ବଲିଉଡ ସିଙ୍ଗରଙ୍କ ଆପାର୍ଟମେଣ୍ଟରେ ଲାଗିଲା ନିଆଁ !
Bollywood News: ବଲିଉଡର ପ୍ରସିଦ୍ଧ ଗାୟକ ଶାନଙ୍କୁ ନେଇ ରହିଛି ଏକ ବଡ଼ ଖବର । ମଙ୍ଗଳବାର ସକାଳେ ମୁମ୍ବାଇର ବାନ୍ଦ୍ରା ୱେଷ୍ଟରେ ଅବସ୍ଥିତ ଫର୍ଚୁନ୍ ଏନକ୍ଲେଭ ନାମକ ଏକ ଆବାସିକ କୋଠାର ସପ୍ତମ ମହଲାରେ ନିଆଁ ଲାଗିଥିବା ନେଇ ସୂଚନା ରହିଛି । ସମାନ ବିଲ୍ଡିଂର ଏକାଦଶ ମହଲାରେ ଶାନ ତାଙ୍କ ପରିବାର ସହିତ ରୁହନ୍ତି ।
ତେବେ ଖବର ରହିଛି ଫ୍ଲାଟରେ ନିଆଁ ଲାଗିଥିବା ବେଳେ ଶାନ ଘରେ ନଥିଲେ। ଏହି ଘଟଣା ସମ୍ପର୍କରେ ଗାୟକଙ୍କ ପକ୍ଷରୁ ବର୍ତ୍ତମାନ କୌଣସି ବିବୃତ୍ତି ପ୍ରକାଶ ପାଇନାହିଁ। ହେଲେ ବର୍ତ୍ତମାନ ଶାନ ଏବଂ ପରିବାର ସୁରକ୍ଷିତ ଅଛନ୍ତି। ହେଲେ ଏହି ବିଲ୍ଡିଂର ଜଣେ 80 ବର୍ଷ ବୟସ୍କା ମହିଳା ଶ୍ୱାସ ନେବାରେ ଅସୁବିଧା ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆଇସିୟୁରେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅଗ୍ନିଶମ ବିଭାଗ ରାସି 1.45ରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଏହି ଅଗ୍ନିକାଣ୍ତରେ କାହାରି କିଛି କ୍ଷତି ହୋଇ ନାହିଁ । ତେବେ ସର୍ଟ ସର୍କିଟ ଯୋଗୁଁ ହଠାତ୍ ନିଆଁ ଲାଗିଥିବା ନେଇ ସୂଚନା ରହିଛି ହେଲେ ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରୁଛି।












Click it and Unblock the Notifications