Get Updates
Get notified of breaking news, exclusive insights, and must-see stories!

କ୍ୟାଟ୍ରିନାଙ୍କ ଭାଇ ସେବାଷ୍ଟିଆନଙ୍କୁ ଡେଟ୍ କରୁଛନ୍ତି ଏହି ଅଭିନେତ୍ରୀ ,ଫଟୋ ହେଲା ଭାଇରାଲ

Ileana and Katrina's Brother Sebastian have reportedly been dating Each other for roughly six months. କ୍ୟାଟ୍ରିନାଙ୍କ ଭାଇ ସେବାଷ୍ଟିଆନଙ୍କୁ ଡେଟ୍ କରୁଛନ୍ତି ଏହି ଅଭିନେତ୍ରୀ ,ଫଟୋ ହେଲା ଭାଇରାଲ

ମୁମ୍ବାଇ: କ୍ୟାଟ୍ରିନା ନିଜ ୩୯ ତମ ଜନ୍ମଦିନ ପାଳନ କରିବା ପାଇଁ ମାଳଦ୍ୱୀପରେ ପହଁଚିଥିଲେ ।ସେ ନିଜ ପରିବାର , ସାଙ୍ଗମାନଙ୍କ ସହିତ ମାଳଦ୍ୱୀପରେ ଖୁବ ଏଞ୍ଜୟ କରିବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ପ୍ରଶଂସକ ବେଶ ପସନ୍ଦ ମଧ୍ୟ କରିଥିଲେ । ଭାଇରାଲ ଫଟୋରେ କ୍ୟାଟ୍ରିନା , ଅଭିନେତା ବିକି କୌଶଲ, ସନ୍ନି କୌଶଲ, ମିନି ମଥୁର, ଭାଇ ସେବାଷ୍ଟିଆନ, ଆନନ୍ଦ ତିୱାରୀ ଏବଂ ଅଭିନେତ୍ରୀ ଇଲିଆନା ଡି'କ୍ରୁଜ ମଧ୍ୟ ମଧ୍ୟ ନଜର ଆସିଥିଲେ ।କଟ୍ରିନାଙ୍କ ଜନ୍ମ ଦିନର ଫଟୋକୁ ନେଇ ଏବେ ବିଟାଉନରେ ଆଉ ଏକ ଚର୍ଚ୍ଚା ଆରମ୍ଭ ହୋଇଛି ।

କ୍ୟାଟ୍ରିନାଙ୍କ ଭାଇ ସେବାଷ୍ଟିଆନ୍ ଏବଂ ଇଲିଆନାଙ୍କ ଫଟୋ ଭାଇରାଲ ହେବା ସହ ଏବେ ଉଭୟ ପରସ୍ପରକୁ ୬ ମାସ ହେବ ଡେଟ୍ କରୁଥିବା ମଧ୍ୟ ସୂଚନା ରହିଛି ।ତେବେ କ୍ୟାଟ୍ରିନାଙ୍କ ଭାଇ ସେବାଷ୍ଟିଆନ୍ ବ୍ରିଟେନର ଜଣେ ମଡେଲ।ରିପୋର୍ଟ ଅନୁଯାୟୀ ସେବାଷ୍ଟିଆନ୍ ଏବଂ ଇଲିଆନା ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ ମଧ୍ୟ କରୁଛନ୍ତି ।ଏହା ସହ କ୍ୟାଟ୍ରିନାଙ୍କ ପୁରୁଣା ଘରେ ଏକାଠି ଅନେକ ସମୟ ବିତାଉଛନ୍ତି। ତେବେ ଏହି ଚର୍ଚ୍ଚା କେତେ ସତ ତାହା ତ ସମୟ ହିଁ କହିବ ।

KAT

ତେବେ ନିଜ ବ୍ୟକ୍ତଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଇଲିଆନା ପୂର୍ବରୁ ଫଟୋଗ୍ରାଫର ଆଣ୍ତ୍ରିୟୁଙ୍କୁ ଡେଟ୍ କରୁଥିଲେ । ହେଲେ ଉଭୟଙ୍କ ମଧ୍ୟରେ କିଛିଦିନ ମଧ୍ୟରେ ହିଁ ବ୍ରେକଅପ୍ ହୋଇଯାଇଥିଲା । କ୍ୟାଟ୍ରିନାଙ୍କ ଜନ୍ମଦିନ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।ଅନ୍ୟପଟେ ଇଲିଆନାଙ୍କ ପ୍ରେମର ଚର୍ଚ୍ଚା ମଧ୍ୟ ଜୋର ଧରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+