ମୁଁ ମୋ ପିତାଙ୍କ ପରି ମୃତ୍ୟୁ ଚାହୁଁ ନାହିଁ, ଜାଣନ୍ତୁ ଏପରି କାହିଁକି କହିଲେ ଶାହାରୁଖ ଖାନ
Shah Rukh Khan: ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କୁ ନିକଟରେ ହତ୍ୟା ଧମକ ମିଳିଥିଲା ଯାହା ପରେ ହେଡଲାଇନରେ ରହିଥିଲେ କିଙ୍ଗ୍ ଖାନ । ଏପରିକି ତାଙ୍କ ଘରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ତେବେ ସଲମାନ ଖାନଙ୍କ ପରେ ଶାହାରୁଖଙ୍କୁ ହତ୍ୟା ଧମକ ମିଳିବା ପରେ ବିଟାଉନରେ ଚହଳ ସୃଷ୍ଟି ହୋଇଥିଲା ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାୟପୁରର ଜଣେ ବ୍ୟକ୍ତି ଶାହାରୁଖ ଖାନଙ୍କୁ ମୃତ୍ୟୁ ଧମକ ଦେଇଥିଲେ। ଏହି ବ୍ୟକ୍ତିଙ୍କ ନାମ ଫୈଜାନ ଖାନ ବୋଲି କୁହାଯାଉଛି । ଶାହାରୁଖ ଖାନଙ୍କୁ ହତ୍ୟା ଧମକ ଦେଇଥିବାରୁ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଫୈଜାନ ଖାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ଏହି ଘଟଣାର ତଦନ୍ତ ପାଇଁ ମୁମ୍ବାଇ ପୋଲିସ ରାୟପୁରରେ ପହଞ୍ଚିଥିଲା ଯେଉଁଠାରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଇଥିଲା। ମୃତ୍ୟୁ ଧମକ ପାଇବା ପରେ ଶାହାରୁଖ ଖାନଙ୍କ ପ୍ରଶଂସକମାନେ ଅତ୍ୟନ୍ତ ଚିନ୍ତିତ ହୋଇ ପଡିଥିଲେ । ତେବେ ଶାହାରୁଖ ଖାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡି ନାହିଁ। ସେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ବିବୃତ୍ତି ମଧ୍ୟ ଦେଇ ନାହାଁନ୍ତି ।
ଅନ୍ୟପଟେ ଶାହାରୁଖ ଖାନ ତାଙ୍କ ମୃତ୍ୟୁ ସହ ଜଡିତ ଗୁଜବକୁ ଅନେକ ଥର ମଜା କରୁଥିବା ଦେଖିବାର ମିଳିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଥର ଖବର ରହିଥିଲା ଏକ ବିମାନ ଦୁର୍ଘଟଣାରେ ଶାହାରୁଖ ଖାନଙ୍କ ମୃତ୍ୟୁ ହୋଇଛି ଏବଂ ଅଭିନେତା ନିଜେ ମଧ୍ୟ ସୋସିଆଲ ମିଡିଆରେ ଏହାକୁ ନେଇ ଏକ ପୋଷ୍ଟ ସେୟାର କରିଥିଲେ ।
ଶାହାରୁଖ ଖାନ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ, ବିମାନ ଦୁର୍ଘଟଣାରେ ମୋର ମୃତ୍ୟୁ ପରେ ମୋର ଏହି ସପ୍ତାହ ଭଲରେ କଟିଥିଲା । ସେଟରେ ଏକ ଛୋଟ ଦୁର୍ଘଟଣା ଘଟିବା ପରେ ଲୋକେ ଏହି ସବୁ କହିବା ଆରମ୍ଭ କରିଥିଲେ । ଶାହାରୁଖ ଖାନ ଏକ ସାକ୍ଷାତକାରରେ କହିଥିଲେ- ମୁଁ ମୋ ବାପାଙ୍କ ପରି ମୃତ୍ୟୁ ଚାହୁଁ ନାହିଁ।
ଶାହାରୁଖ ଖାନଙ୍କ ପିତା କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। କର୍କଟ ବିଷୟରେ ଶୁଣିବା ମାତ୍ରେ ସମସ୍ତେ ତାଙ୍କଠାରୁ ନିଜକୁ ଦୂରେଇ ରଖିବା ଆରମ୍ଭ କଲେ । ଏପରିକି ଡ୍ରାଇଭର କାର ଚଳାଇବାକୁ ମନା କରିଦେଇଥିଲା । ମୃତ୍ୟୁ ପରେ ଶାହାରୁଖ ନିଜେ ଗାଡ଼ି ଚଳାଇ ନିଜ ପିତାଙ୍କ ମୃତ ଦେହକୁ ଡାକ୍ତରଖାନାରୁ ଆଣିବା ପାଇଁ ଯାଇଥିଲେ ଶାହାରୁଖ ଖାନ ନିଜେ ଏକ ସାକ୍ଷାତକାରରେ ଏ ବିଷୟ ଆଲୋଚନା କରିଥିଲେ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications