ବିବାଦର ହେଲା ସମାଧାନ: ଏକାଠି ରହିବେ ହ୍ୟୁମାନ ସାଗର-ଶ୍ରୀୟା
ବିବାଦର ହେଲା ସମାଧାନ: ଏକାଠି ରହିବେ ହ୍ୟୁମାନ ସାଗର-ଶ୍ରୀୟା

ସୂଚନା ଅନୁସାରେ, ଆଜି ଏସପି ଅମିତାଭ ମହାପାତ୍ରଙ୍କ ଉପସ୍ଥିତିରେ ହ୍ୟୁମାନ-ଶ୍ରୀୟା ମିଶ୍ରଙ୍କର ପାରିବାରିକ ବିବାଦର ସମାଧାନ ହୋଇଛି । ଏସପି ଅମିତାଭ ମହାପାତ୍ରଙ୍କ କହିବା ଅନୁସାରେ, ଆଉ କିଛି ଦିନ ପରେ ଶ୍ରୀୟା ହ୍ୟୁମାନଙ୍କ ଘରକୁ ଫେରିବେ । ସେହିପରି ଶ୍ରୀୟା ମଧ୍ୟ ଏହି କଥାକୁ ସ୍ୱୀକାର କରିଛନ୍ତି ସେ ଖୁବ ଶୀଘ୍ର ନିଜ ସ୍ୱାମୀଙ୍କ ଘରକୁ ଫେରିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଗାୟକ ହ୍ୟୁମାନ ଏବଂ ତାଙ୍କ ମା' ମଧ୍ୟ ସମାନ କଥା କହିଛନ୍ତି । ତେବେ ଆଜି ଦ୍ୱିତୀୟ ଥର ଉଭୟ ସ୍ୱାମୀ-ସ୍ତ୍ରୀଙ୍କର କାଉନସେଲିଂ କରାଯାଇଥିଲା । ଉଭୟ ନିଜ ନିଷ୍ପତ୍ତି ମହିଳା
ଥାନାରେ ଜଣାଇଥିଲେ ।
ସୂଚନାଥାଉ ଯେ, କିଛି ଦିନ ପୂର୍ବରୁ ପତ୍ନୀ ଶ୍ରୀୟା ମିଶ୍ର ହ୍ୟୁମାନଙ୍କ ବିରୋଧରେ ମାନସିକ ଏବଂ ଶାରୀରିକ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ । ତେବେ ପାରିବାରିକ ଅଶାନ୍ତି ଯୋଗୁଁ ପତ୍ନୀ କିଛି ମାସ ହେବ ବାଲେଶ୍ୱରରେ ଥିବା ବାପଘରକୁ ଚାଲିଯାଇଥିଲେ । ଡିସିପିଙ୍କ ଅଫିସକୁ ଯାଇ ଏନେଇ ଅଭିଯୋଗ କରିଥିଲେ ପତ୍ନୀ ଶ୍ରୀୟା । ଡିସିପି ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ହ୍ୟୁମାନ ସାଗର-ଶ୍ରେୟାଙ୍କୁ ମହିଳା ଥାନାରେ କାଉନସେଲିଂ କରାଯାଇ ଉଭୟଙ୍କୁ ୨ ଦିନର ସମୟ ଦେଇଥିଲେ ଯାହା ପରେ ପତ୍ନୀ ଶ୍ରେୟା ୩୦ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିଲେ । ଆଜି ହାଜର ହେବା ପରେ ଉଭୟଙ୍କର ପୁଣି କାଉନସେଲିଂ କରାଯାଇଥିଲା ।
୨୦୧୭ ରିୟଲିଟି ଶୋ 'ଭଏସ୍ ଅଫ୍ ଓଡ଼ିଶା ସିଜନ୍-୨'ରେ ଉଭୟ ଶ୍ରେୟା ଓ ହ୍ୟୁମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଦୁହେଁ ବିବାହ ମଧ୍ୟ କରିଥିଲେ। ଗାୟକ ଦମ୍ପତିଙ୍କର ଏକ ଛୋଟ ଝିଅ ବି ଅଛି ।












Click it and Unblock the Notifications