ରଣବୀରଙ୍କ ନ୍ୟୁଡ ସୁଟକୁ ସମର୍ଥନରେ ଆଗକୁ ଆସିଲେ ବିଦ୍ୟା

ନ୍ୟୁଡ ଫଟୋ ସୁଟକୁ ନେଇ ଏବେ ବିବାଦରେ ବଲିଉଡ ଅଭିନେତା ରଣବୀର ସିଂ। ଅନେକ ଏହାକୁ ବିରୋଧ କରୁଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ।

ମୁମ୍ବାଇ: ନ୍ୟୁଡ ଫଟୋ ସୁଟକୁ ନେଇ ଏବେ ବିବାଦରେ ବଲିଉଡ ଅଭିନେତା ରଣବୀର ସିଂ। ଅନେକ ଏହାକୁ ବିରୋଧ କରୁଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ । ସେ କହିଛନ୍ତି, ''ଯଦି ଏହି ଫଟୋସୁଟ କାହାକୁ ଭଲ ଲାଗୁନାହିଁ, ତେବେ ସେମାନେ ଦେଖନ୍ତୁ ନାହିଁ । ଏପରିକି ଏହା ବିଷୟରେ ପଢ଼ନ୍ତୁ ନାହିଁ କିନ୍ତୁ ଲୋକମାନଙ୍କୁ କ'ଣ କରିବା ଉଚିତ ଏବଂ କ'ଣ ନ କରିବା ଉଚିତ ତାହା କହିବାର କୌଣସି ଅର୍ଥ ନାହିଁ । ଫଟୋସୁଟକୁ ‌ଯେତେ ସବୁ ଚର୍ଚ୍ଚା ହେଉଛି ତାହା ଅର୍ଥହୀନ। ଆପଣ ଅଭିବ୍ୟକ୍ତିର ସ୍ବାଧୀନତା ଉପରେ ପ୍ରଶ୍ନ କରିପାରିବେ ନାହିଁ ।"

vidya balan

ଲୋକପ୍ରିୟ ଫେସନ୍‌ ପତ୍ରିକା ପେପର୍‌ ମାଗାଜିନ୍‌ ପାଇଁ ଅଭିନେତା ରଣବୀର ସିଂହ କରିଥିଲେ ଏହି ଫଟୋସୁଟ୍‌ । ଏହା ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମହିଳାଙ୍କ ଭାବନାକୁ ଆଘାତ ହେଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି ।


ବିଦ୍ୟା ବାଲାନ ଭାଇରାଲ ହୋଇଥିବା ଭିଡିଓରେ କହିଛନ୍ତି "ଅସୁବିଧା କଣ, ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତି ଏହା କରୁଛନ୍ତି କି ? ଆମକୁ ମଧ୍ୟ ଆଖି ପକାଇବାକୁ ଦିଅ ।" ଏହା କହିବା ପରେ ବିଦ୍ୟା ଜୋର୍‌ରେ ହସିବାକୁ ଲାଗିଲେ । ତେବେ ରଣଭୀର ସିଂହଙ୍କ ବିରୋଧରେ ବିରୋଧରେ ମଙ୍ଗଳବାର ଚେମ୍ବୁର ପୁଲିସ୍‌ ଷ୍ଟେସନ୍‌ରେ ମାମଲା ରୁଜୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+