୯ ବର୍ଷ ପରେ ଅଭିନେତା ଇମ୍ରାନ ଖାନ କରିବାକୁ ଯାଉଛନ୍ତି Comeback, ଗୋଆରେ ଆରମ୍ଭ ହେଲା ଶୁଟିଂ
Imran Khan Comeback: ଅଭିନେତା ଇମ୍ରାନ ଖାନ ତାଙ୍କର ପ୍ରଥମ ଚଳଚ୍ଚିତ୍ର 'ଜାନେ ତୁ ୟା ଜାନେ ନା' ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ପ୍ରଥମ ଚଳଚ୍ଚିତ୍ରରୁ ହିଁ ସେ ହିନ୍ଦୀ ସିନେମା ଇଣ୍ତଷ୍ଟ୍ରିରେ ଏକ ଖାସ୍ ଛାପ ଛାଡି ଯାଇଥିଲେ । ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର ସୁପରହିଟ୍ ବୋଲି ହୋଇଥିଲା । ଇସ୍ରାନଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା ।

ହେଲେ ଖୁବ୍ କମ ଦିନ ମଧ୍ୟରେ ସେ ଇଣ୍ଡଷ୍ଟ୍ରିରୁ ବିରତି ନେଇଥିଲେ। ବର୍ତ୍ତମାନ 9 ବର୍ଷ ପରେ ଇମ୍ରାନ ଖାନ ଅଭିନୟ ଜଗତକୁ ଫେରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରର ବିଶେଷ କଥା ହେଉଛି ଏହାକୁ ଭୀର ଦାସ ନିର୍ଦ୍ଦେଶନା ଦେଉଛନ୍ତି। ଏହି ଚଳଚ୍ଚିତ୍ରର ନାମ ହେଉଛି 'ହାପି ପଟେଲ' । ତେବେ ଭୀର ଦାସ ପ୍ରଥମ ଥର ନିର୍ଦ୍ଦେଶନା ଜଗତରେ ପାଦ ରଖିବା ପାଇଁ ଯାଉଛନ୍ତି ।
ଦୀର୍ଘ ଦିନ ପରେ ଇମ୍ରାନ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିବ । ଯେଉଁଥି ପାଇଁ ପ୍ରଶଂସକମାନେ ମଧ୍ୟ ଉତ୍ସାହିତ ଅତନ୍ତି। ସମସ୍ତେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି, ସୋସିଆଲ ମିଡିଆରେ ଅଭିନେତାଙ୍କ କମ୍ ବ୍ୟାକକୁ ନେଇ ଅନେକ ପ୍ରକାରର କମେଣ୍ଟ ଦେଖିବା ପାଇଁ ମିଳୁଛି । ସେହିପରି ଲାଇକର ବର୍ଷା ହେବା ଆରମ୍ଭ ହୋଇଛି ।
ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ଏହି ଫିଲ୍ମର ଶୁଟିଂ ଗୋଆରେ ଆରମ୍ଭ କରି ଦେଇଛନ୍ତି । ଇମ୍ରାନଙ୍କ ସହ ଫିଲ୍ମରେ କିଏ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସିବେ ସେ ନେଇ କୌଣସି ସୂଚନା ବର୍ତ୍ତମାନ ଜାରି କରାଯାଇ ନାହିଁ । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ମୋନା ସିଂ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାର ଦେଖିବାକୁ ମିଳିବ । ମୋନା ପୂର୍ବରୁ ଆମୀର ଖାନଙ୍କ ଅନେକ ଫିଲ୍ମରେ କାମ କରିସାରିଛନ୍ତି। ସେ ଲାଲ ସିଂ ଚଡ୍ଡା, 3 ଇଡିଅଟ୍ସରେ ମଧ୍ୟ କାମ କରିସାରିଛନ୍ତି ।
ଇମ୍ରାନ ଖାନଙ୍କ ପ୍ରତ୍ୟାବର୍ତ୍ତନ ଚଳଚ୍ଚିତ୍ରର ନାମ ହେଉଛି 'ହାପି ପଟେଲ' । ଏହି ଚଳଚ୍ଚିତ୍ରର ବିଶେଷ କଥା ହେଉଛି ଆମୀର ଖାନ ମଧ୍ୟ ଏଥିରେ ଏକ କ୍ୟାମୋ କରିବାକୁ ଯାଉଛନ୍ତି। ହାପି ପଟେଲଙ୍କ ବିଷୟରେ କହିବାକୁ ଗଲେ ଏଥିରେ କମେଡିର ଯବରଦସ୍ତ ତଡକା ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ଆମୀର ଖାନଙ୍କ ପ୍ରଡକ୍ସନ୍ ହାଉସ୍ ଅଧୀନରେ ନିର୍ମିତ ହେଉଥିବା ନେଇ ସୂଚନା ରହିଛି । ସୂଚନା ଏହା ମଧ୍ୟ ରହିଛି ଯେ, ଇମ୍ରାନ ଖାନ 'ହାପି ପଟେଲ' ପରେ ଏକ ୱେବ୍ ସିରିଜରେ ମଧ୍ୟ ନଜର ଆସିବେ । ସେ ଏହି ଚଳଚ୍ଚିତ୍ରରେ ଗୁପ୍ତଚର ଭୂମିକାରେ ନଜର ଆସିବେ ।












Click it and Unblock the Notifications