆଲ୍ଲୁ ଅର୍ଜୁନଙ୍କ 'Ala Vaikunthapurramuloo'ର ହିନ୍ଦୀ ରିମେକ୍ ଫିଲ୍ମ ।

ସେହିପରି ଲଞ୍ଚ୍ ଇଭେଣ୍ଟରେ କାର୍ତ୍ତିକ ଏବଂ କ୍ରିତିଙ୍କ ଲୁକ୍ ମଧ୍ୟ ଜିଣିଥିବା ଫ୍ୟାନ୍ସଙ୍କ ମନ । କାର୍ତ୍ତିକ କଳା ଏବଂ କ୍ରିତି ରେଡ୍ କଲର ଡ୍ରେସରେ ନଜର ଆସିଥିଲେ । ଏଥି ସହିତ, ଟ୍ରେଲର ଇଭେଣ୍ଟ ସମୟରେ କାର୍ତ୍ତିକ ସ୍କୁଟିରେ ନିଜର ସ୍ୱାଗ୍ ଦେଖାଇଥିଲେ । ଫିଲ୍ମରେ ଜବରଦସ୍ତ ଆକ୍ସନ୍ ଦେଖିବା ପାଇଁ ମିଳୁଛି । ଫିଲ୍ମରେ ପରେଶ ରାୱଲ କାର୍ତ୍ତିକ ଆର୍ଯ୍ୟନଙ୍କ ପିତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଚଳଚ୍ଚିତ୍ରଟି ଆକ୍ସନ୍, କମେଡି, ରୋମାନ୍ସରେ ପରିପୂର୍ଣ୍ଣ ।
ତେବେ ସୂଚନା ଅନୁସାରେ 'ଶେହେଜାଦା'ର ନିର୍ମାତାମାନେ ଫିଲ୍ମର ଟ୍ରେଲର ଲଞ୍ଚ କରିବାର ସ୍ୱତନ୍ତ୍ର ଏବଂ ଭିନ୍ନ ଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । 'ଶେହେଜାଦା'ର ଟ୍ରେଲର ରିଲିଜ ଅବସରରେ ଏକ ତିନି ଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଯାହା ୧୨ ଜାନୁଆରୀ ଅର୍ଥାତ୍ ଆଜିଠୁ ଆରମ୍ଭ ହୋଇଯାଇଛି । ଜାନୁୟାରୀ ୧୩ ତାରିଖରେ 'ଶେହେଜାଦା' କାର୍ତ୍ତିକ ଆର୍ଯ୍ୟନ ଏବଂ କ୍ରିତି ସାନନଙ୍କ ଷ୍ଟାର କାଷ୍ଟ ଜଲନ୍ଦରରେ ଲୋହରୀ ପାଳନ କରିବା ସହିତ ଫିଲ୍ମର ଟ୍ରେଲର ରିଲିଜ କରିବେ । ଶେଷରେ, ଜାନୁଆରୀ ୧୪ ରେ, ମକର ସଙ୍କ୍ରାନ୍ତି ଅବସରରେ 'ଶେହେଜାଦା'ର ଟ୍ରେଲର Kachchh ରିଲିଜ୍ କରାଯିବାର କାର୍ଯ୍ୟକ୍ରମ ରହିଛି । ଫିଲ୍ମଟି ୧୦ ଫେବୃଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।












Click it and Unblock the Notifications