IIFA Awards 2022 : ଷ୍ଟାରଙ୍କ ସହ ୱିକେଣ୍ଡ , ଦେଖନ୍ତୁ ଭିଡିଓ
ଆଇଫାର କଳାକାରଙ୍କ ସହ ଚାଟ୍ କଲେ ଯୋଶ ଆପ୍। ସିଙ୍ଗର ନେହା କକ୍କର,ଭିକି କୌଶଲ, ଫରାହ ଖାନ,ଅନନ୍ୟା ପାଣ୍ଡେ, ସାରା ଅଲ୍ଲି ଖାନଙ୍କ ଭଳି କଳାକାରଙ୍କ ସହ କଥା ହୋଇଛି ଜୋଶ।
ମୁମ୍ବାଇ: ଆଇଫାର କଳାକାରଙ୍କ ସହ ଚାଟ୍ କଲେ ଯୋଶ ଆପ୍। ସିଙ୍ଗର ନେହା କକ୍କର,ଭିକି କୌଶଲ, ଫରାହ ଖାନ,ଅନନ୍ୟା ପାଣ୍ଡେ, ସାରା ଅଲ୍ଲି ଖାନଙ୍କ ଭଳି କଳାକାରଙ୍କ ସହ କଥା ହୋଇଛି ଜୋଶ। ଭାରତୀୟ ସିନେମାର ଅତ୍ୟଧିକ ପ୍ରତୀକ୍ଷିତ ମେଗା ଉତ୍ସବ, ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ ଏବଂ ପୁରସ୍କାର (ଆଇଫା)ର ୨୨ ତମ ସଂସ୍କରଣ ଅନୁଷ୍ଠିତ ହୋଇଛି । ଆବୁଧାବିରେ ଆୟୋଜିତ ହୋଇଛି ଏହି ମେଗା ଇଭେଣ୍ଟ । ଭାରତୀୟ ସିନେମାକୁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ପ୍ରଦାନ କରିଛି ।

ଆଜି ଏହି ଇଭେଣ୍ଟର ପ୍ରିମିୟର ହେବାକୁ ଯାଉଛି । ଆବୁଧାବିର ୟାସ୍ ଦ୍ୱୀପରେ ପ୍ରିୟ ତାରକାମାନେ କ'ଣ କରୁଥିଲେ ତାହା ଦେଖିବା ପାଇଁ ପ୍ରଶଂସକମାନଙ୍କ ମନରେ ଉତ୍ସାହ ରହିଛି । ନିକଟରେ ସବୁ କଳାକାରଙ୍କର ଏକ ଭିଡିଓ ରିଲିଜ ହୋଇଛି ।
ଫରାହ ଖାନ ଆବୁଧାବିର ୟାସ ଦ୍ୱୀପର ଡବ୍ଲୁ ହୋଟେଲରେ ମିଶେଲିନ ଷ୍ଟାର ରୋଷେୟା ବିନୀତ ଭାଟିଆଙ୍କ ସହ ରୋଷେଇ କରୁଥିବା ଭିଡିଓ ଆସିଛି । ଟାଇଗର ଶ୍ରଫ ୟାସ ଦ୍ୱୀପରେ ସିଏଲୱାଇଏମବି ଆବୁଧାବିରେ ଇନଡୋର ସ୍କାଏ ଡାଇଭିଂ କୁ ଯାଇଥିଲେ । ନୋରା ଫତେହି ଆବୁଧାବିର ୟାସ୍ ଦ୍ୱୀପର ଫେରାରୀ ୱାର୍ଲ୍ଡରେ ବିଶ୍ୱର ଦ୍ରୁତତମ ରୋଲର୍ କୋଷ୍ଟର ରାଇଡ୍ ଚେଷ୍ଟା କରିଥିବା ନଜର ଆସିଛନ୍ତି । ଆଇଫା ସିନେମା, ବ୍ୟବସାୟ କ୍ଷେତ୍ରରେ ଭଲ ସଂପର୍କ ନିର୍ମାଣ ପାଇଁ ଉତ୍ସର୍ଗୀକୃତ। ଏହା ସ୍ବପ୍ନ ସୃଷ୍ଟି କରିବାର ମାଧ୍ୟମ : "ଜଣେ ଲୋକ,ଗୋଟିଏ ଦୁନିଆ (ୱାନ ପିପଲ୍, ୱାନ ୱାର୍ଲ୍ଡ) ବୋଲି କୁହାଯାଇଛି । "
https://m.dailyhunt.in/buzz/video/hindi/misc/iifa+weekend+with+the+stars-b32760226?ss=wsp&s=i&uu=0xb04834f09731ef06












Click it and Unblock the Notifications