ମୁଁ ଏବେ ବିବାହିତ, ମୋ ସହ ଠିକ୍ ସେ କଥା ହୁଅନ୍ତୁ : ଦୀପିକା

"I'm married don't talk to me like this .. " said by Deepika .ମୁଁ ଏବେ ବିବାହିତ, ମୋ ସହ ଠିକ୍ ସେ କଥା ହୁଅନ୍ତୁ ,ଏପରି କିଛି କମେଣ୍ଟ କରି ଚର୍ଚ୍ଚାରେ ଦୀପିକା

ମୁମ୍ବାଇ: ମୁଁ ଏବେ ବିବାହିତ, ମୋ ସହ ଠିକ୍ ସେ କଥା ହୁଅନ୍ତୁ ,ଏପରି କିଛି କମେଣ୍ଟ କରି ଚର୍ଚ୍ଚାରେ ଦୀପିକା । ବଲିଉଡର ମସ୍ତାନୀ ଦୀପିକା ପାଦୁକୋଣ ହେଉଛନ୍ତି ଜଣେ ପ୍ରସିଦ୍ଧ ଅଭିନେତ୍ରୀ ।ଦୀପିକା ସ୍ୱାମୀ ରଣବୀର ସିଂଙ୍କ ସହ ଏବେ ଛୁଟି କାଟୁଛନ୍ତି । ଏହା ମଧ୍ୟରେ ଦୀପିକା ମୁଖ୍ୟ ଅତିଥି ଭାବେ କାଲିଫର୍ନିଆର ସେନ ଜୋସରେ ଆୟୋଜିତ କୋନକନି ସମ୍ମିଳନୀରେ (Konkani conference) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ତେବେ ଏହି ଇଭେଣ୍ଟ ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ ।

DEEPIKA
ଏହି ଭିଡିଓରେ ଦୀପିକାଙ୍କର ଜଣେ ଫ୍ୟାନ୍ ତାଙ୍କୁ କହିଥିଲେ ମୁଁ ଆପଣଙ୍କୁ ଭଲ ପାଉଛି ।ଫ୍ୟାନଙ୍କର ଏହି କଥା ଶୁଣିବା ପରେ ଦୀପିକା ବେଶ ରୋମାଞ୍ଚକ ଉତ୍ତର ଦେଇଥିଲେ । ଯାହା ଏବେ ସବୁଠି ସାଉଁଟୁଛି ଚର୍ଚ୍ଚା । ତେବେ ଦୀପିକା କହିଥିଲେ ଏବେ ମୁଁ ବିବାହିତ ମହିଳା,ମୋ ସହ ଠିକ୍ ସେ କଥା ହୁଅନ୍ତୁ ।ଦୀପିକାଙ୍କର ଏଭଳି କଥା ଶୁଣି ସମସ୍ତ ବେଶ ହସିଥିଲେ । ଏହି ଭିଡିଓଟି ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ୟୁଜର୍ସଙ୍କର ଭିନ୍ନ ଭିନ୍ନ କମେଣ୍ଟ ଦେଖିବା ପାଇଁ ମିଳୁଛି ।


ତେବେ ଦୀପିକା ଏହି ଇଭେଣ୍ଟରେ ଏକ ସୁନ୍ଦର ପିଙ୍କ କଲର ଡ୍ରେସ ପିନ୍ଧିଥିଲେ । ସେ ଇନଷ୍ଟାଗ୍ରାମରେ ନିଜ ଟ୍ରାଡିସନାଲ ଲୁକକୁ ସେୟାର ମଧ୍ୟ କରିଥିଲେ ।ଯାହାକୁ ବେଶ ପସନ୍ଦ କରୁଛନ୍ତି ଫ୍ୟାନ୍ସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+