ପରିବାର ପାଇଁ ପ୍ରକୃତିଙ୍କ ସହ ଆଉ ଫିଲ୍ମ କରିବେନି ବାବୁଶାନ
ଓଲିଉଡ ଅଭିନେତା ବାବୁଶାନଙ୍କ ପତ୍ନୀ ପ୍ରକୃତିଙ୍କୁ ମାଡ଼ ମାରୁଥିବା ଘଟଣାରେ ଶେଷରେ ମୁହଁ ଖୋଲିଛନ୍ତି ବାବୁସାନ୍ । ଗତକାଲି ରାତିରେ ଅଭିନେତା ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ।
ଭୁବନେଶ୍ୱର: ଓଲିଉଡ ଅଭିନେତା ବାବୁଶାନଙ୍କ ପତ୍ନୀ ପ୍ରକୃତିଙ୍କୁ ମାଡ଼ ମାରୁଥିବା ଘଟଣାରେ ଶେଷରେ ମୁହଁ ଖୋଲିଛନ୍ତି ବାବୁସାନ୍ । ଗତକାଲି ରାତିରେ ଅଭିନେତା ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ।

ଯେଉଁଥିରେ ସେ କହିଛନ୍ତି 'ମୁଁ ଜାଣିଛି ଆଜିର ମୋ ଭାଇରାଲ ଭିଡିଓ ଦେଖି ଆପଣମାନେ ବହୁତ ମଜା ନେଉଥିବେ । କିନ୍ତୁ ମୁଁ ଚେନ୍ନାଇ ଯାଉଥିଲି ଯେଉଁଠି ଓଡ଼ିଆ ସମାଜ ପକ୍ଷରୁ ତାଙ୍କୁ ଉତ୍କଳ ଦିବସ ପାଇଁ ନିମନ୍ତ୍ରଣ କରାଯାଇଥିଲା ଓ ପ୍ରକୃତିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ସେଠାରେ ନିଜ ଫିଲ୍ମର ପ୍ରମୋସନ୍ କରିବା ସହ ଆଉ ଏକ ନୂଆ ଫିଲ୍ମର ଘୋଷଣା କରିବାର ମଧ୍ୟ ଥିଲା ' । ଅଭିନେତା ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଘରେ ଏତେ ଅସୁବିଧା ଚାଲିଛି ବୋଲି ସେ ଜାଣି ନଥିଲେ । ଯଦି ଏତେ ଅସୁବିଧା ଅଛି ତେବେ ଆଗକୁ ଆଉ ସେ ପ୍ରକୃତିଙ୍କ ସହ ଫିଲ୍ମ କରିବେ ନାହିଁ ଏପରିକି ଆବଶ୍ୟକ ପଡିଲେ କୌଣସି ନାୟିକାଙ୍କ ସହ ସେ ଆଉ କାମ କରିବେ ନାହିଁ । ବାବୁସାନଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅନ୍ୟପଟେ ବୋହୂ ତୃପ୍ତିଙ୍କ ସପକ୍ଷରେ ବାହାରିଛନ୍ତି ଅପରାଜିତା ମହାନ୍ତି । ଖାରବେଳନଗର ଥାନାରେ ବୋହୂ ତୃପ୍ତି ଶତପଥୀଙ୍କ ସହ ଉପସ୍ଥିତ ଥିଲେ ଅପରାଜିତା । ଥାନାରେ ତୃପ୍ତି ଶତପଥୀ ଓ ଅପରାଜିତା ଲିଖିତ ଅଭିଯୋଗ କରିଛନ୍ତି ।












Click it and Unblock the Notifications