ରେଡ୍ ଡ୍ରେସରେ ହୁମାଙ୍କ ଜଲୱା, ଫ୍ୟାନ୍ସ କହିଲେ 'Look like fire'
ରେଡ୍ ଡ୍ରେସରେ ହୁମାଙ୍କ ଜଲୱା, ଫ୍ୟାନ୍ସ କହିଲେ 'Look like fire'
ମୁମ୍ବାଇ: ବଲିଉଡର ପ୍ରତିଭାବାନ ଅଭିନେତ୍ରୀ ହୁମା କୁରେଶୀ । ନିଜ ଭଲ କାମ ଓ ମଜାଳିଆ ଅନ୍ଦାଜରେ ଦର୍ଶକଙ୍କୁ ଇମପ୍ରେସ କରନ୍ତି । ବଲିଉଡ ସହ ହଲିଉଡ ଫିଲ୍ମରେ ମଧ୍ୟ ସେ କାମ କରିସାରିଛନ୍ତି । ତାଙ୍କ ଅଭିନୟର ଯାଦୁ ପ୍ରତ୍ୟେକ ବ୍ୟକ୍ତିର ହୃଦୟରେ ଘର କରିସାରିଛି । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ହୁମା ନିଜ ଅଭିନୟ ବ୍ୟତୀତ ଅନେକ କାରଣ ପାଇଁ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି ।

ସୋସିଆଲ ମିଡିଆରେ ଆକ୍ଟିଭ୍ ରହୁଥିବା ହୁମା ଭିନ୍ନ ଭିନ୍ନ ପୋଷ୍ଟ ସେୟାର କରି ଦର୍ଶକଙ୍କ ମନୋରଞ୍ଜନ କରନ୍ତି । ଏବେ ପୁଣି ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଛି ହୁମାଙ୍କ ଜଲୱା । ନିକଟରେ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ରେଡ୍ ସାଟିନ୍ ପ୍ଲାଜୋ ସହ ଫସଲ ବ୍ଲେଜରରେ ନଜର ଆସୁଛନ୍ତି ।

ହାଲକା ମେକଅପ୍ ସହ ସ୍ମୋକି ଆଇ ମେକଅପ୍ ତାଙ୍କ ଲୁକକୁ ଆଉ ଟିକେ ଖାସ କରୁଛି । ଅଭିନେତ୍ରୀଙ୍କ ଏହି ଲୁକକୁ ଫ୍ୟାନ୍ସ ବେଶ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ବେଶ ପ୍ରଶଂସା ସାଉଁଟିବା ସହ ଏହି ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି ।

ତେବେ ଅଭିନେତ୍ରୀଙ୍କ କାମ ବିଷୟରେ କହିବାକୁ ଗଲେ ଏବେ ଅନେକ ଚଳଚ୍ଚିତ୍ର ରିଲିଜ୍ ଅପେକ୍ଷାରେ ରହିଛି । ଖୁବ୍ ଶୀଘ୍ର ତାଙ୍କୁ 'ମୋନିକା, ଓଃ ମାଇଁ ଡାର୍ଲିଂ', 'ଡବଲ୍ ଏକ୍ସଏଲ୍', 'ତାରଲା' ଏବଂ 'ପୂଜା ମେରୀ ଜାନ' ପରି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ । ବିଶେଷ କଥା ହେଉଛି ପ୍ରତ୍ୟେକ ଫିଲ୍ମରେ ହୁମା ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିବା ସହ ତାଙ୍କର ନୂଆ ନୂଆ ଷ୍ଟାଇଲ୍ ଦେଖିକୁ ପାଇବେ ଦର୍ଶକ ।













Click it and Unblock the Notifications