Get Updates
Get notified of breaking news, exclusive insights, and must-see stories!

'କଣ ଖାଲି ଫେସମ ହେବା ପାଇଁ ମୁଁ ଛୋଟ ପୋଷାକ ପିନ୍ଧୁଛି... ?'; ଜାଣନ୍ତୁ, କାହିଁକି ଏମିତି କହିଲେ ନିୟା ଶର୍ମା

ନିୟା ଶର୍ମାଙ୍କୁ ଅନେକ ଅଶୀଳ୍ଲ କମେଣ୍ଟର ସାମ୍ନା କରିବାକୁ ପଡୁଛି । କିନ୍ତୁ ସେ ଟ୍ରୋଲରଙ୍କ ଆଗରେ ନତମସ୍ତକ ନ ହୋଇ ଉପଯୁକ୍ତ ଉତ୍ତର ଦେଇଛନ୍ତି ।

ନୂଆଦିଲ୍ଲୀ: ଆଜିର ଯୁଗରେ ଅଧିକାଂଶ ଅଭିନେତ୍ରୀ ବୋଲ୍ଡ ଫଟୋସୁଟ୍ କରୁଛନ୍ତି । ଯଦିଓ ଏହା ତାଙ୍କ ବୃତ୍ତିର ଏକ ଅଂଶ, କିନ୍ତୁ ଅନେକ ଲୋକେ ଛୋଟ ପୋଷାକ ପିନ୍ଧିବା ପାଇଁ ପ୍ରତ୍ୟେକ ଅଭିନେତ୍ରୀଙ୍କୁ ଟ୍ରୋଲ କରନ୍ତି । ନିୟା ଶର୍ମାଙ୍କ ସହ ସମାନ ଘଟଣା ଘଟିଛି, ତାଙ୍କୁ ଅନେକ ଅଶୀଳ୍ଲ କମେଣ୍ଟର ସାମ୍ନା କରିବାକୁ ପଡୁଛି । କିନ୍ତୁ ସେ ଟ୍ରୋଲରଙ୍କ ଆଗରେ ନତମସ୍ତକ ନ ହୋଇ ଉପଯୁକ୍ତ ଉତ୍ତର ଦେଇଛନ୍ତି ।

Nia Sharma

ଅଶୀଳ୍ଲ କମେଣ୍ଟକୁ କେମିତି କରନ୍ତି ଡିଲ୍ ?

ନିୟା ଶର୍ମା ତାଙ୍କ ପୋଷାକ ଶୈଳୀ ବିଷୟରେ ସର୍ବଦା ଚର୍ଚ୍ଚାରେ ଥାଆନ୍ତି । ନିକଟରେ ଏକ ସାକ୍ଷାତକାର ସମୟରେ ତାଙ୍କୁ ପଚରାଯାଇଥିଲା ଯେ ସେ କିପରି ଟ୍ରୋଲ ସହିତ ଡିଲ କରନ୍ତି । ସେ ଏହା ଉପରେ ଭାବପ୍ରବଣ ହୋଇ କହିଥିଲେ ଯେ, ଅଧିକାଂଶ ଲୋକ ମୋ ପୋଷାକ ବିଷୟରେ କିଛି ଭଲ କୁହନ୍ତି ନାହିଁ ଏବଂ ମୁଁ ଏହାକୁ ଗ୍ରହଣ କରେ । ସେମାନେ ମୋତେ ଉଲଗ୍ନ ପରି ଅପମାନଜନକ ଶବ୍ଦ କୁହନ୍ତି । ଅନେକ ଲୋକ ମଧ୍ୟ ମୋ ପିଠି ପଛରେ କିପରି ପୋଷାକ ପିନ୍ଧନ୍ତି ସେ ବିଷୟରେ କଥାବାର୍ତ୍ତା କରନ୍ତି ।

Nia Sharma

'ଇଣ୍ଡଷ୍ଟ୍ରିରେ ଅନେକ କାମ କରିଛି'

ନିୟା କହିଛନ୍ତି ଯେ, ବୁଝିବା ଏତେ କଷ୍ଟକର ଯେ ଏସବୁ ମୋର ବ୍ୟକ୍ତିଗତ ଜୀବନ ଏବଂ ତାହା ମୋର ବ୍ୟକ୍ତିଗତ ପୋଷାକ । ନିୟା ଭାବପ୍ରବଣ ହୋଇ କହିଛନ୍ତି ଯେ, ଅନେକ ଲୋକ କୁହନ୍ତି ଯେ ମୁଁ ଫେମସ ହେବାକୁ ଏବଂ ହେଡଲାଇନରେ ରହିବାକୁ ଏମିତି ପୋଷାକ ପିନ୍ଧିଥାଏ । ଏସବୁ କେଉଁଠୁ ଆସିଲା ? ମୁଁ 10 ବର୍ଷ ଧରି ଏମିତି ଖାଲି ଫେମସ ହେବାକୁ ଚାହୁଁଛି କି ? ଟ୍ରୋଲରମାନଙ୍କୁ ଜବାବ ଦେଇ ସେ କହିଛନ୍ତି ଯେ, ମୁଁ ଇଣ୍ଡଷ୍ଟ୍ରିରେ ବହୁତ କାମ କରିଛି ଏବଂ ମୁଁ ମଧ୍ୟ ପ୍ରସିଦ୍ଧ । ଏହି କାରଣରୁ ମୋର ପୋଷାକ ଧ୍ୟାନ ପାଇବା ପାଇଁ ରାସ୍ତା ନୁହେଁ ।

Nia Sharma

ପ୍ରଡକ୍ସନ ଟିମ୍ ପୋଷାକ ସ୍ଥିର କରନ୍ତି

'ଦ ଗୁଣ୍ଟ' ଗୀତରେ କଥା ହେବାବେଳେ ଅଭିନେତ୍ରୀ କହିଥିଲେ ଯେ ମୁଁ ସେହି ଗୀତରେ ପିନ୍ଧିଥିବା ପୋଷାକ ମୋ ପସନ୍ଦ ନୁହେଁ। ଏହି କାର୍ଯ୍ୟ ପ୍ରଡକ୍ସନ୍ ଟିମ୍ ଦ୍ୱାରା କରାଯାଇଥାଏ ଏବଂ ସେମାନେ ସେହି ଗୀତରେ ପୋଷାକ ମଧ୍ୟ ସ୍ଥିର କରିଥିଲେ । ନିୟା କହିଛନ୍ତି ଯେ, ମୁଁ ଗୀତରେ ମୋର ଶତପ୍ରତିଶତ ଦେଇଛି। ଏଥିରେ କାମ କରିବା ମୋ ପାଇଁ ଗୌରବର ବିଷୟ । ଟ୍ରୋଲର କାରଣରୁ ସେ ନିଜକୁ ପରିବର୍ତ୍ତନ କରିବାକୁ ଯାଉନାହାଁନ୍ତି ବୋଲି ନିୟା ସ୍ପଷ୍ଟ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+