ଆଉ ଶୁଣିବାକୁ ମିଳିବନି ଆଇକନିକ୍ ପ୍ଲେବ୍ୟାକ୍ ସିଙ୍ଗର ଅରିଜିତଙ୍କ ସ୍ୱର
ଫିଲ୍ମରେ ଆଉ ଶୁଣିବାକୁ ମିଳିବନି ଆଇକନିକ୍ ପ୍ଲେବ୍ୟାକ୍ ସିଙ୍ଗର ଅରିଜିତଙ୍କ ସ୍ୱର । ନିଜ କଣ୍ଠସ୍ୱରରେ ଦର୍ଶକଙ୍କୁ କରିବେନି ମନୋରଞ୍ଜନ । ଗୋଟିଏ ଘୋଷଣାରେ ପୂରା ସଙ୍ଗୀତ ଜଗତକୁ କରିଦେଲେ ସ୍ତବ୍ଧ । ବଲିଉଡର ସବୁଠୁ ଲୋକପ୍ରିୟ ଓ ସଫଳ ଗାୟକଙ୍କ ମଧ୍ୟରୁ ଜଣେ ଅରିଜିତ୍ ସିଂହ ବଡ଼ ଘୋଷଣା କରି ପ୍ରଶଂସକଙ୍କୁ ଝଟକା ଦେଇଛନ୍ତି । ବଲିଉଡ୍ କଣ୍ଠଶିଳ୍ପୀ ଅରିଜିତ୍ ସିଂହ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରି ପ୍ଲେବ୍ୟାକ୍ ସିଙ୍ଗର ଭାବେ ନୂଆ କାମ ନେବେ ନାହିଁ ବୋଲି ଘୋଷଣା କରିଛନ୍ତି ।

ଇନଷ୍ଟାଗ୍ରାମରେ ସେୟାର କରିଥିବା ଏକ ପୋଷ୍ଟରେ ଅରିଜିତ ସିଂହ ଲେଖିଛନ୍ତି, "ନମସ୍କାର, ଆପଣମାନଙ୍କୁ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା । ବର୍ଷ ବର୍ଷ ଧରି ଆପଣଙ୍କ ପ୍ରେମ ଏବଂ ସମର୍ଥନ ପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ମୁଁ ଘୋଷଣା କରି ଖୁସି ହେଉଛି ଯେ ମୁଁ ଆଉ ପ୍ଲେବ୍ୟାକ୍ ସିଙ୍ଗର ଭାବରେ କୌଣସି ନୂତନ କାମ ଗ୍ରହଣ କରିବି ନାହିଁ । ମୁଁ ଏହି ଯାତ୍ରା ଶେଷ କରୁଛି । ଏହା ଏକ ସୁନ୍ଦର ଯାତ୍ରା ହୋଇଛି ।" ଅରିଜିତଙ୍କ ଏହି ପୋଷ୍ଟ ଆସିବା ମାତ୍ରେ ସଙ୍ଗୀତ ଜଗତ ଏବଂ ପ୍ରଶଂସକମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି ।
ଅରିଜିତ ସିଂହ ବର୍ତ୍ତମାନ ସମୟରେ ଭାରତୀୟ ସଙ୍ଗୀତ ଜଗତର ସବୁଠାରୁ ବଡ଼ ନାଁ । ତାଙ୍କ ସ୍ୱର କେବଳ ରୋମାଣ୍ଟିକ ଗୀତର ଏକ ପରିଚୟ ହୋଇ ନାହିଁ । ବରଂ ସେ ସାଡ୍, ସୁଫି ଏବଂ ଦେଶାତ୍ମବୋଧକ ଗୀତରେ ମଧ୍ୟ ଏକ ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି । "ଆଶିକି ୨" ଫିଲ୍ମର "ତୁମ୍ ହି ହୋ" ଗୀତଟି ଅରିଜିତଙ୍କ କ୍ୟାରିଅରରେ ଏକ ମୋଡ଼ ଆଣିଥିଲା । ସେ ହିନ୍ଦୀ, ବଙ୍ଗଳା, ତାମିଲ, ତେଲୁଗୁ, ମରାଠୀ ଏବଂ କନ୍ନଡ ଭାଷାରେ ଗୀତ ଗାଇଛନ୍ତି । ଆଜି ପର୍ଯ୍ୟନ୍ତ ସେ ୩୦୦ରୁ ଅଧିକ ଫିଲ୍ମରେ କଣ୍ଠସ୍ୱର ଦେଇଛନ୍ତି ।












Click it and Unblock the Notifications