ପରିବହନ ଜଗତର ଯୁଗାନ୍ତକାରୀ ଟୋକ୍ନୋଲୋଜି ହାଇପର୍ ପୁଲ୍
ପରିବହନ ଜଗତର ଯୁଗାନ୍ତକାରୀ ଟୋକ୍ନୋଲୋଜି ହେଉଛି ହାଇପର୍ ପୁଲ୍ ଯାତ୍ରା । ବର୍ଜିନ୍ ଗ୍ରୁପ୍ ପକ୍ଷରୁ ବିଗତ ବହୁ ବର୍ଷ ଧରି ରିସର୍ଚ୍ଚ କରାଯାଉଥିବା ହାଇପରପୁଲ୍ ଟେକ୍ନୋଲୋଜି ଆପଣଙ୍କ ଯାତ୍ରାକୁ ଅବିସ୍ମରଣୀୟ ତଥା ଅତୁଳନୀୟ କରିବାରେ ସକ୍ଷମ ହେବ । କାରଣ ଏହି ଟେକ୍ନୋଲୋଜି ଦ୍ୱାରା ହଜାର କିଲୋମିଟରର ଯାତ୍ରା ମାତ୍ର କିଛି ମିନିଟ୍ ଆପଣ ପୁରା କରିପାରିବେ ।

ଏହା ସଫଳ ହେଲେ ଦୁନିଆର ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବସ୍ଥାର ଗତି ସମ୍ପୂର୍ଣ୍ଣ ଭାବରେ ବଦଳିଯିବ । ଏଥିରେ ଘଂଟାପ୍ରତି ଏକ ହଜାର କିମି ଯାତ୍ରା କରିବା ସମ୍ଭବପର ହେବ। । ଏହି ସ୍ପିଡ୍ ଏକ ସାଧାରଣ ଟ୍ରେନ୍ଠାରୁ ବହୁ ଗୁଣରେ ଅଧିକ ଅଟେ ।

ଏହାଦ୍ୱାରା ଲୋକଙ୍କ ଯାତ୍ରା ସମୟ କମ୍ ହୋଇ ପାରିବ । ହାଇପର୍ ପୁଲ୍ରେ ଦୁନିଆର ବିଭିନ୍ନ ସହରକୁ ଯାତ୍ରା କରିବା ପାଇଁ ସମୟ ଆକଳନ କରାଯାଇଛି । ହାଇପର୍ ପୁଲ୍ର ୱେବ୍ସାଇଟ୍ରେ ଥିବା ରୁଟ୍ ଏଷ୍ଟିମେଟ୍ ଅନୁସାରେ ଦୀଲ୍ଲୀଠାରୁ ମୁମ୍ବାଇ ୧୫୫୩ କିଲୋମିଟର ଯାତ୍ରା କରିବା ପାଇଁ ଏଥିରେ ପ୍ରାୟ ଏକ ଘଂଟା ୨୨ ମିନିଟ୍ ଲାଗିବ ।

କେମିତି କାମ କରେ ହାଇପର୍ ପୁଲ୍?

ହାଇପର୍ ପୁଲ୍ ପଡ୍ସ ଭାକୁ୍ୟମ୍ ଥିବା ଏକ ଟୁ୍ୟବ୍ରେ ଯାତ୍ରା କରିଥାଏ । ଏହି ପଡ୍ସ୍ ସ୍ପିଡ୍କୁ ଦ୍ରୁତ ଗତି ପ୍ରଦାନ କରିବା ପାଇଁ ମ୍ୟାଗ୍ନେଟିକ୍ ଲେବିଟେସନ୍ ଏବଂ ପ୍ରୋପଲ୍ସନ୍ ଟେକ୍ନୋଲୋଜି ବ୍ୟବହାର କରିଥାଏ । ଟ୍ରେନ୍ ସହିତ ଏହି ପଡ୍ସ ଗୁଡ଼ିକ ଗତି କରିଥାଏ । ଭର୍ଜିନ୍ ହାଇପର୍ ଲୁପ୍ ସିଷ୍ଟମ୍ ଏୟାର୍ ଲକ୍ର ବ୍ୟବହାର କରି ସୁରକ୍ଷାକୁ ଅଧିକ ସୁନିଶ୍ଚିତ କରିଥାଏ ।

ଜରୁରୀକାଳିନ ପରିସ୍ଥିତିରେ ଯାତ୍ରୀମାନଙ୍କୁ ବାହାରକୁ କାଢ଼ିବା ପାଇଁ ଟୁ୍ୟବ୍ରେ ପ୍ରତି ୭୫ ମିଟରରେ ଏମର୍ଜେନସି ଏକଜିଟ୍ ସ୍ଥାନ ଥାଏ । ପରିବେଶ ଦୃଷ୍ଟିରୁ ମଧ୍ୟ ଏହି ଟେକ୍ନୋଲୋଜି ଉପଯୋଗୀ ଅଟେ, କାରଣ ଏଥିରେ ପ୍ରଦୂଷଣ ବହୁତ କମ୍ ହୋଇଥାଏ ।












Click it and Unblock the Notifications