OTT'ରେ ଧମାଲ୍ କରୁଛି ଫିଲ୍ମ ଫାଇଟର୍, ଜାଣନ୍ତୁ କେଉଁଠି ଦେଖିବେ ହ୍ରିତିକ୍-ଦୀପିକାଙ୍କ ଆକ୍ସନ ଭରା ଏହି ସିନେମା
Fighter Ott Release: ଥିଏଟର ପରେ ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଫିଲ୍ମ 'ଫାଇଟର୍' ବର୍ତ୍ତମାନ OTT'ପ୍ଲାଟଫର୍ମରେ ଧମାଲ ଦେଖାଇବା ପାଇଁ ପ୍ରସ୍ତୁତ । ବ୍ଲକବଷ୍ଟର ଚଳଚ୍ଚିତ୍ର 'ଫାଇଟର୍' ଚଳିତ ବର୍ଷ ଆରମ୍ଭରୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମକୁ ନେଇ ଦର୍ଶକଙ୍କର ମିଶ୍ରିତ ପ୍ରତିକ୍ରିୟା ଦେଖିବା ପାଇଁ ମିଳିଥିଲା । ବର୍ତ୍ତମାନ ଓଟିଟି ପ୍ଲାଟଫର୍ମରେ ଏହି ସିନେମା ରିଲିଜ୍ ହେବା ଅପେକ୍ଷାରେ ।
ହ୍ରିତିକ୍ ରୋଶନ ଏବଂ ଦୀପିକା ପାଦୁକୋଣଙ୍କ ଫିଲ୍ମ 'ଫାଇଟର୍' ବକ୍ସ ଅଫିସରେ ଭଲ ଆୟ କରିଥିଲା । ବର୍ତ୍ତମାନ ଏହି ହିନ୍ଦୀ ସିନେମାର ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଯାଇଛି । ଏହି ଖବର ଦର୍ଶକଙ୍କ ଉତ୍ସାହକୁ ଦ୍ୱିଗୁଣ ବୃଦ୍ଧି କରିଦେଇଛି । ତେବେ ଯଦି ଆପଣ ଏହି ଫିଲ୍ମକୁ ଯଦି ସିନେମା ହଲରେ ଏପର୍ଯ୍ୟନ୍ତ ଦେଖି ନାହାଁନ୍ତି ତେବେ ବର୍ତ୍ତମାନ ନିଜ ଘରେ ବେଶ୍ ଆରାମରେ ଏହି ଫିଲ୍ମ ଦେଖି ପାରିବେ ।

ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ 212.62 କୋଟି ଟଙ୍କା ରୋଜଗାର କରିଥିଲା ଏବଂ ବର୍ତ୍ତମାନ ଏହା OTT ରେ ମଧ୍ୟ ନିଜ ଛାର ଛାଡିବା ପାଇଁ ଯାଉଛି ହ୍ରିତିକ୍-ଦୀପିକାଙ୍କ ଏହି ଫିଲ୍ମ । ନିକଟରେ ନିର୍ମାତାମାନେ ଏହି ଚଳଚ୍ଚିତ୍ରଟି OTT'ରେ ରିଲିଜ୍ ହେବା ନେଇ ସୂଚନା ଦେଇଥିଲେ । OTT ପ୍ଲାଟଫର୍ମ ନେଟଫ୍ଲିକ୍ସର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଚଳଚ୍ଚିତ୍ର ସମ୍ବନ୍ଧରେ ଏକ ବଡ ଅପଡେଟ୍ ଦିଆଯାଇଥିଲା । ଅର୍ଥାତ୍ ବର୍ତ୍ତମାନ ଆପଣ ନେଟଫ୍ଲିକ୍ସରେ ଏବେ ଫାଇଟର୍ ଦେଇପାରିବେ ।
ଏହି ଚଳଚ୍ଚିତ୍ର ନେଟଫ୍ଲିକ୍ସରେ 20 ମାର୍ଚ୍ଚ 2024 ରେ ମଧ୍ୟରାତ୍ରିରେ ମୁକ୍ତିଲାଭ କରୁଛି । ତେବେ ଡିଲିଟ୍ ହୋଇଥିବା ଦୃଶ୍ୟଗୁଡିକୁ ମଧ୍ୟ OTT ସଂସ୍କରଣରେ ଦେଖିପାରିବେ । ହ୍ରିତିକ୍ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଏହି ଚଳଚ୍ଚିତ୍ର 25 ଜାନୁୟାରୀ 2024 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଯୁଦ୍ଧ ଏବଂ ଆକ୍ସନରେ ଭରପୁର ଏହି ସିନେମା ସିଦ୍ଧ ଆନନ୍ଦଙ୍କ ସହ ହ୍ରିତିକ୍ ରୋଶନଙ୍କ ଏହା ହେଉଛି ତୃତୀୟ ଚଳଚ୍ଚିତ୍ର ।
ଫିଲ୍ମ 'ଫାଇଟର'କୁ ବକ୍ସଅଫିସରେ ମିଶ୍ରିତ ପ୍ରତିକ୍ରିୟା ଦେଖଇବା ପାଇଁ ମିଳିଥିଲା । ଏହି ସିନେମାରେ ପ୍ରଥମ ଥର ବଡ ପରଦାରେ ହ୍ରିତିକ୍ ରୋଶନ ଏବଂ ଦୀପିକା ପାଦୁକୋଣଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା । ଉଭୟଙ୍କ ଅନସ୍କ୍ରିନ୍ ଯୋଡିକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ଅନ୍ୟପକ୍ଷରେ କିଛି ଦର୍ଶକ ଏହି ସିନେମାକୁ କିଛି ଖାସ୍ ପସନ୍ଦ କରି ନଥିଲେ । କିଛି ସୋସିଆଲ ମିଡିଆ ୟୁଜର ଏହି ସିନେମାକୁ ହଲିଉଡ ଫିଲ୍ମ ସହ ତୁଳନା କରିଥିଲେ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications