ବିମାନବନ୍ଦରରେ ଲିପ୍ କିସ୍ କରି ଚର୍ଚ୍ଚାରେ ହ୍ରିତିକ୍, ସବାଙ୍କ ସହ ଏହି ଭିଡିଓ ହେଲା ଭାଇରାଲ
ବିମାନବନ୍ଦରରେ ଲିପ୍ କିସ୍ କରି ଚର୍ଚ୍ଚାରେ ହ୍ରିତିକ୍, ସବାଙ୍କ ସହ ଏହି ଭିଡିଓ ହେଲା ଭାଇରାଲ

ମୁମ୍ବାଇ: ହିନ୍ଦୀ ସିନେମାର ସୁପରଷ୍ଟାର ହ୍ରିତିକ ରୋଶନ । ସିନେମା ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ମଧ୍ୟ ଅଭିନେତା ନିଜ ଆଗାମୀ ଚଳଚ୍ଚିତ୍ର ଏବଂ ନିଜ ଗର୍ଲଫ୍ରେଣ୍ତଙ୍କୁ ନେଇ ଲାଇମଲାଇଟରେ ଅଛନ୍ତି । ସୋସିଆଲ ମିଡିଆରେ ହ୍ରିତଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓରେ ହ୍ରିତିକ ତାଙ୍କ ପ୍ରେମିକା ତଥା ଅଭିନେତ୍ରୀ ସବା ଆଜାଦଙ୍କୁ ବିମାନବନ୍ଦରରେ ଲିପ୍ କିସ୍ କରୁଥିବାର ଦେଖିବା ପାଇଁ ମିଳିଥିଲା । ହ୍ରିତିକ ଏବଂ ସବାଙ୍କ ଏହି ରୋମାଣ୍ଟିକ ଭିଡିଓ ଇଣ୍ଟରନେଟରେ ଜବରଦସ୍ତ ଭାଇରାଲ ହେବାରେ ଲାଗିଛି ।
ଇନଷ୍ଟାଣ୍ଟ ବଲିଉଡ ସୋମବାର ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛି । ଏହି ଭିଡିଓରେ ହ୍ରିତିକ ରୋଶନ ଏବଂ ସାବା ଆଜାଦ ସମାନ କାରରେ ମୁମ୍ବାଇ ବିମାନବନ୍ଦରକୁ ଆସି ପହଁଚିଛନ୍ତି । ଏହା ପରେ ହ୍ରିତିକ ତାଙ୍କ ଲେଡି ସବାଙ୍କୁ ଲିପ୍ କସି କରି ନିଜ ଯାତ୍ରା ଆରମ୍ଭ କରିଥିଲେ ।
ଭିଡିଓକୁ ଦେଖି ଅନୁମାନ କରାଯାଇ ପାରୁଛି ଯେ, ସବା ହ୍ରିତିକଙ୍କୁ ବିମାନବନ୍ଦରରେ ଛାଡିବା ପାଇଁ ଆସିଥିଲେ । ହ୍ରିତିକ ରୋଶନ ଏବଂ ସବା ଆଜାଦଙ୍କ ଏହି ଚୁମ୍ବନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ହ୍ରିତିକ ରୋଶନ ଏବଂ ସାବାଙ୍କ ଏହି ରୋମାଣ୍ଟିକ ଭିଡିଓ ଉପରେ ପ୍ରଶଂସକ ମଧ୍ୟ ନିଜ ମତ ଦେବା ଆରମ୍ଭ କରି ଦେଇଛନ୍ତି କିଛି ଉଭୟଙ୍କର ଏହି ଅନ୍ଦାଜକୁ ପସନ୍ଦ କରୁଥିବା ବେଳେ କିଛି ଏହି ଷ୍ଟାର କପଲର ନିନ୍ଦା କରୁଛନ୍ତି ।
ଗତ ବର୍ଷ ହ୍ରିତିକ ରୋଶନ ଫିଲ୍ମ 'ବିକ୍ରମ ବେଦ' ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିଥିଲେ। ହେଲେ ଏହି ଫିଲ୍ମ ଦର୍ଶକଙ୍କୁ କିଛି ଖାସ ପସନ୍ଦ ଆସି ନଥିଲା ଯାହା ବକ୍ସ ଅଫିସରେ ଫ୍ଲପ୍ ମଧ୍ୟ ହୋଇଥିଲା । ହେଲେ ବର୍ତ୍ତମାନ ପ୍ରଶଂସକ ଉତ୍ସାହର ସହ ହ୍ରିତିକଙ୍କ ଆଗାମୀ ଚଳଚ୍ଚିତ୍ର 'ଫାଇଟର୍'କୁ ଅପେକ୍ଷା କରିଛନ୍ତି । ସୂଚନା ଅନୁସାରେ ଏହା ଏକ ଥ୍ରୀଲର ଫିଲ୍ମ । ଯାହା ଆସନ୍ତା ବର୍ଷ ରିଲିଜ୍ ହେବ । ହ୍ରିତିକ ରୋଶନଙ୍କ ସହ ବଲିଉଡ ସୁପରଷ୍ଟାର ଦୀପିକା ପାଦୁକୋଣ ଏବଂ ଅନିଲ କପୁର ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications