Get Updates
Get notified of breaking news, exclusive insights, and must-see stories!

ପୁଣି ଅଡୁଆରେ ଆର୍ଯ୍ୟନ ଖାନ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ପୁଣି ଫସିଲେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ । କ୍ଲବରେ ପାର୍ଟି କରୁଥିବା ଆର୍ଯ୍ୟନ୍ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମୁମ୍ବାଇ: ପୁଣି ଫସିଲେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ । କ୍ଲବରେ ପାର୍ଟି କରୁଥିବା ଆର୍ଯ୍ୟନ୍ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତ 14 ତାରିଖରେ ଆର୍ଯ୍ୟନଙ୍କୁ ପାସପୋର୍ଟ ଫେରାଇବାକୁ NCBକୁ ନିର୍ଦ୍ଦେଶ ଦେଇଥିଲେ ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ । ଏହାସହ ଦାଖଲ କରିଥିବା ଜାମିନ ବଣ୍ଡକୁ ମଧ୍ୟ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

aryan khan
ଗତବର୍ଷ କ୍ରୁଜ୍ ଡ୍ରଗ୍ସ ମାମଲାରେ ଧରା ପଡ଼ିବା ପରଠାରୁ ଲାଇମ୍‌ଲାଇଟରେ ଅଛନ୍ତି ଆର୍ଯ୍ୟନ୍ । ମାସେ ଧରି ଚାଲିଥିବା ଆଇନଗତ ଲଢେଇ ପରେ ଆର୍ଯ୍ୟନ୍ ଖାନଙ୍କୁ ଏନସିବି ଦ୍ୱାରା କ୍ଲିନ୍ ଚିଟ୍ ଦିଆଯାଇଥିଲା । ବର୍ତ୍ତମାନ ଭିଡିଓଟି ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ବିଭିନ୍ନ ପେଜ୍‌ରେ ସେୟାର କରାଯାଉଛି।

ଭିଡିଓରେ କଳା ଟି-ସାର୍ଟରେ ଆର୍ଯ୍ୟନ୍ ଖାନଙ୍କୁ ଦେଖିବାକୁ ମିଳିଛି। ସେ ମୁହଁରେ ମାସ୍କ ପିନ୍ଧିଛନ୍ତି। କିନ୍ତୁ ପରେ ସେ ମାସ୍କ ତଳକୁ କରି ଡ୍ରିଙ୍କ୍‌ ପିଉଛନ୍ତି ଏବଂ ତା'ପରେ ପୁଣି ମାସ୍କ ପିନ୍ଧୁଥିବା ଦେଖାଯାଇଛି । ଆର୍ଯ୍ୟନ୍ ଖାନଙ୍କ ଫ୍ୟାନ୍ ପେଜ୍ ଅନୁଯାୟୀ ଯେଉଁଥିରେ ତାଙ୍କ ଭିଡିଓ ସେୟାର କରାଯାଇଛି, ଏହି କ୍ଲିପ୍ ସୋମବାର ରାତିର କୁହାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+