ମୋତେ ପସନ୍ଦ ନଥିବା ଲୋକଙ୍କ ସହ ମୁଁ କାମ କରିପାରିବି ନାହିଁ: ପ୍ରିୟଙ୍କା ଚୋପ୍ରା
ମୁମ୍ବାଇ: ଗ୍ଲୋବାଲ ଆଇକନ୍ ପ୍ରିୟଙ୍କା ଚୋପ୍ରା ଜୋନାସ୍ କିଛିଦିନ ହେବ ସ୍ୱାମୀ ନିକ୍ ଏବଂ ଝିଅ ମାଲତିଙ୍କ ସହ ଭାରତ ଆସିଛନ୍ତି । ନିକଟରେ ଅଭିନେତ୍ରୀ NMACC ଗାଲା ଇଭେଣ୍ଟରେ ଯୋଗ ଦେଇ ଚର୍ଚ୍ଚାରେ ରହିଥିଲେ । ଏହା ସହିତ ପିସି ତାଙ୍କର ଆଗାମୀ ସିରିଜ୍ 'ସିଟାଡେଲ୍'ର ପ୍ରମୋସନରେ ମଧ୍ୟ ବିଜି ଅଛନ୍ତି ।
ସୋମବାର ଦିନ ପ୍ରିୟଙ୍କା ସୋ'ର କୋ-ଆକ୍ଟର ରିଚାର୍ଡ ମେଡେନଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ସମୟରେ ପ୍ରିୟଙ୍କା କହିଥିଲେ ଯେ, ସେ ନାପସନ୍ଦ କରୁଥିବା ଲୋକଙ୍କ ସହ କାମ କରିପାରିବେ ନାହିଁ ।

ଅଭିନେତ୍ରୀଙ୍କ ଆଗାମୀ ସିରିଜ୍ 'ସିଟାଡେଲ୍'କୁ ନେଇ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଛି । ଏହି ସମୟରେ ପିସି କହିଥିଲେ ଯେ, କିଛି ବର୍ଷ ହେବ ତାଙ୍କର କାମ କରିବା କ୍ରାଇଟେରିଆ ବଦଳିଯାଇଛି । ସେ ଆହୁରି କହିଛନ୍ତି, 'ମୁଁ ପସନ୍ଦ କରୁ ନଥିବା ଲୋକଙ୍କ ସହ କାମ କରିପାରିବି ନାହିଁ । ଏହା ଅସମ୍ବବ । ମୋତେ ଘେରି ରହିଥିବା ଲୋକଙ୍କର ପ୍ରଶଂସା କରିବା ପାଇଁ ପଡିବ। ମୁଁ ବହୁତ ଦିନ ଧରି ଏପରି କରିଆସୁଛି । ହଁ ମୁଁ କାମକୁ ଯିବାକୁ ଉତ୍ସାହିତ ହେବାକୁ ଚାହେଁ । ମୁଁ କାମକୁ ଯିବାକୁ ପ୍ରେରଣା ପାଇବାକୁ ଚାହେଁ ଏହା ମୋ ପାଇଁ ଖୁବ ବଡ଼ କଥା ଏଥିରେ ଆଡଜେସ୍ଟ କରିପାରିବି ନାହିଁ' ।
ଏହି କାର୍ଯ୍ୟକ୍ରମରେ ପ୍ରିୟଙ୍କା 'ସିଟାଡେଲ'ର ଭାରତୀୟ ସଂସ୍କରଣ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ତେବେ ପିସିଙ୍କୁ ପ୍ରଶ୍ନ କରାଯାଇଥିଲା ଯେ,'ସିଟାଡେଲ'ର ଭାରତୀୟ ସଂସ୍କରଣରେ ବରୁଣ ଏବଂ ସମନ୍ଥାଙ୍କୁ ଦେଖିବା ପାଇଁ ମିଳିବ ତେବେ ପିସି ତାଙ୍କୁ କିଛି ଉପଦେଶ ଦେବା ପାଇଁ ଚାହିଁବେ କି? ଯାହାରୁ ପୁରା କ୍ଲିୟର ଉତ୍ତର ଦେଇଥିଲେ ପ୍ରିୟଙ୍କା ସେ କହିଥିଲେ, ମୋତେ ଲାଗୁ ନାହିଁ ତାଙ୍କୁ କୌଣସି ପରାମର୍ଶ ଦେବା ପାଇଁ ପଡିବ । ଉଭୟ ବେଶ୍ ଭଲ କଳାକାର ।












Click it and Unblock the Notifications