ବଦଳିଲା ହ୍ରିତିକ୍-ଦୀପିକାଙ୍କ ଫିଲ୍ମ 'Fighter'ର ରିଲିଜ୍ ତାରିଖ, ଏହି ତାରିଖରେ ମୁକ୍ତିଲାଭ କରିବ
ବଦଳିଲା ହ୍ରିତିକ୍-ଦୀପିକାଙ୍କ ଫିଲ୍ମ 'Fighter'ର ରିଲିଜ୍ ତାରିଖ,ଏହି ତାରିଖରେ ମୁକ୍ତିଲାଭ କରିବ
ମୁମ୍ବାଇ: ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର Fighterକୁ ଫ୍ୟାନ୍ସ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ପୂର୍ବରୁ ଏହି ଫିଲ୍ମଟି ଚଳିତ ବର୍ଷ ସେପ୍ଟେମ୍ବରରେ ମୁକ୍ତିଲାଭ କରିବାର ଥିଲା କିନ୍ତୁ ବର୍ତ୍ତମାନ ଏହି ସିନେମାର ନୂଆ ରିଲିଜ୍ ତାରିଖ ଘୋଷଣା କରାଯାଇଛି । ଏହି ଫିଲ୍ମରେ ହ୍ରିତିକ ଓ ଦୀପିକାଙ୍କ ଜବରଦସ୍ତ ଯୋଡିକୁ ଏକାଠି ଦେଖିବା ପାଇଁ ମିଳିବ । ଏହା ସହ ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅନିଲ କପୁର ମଧ୍ୟ ନଜର ଆସିବେ ।
'Fighter'ର ନୂଆ ରିଲିଜ୍ ତାରିଖ
7 ମାସ ପୂର୍ବରୁ ଫିଲ୍ମ 'Fighter'ଏକ ମୋସନ ଟିଜର ରିଲିଜ ହୋଇଥିଲା । ଯେଉଁଥିରେ ସୂଚନା ଦିଆଯାଇଥିଲା ଯେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋଣ ଷ୍ଟାରର ଫିଲ୍ମ 'Fighter' 28 ସେପ୍ଟେମ୍ବର 2023 ରେ ପ୍ରେକ୍ଷାଳୟରେ ରିଲିଜ୍ ହେବ । କିନ୍ତୁ କୌଣସି କାରଣରୁ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ରିଲିଜ୍ ହୋଇପାରିବ ନାହିଁ ଏବଂ ବର୍ତ୍ତମାନ ନିର୍ମାତାଙ୍କ ତରଫରୁ ଫିଲ୍ମର ନୂଆ ରିଲିଜ୍ ତାରିଖ ଘୋଷଣା କରାଯାଇଛି ।
ବାଣିଜ୍ୟ ବିଶ୍ଳେଷକ ତରନ ଆଦର୍ଶ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମର ରିଲିଜ୍ ତାରିଖ ପରିବର୍ତ୍ତନ ବିଷୟରେ ସୂଚନା ଦେଇଛନ୍ତି । ତରଣଙ୍କ ସୂଚନା ଅନୁସାରେ ହ୍ରିତିକ୍,ଦୀପିକା ପାଦୁକୋଣ ଏବଂ ଅନିଲ କପୁର ଷ୍ଟାରର ଫିଲ୍ମ 'Fighter'25 ଜାନୁୟାରୀ 2024 ରେ ଅର୍ଥାତ୍ ଦୁଇ ବର୍ଷ ପରେ ମୁକ୍ତିଲାଭ କରିବ । ନୂଆ ରିଲିଜ୍ ତାରିଖ ସହିତ Fighter ଏକ ପୋଷ୍ଟର ମଧ୍ୟ ସେୟାର କରାଯାଇଛି ।

ପ୍ରଥମ ଥର ଏକାଠି ନଜର ଆସିବେ ହ୍ରିତିକ-ଦୀପିକା
ଫିଲ୍ମ 'Fighter'ରେ ପ୍ରଥମ ଥର ପାଇଁ ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋଣଙ୍କୁ ଏକାଠି ଦେଖିବା ପାଇଁ ମିଳିବ । ଏହା ସହ ହ୍ରିତିକ୍ ପ୍ରଥମ ଥର ପାଇଁ ଭେଟେରାନ୍ ଅଭିନେତା ଅନିଲ କପୁରଙ୍କ ସହ ମଧ୍ୟ ସ୍କ୍ରିନ୍ ସେୟାର କରିବା ପାଇଁ ଯାଉଛନ୍ତି । ଫିଲ୍ମ 'WAR'ର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏହି ଫିଲ୍ମର ନିର୍ଦ୍ଦେଶନା ଦାଇତ୍ୱ ତୁଳାଇଛନ୍ତି । ଯାହା 2019ର ସୁପରହିଟ୍ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ ।












Click it and Unblock the Notifications