Get Updates
Get notified of breaking news, exclusive insights, and must-see stories!

ମୃତ୍ୟୁ ପୂର୍ବରୁ କେମିକି ଥିଲା କେକେଙ୍କ ସ୍ୱାସ୍ଥ୍ୟବସ୍ଥା ? ସାମ୍ନାକୁ ଆସିଲା ଭିଡିଓ...

ବଲିଉଡ ଗାୟକ କେକେ ମୃତ୍ୟୁ ପୂର୍ବରୁ ଷ୍ଟେଜରେ ଅସୁସ୍ଥ ହୋଇ ପଡିଥିଲେ । ଏବେ ସେହି ସମୟର ଏକ ଛୋଟ ଭିଡିଓ ଫୁଟେଜ ସାମ୍ନାକୁ ଆସିଛି ।

କୋଲକତା: ବଲିଉଡ ଗାୟକ କେକେ ମୃତ୍ୟୁ ପୂର୍ବରୁ ଷ୍ଟେଜରେ ଅସୁସ୍ଥ ହୋଇ ପଡିଥିଲେ । ଏବେ ସେହି ସମୟର ଏକ ଛୋଟ ଭିଡିଓ ଫୁଟେଜ ସାମ୍ନାକୁ ଆସିଛି । ଷ୍ଟେଜରେ ଗୀତ ଗାଉଛନ୍ତି ବଲିଉଡ ଗାୟକ କେକେ । ଆଉ ଗୀତ ଗାଇବା ପରେ ସହଯୋଗୀଙ୍କୁ ଦେଉଛନ୍ତି ମାଇକ । ଏହି ସମୟରେ କେକେ ଅସୁସ୍ଥ ମନେ କରୁଥିବା ଦେଖିବାକୁ ମିଳିଛି ।

Singer KK

ପରେ ତାଙ୍କୁ ଶୀଘ୍ର କାର୍ଯ୍ୟକ୍ରମ ସ୍ଥଳରୁ ଚଲାଇ ଚଲାଇ ବାହାରକୁ ନିଆଯାଇଛି। ତେବେ ହସ୍ପିଟାଲ ନେବା ବାଟରେ ହିଁ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଅଧା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସେପଟେ କାର୍ଯ୍ୟକ୍ରମ ସ୍ଥଳର ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ଭିଡିଓ ଏବଂ ପ୍ରତକ୍ଷଦର୍ଶୀଙ୍କ ବୟାନ ମୁତାବକ, ଯେଉଁଠି ଲାଇଭ କନ୍‌ସର୍ଟର ଆୟୋଜନ କରାଯାଇଥିଲା ସେଠାରେ ଏୟାର କଣ୍ଡିସନ ଠିକ୍‌ ଭାବେ କାମ କରୁନଥିଲା। ପ୍ରବଳ ଗରମ ହେଉଥିଲା।

ତେବେ ପୋଲିସ ଅପମୃତ୍ୟୁ ମାମଲା ଋଜ୍ଜୁ କରି ଉଭୟ କଲେଜ କର୍ତ୍ତୃପକ୍ଷଙ୍କ ସହ ନାଜରୁଲ ମଞ୍ଚ କର୍ତ୍ତୃପକ୍ଷଙ୍କୁ ପଚରା ଉଚରା କରୁଛି । ଗତକାଲି ଷ୍ଟେଜ ଶୋ କରୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ କେକେ । ଏହା ପରେ ତାଙ୍କୁ କୋଲକାତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ସାମ୍ନାକୁ ଆସିଥିବା ଭିଡିଓରେ ଗାୟକଙ୍କ ମୁହଁରେ ପ୍ରବଳ ଝାଳ ବୋହୁଥିବା ସ୍ପଷ୍ଟ ଦେଖାଯାଉଛି। ଏଥିସହ ତାଙ୍କ ପାଖରେ ଥିବା ଲୋକେ ଅଧିକ ଗରମ ହେଉଛି ବୋଲି କହୁଥିବା ଶୁଣିବାକୁ ମିଳିଛି। ଏଥିସହ ମଞ୍ଚ ଉପରେ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା ସେତେବେଳେ କେକେ କିଛି ଇସାରା କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ତଥାପି ଗାୟକଙ୍କ ମୃତ୍ୟୁର କାରଣ ବିଷୟରେ ନିଶ୍ଚିତ ଭାବରେ ଏବେ କିଛି କୁହାଯାଇପାରିବ ନାହିଁ । ପୋଷ୍ଟମର୍ଟମ ରିପୋର୍ଟ ଶୀଘ୍ର ଆସିବା ନେଇ ଆଶା କରାଯାଉଛି ।

ସୂଚନା ମୁତାବକ, ଦକ୍ଷିଣ କୋଲକାତା ନଜରୁଲ ମଞ୍ଚ ଏକ ବନ୍ଦ ଅଡିଟୋରିୟମ ଅଟେ। ଏଠାରେ କେକେଙ୍କ କନ୍‌ସର୍ଟ ପାଇଁ ମଙ୍ଗଳବାର ପ୍ରବଳ ଭିଡ ଜମିଥିଲା। ଏହି ମଞ୍ଚର କ୍ଷମତା ପ୍ରାୟ ୨୪୦୦ କିନ୍ତୁ କେକେଙ୍କ କନସର୍ଟ ଦିନ ଏଠାରେ ପ୍ରାୟ ୭୦୦୦ ଲୋକେ ଏକାଠି ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+