'RRR' ପାଇଁ କେତେ ଫିସ୍ ନେଇଛନ୍ତି ଅଜୟ ଏବଂ ଆଲିଆ? ଜାଣିଲେ, ଚମକି ପଡିବେ...
ଅଭିନେତା ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟ ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟନ୍ତି। ଯଦିଓ ଏହି ଚଳଚ୍ଚିତ୍ରରେ ଅଜୟ ଏବଂ ଆଲିଆଙ୍କର ଛୋଟ ଭୂମିକା ରହିଛି, ମାତ୍ର ଉଭୟଙ୍କ ଫିସ୍ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ବଲିଉଡ କଳାକାର ।
ମୁମ୍ବାଇ: ବାହୁବଳୀ ଖ୍ୟାତି ନିର୍ଦ୍ଦେଶକ ଏସ୍ ରାଜାମୌଲିଙ୍କ ଆଗାମୀ ଫିଲ୍ମ 'RRR' ଚଳିତ ବର୍ଷ ଆସିବାକୁ ଥିବା ସବୁଠାରୁ ବଡ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ । ଏହି ଚଳଚ୍ଚିତ୍ରରେ ସାଉଥ୍ ଇଣ୍ଡଷ୍ଟ୍ରିର ଜୁନିୟର ଏନଟିଆର (Jr NTR) ଏବଂ ରାମ ଚରଣ୍ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥି ସହିତ ହିନ୍ଦୀ ସିନେମା ଅଭିନେତା ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟ ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟନ୍ତି। ଯଦିଓ ଏହି ଚଳଚ୍ଚିତ୍ରରେ ଅଜୟ ଏବଂ ଆଲିଆଙ୍କର ଛୋଟ ଭୂମିକା ରହିଛି, ମାତ୍ର ଉଭୟଙ୍କ ଫିସ୍ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ବଲିଉଡ କଳାକାର ।

ଅଜୟ 35 କୋଟି ଫିସ୍ ନେଇଛନ୍ତି
ଏସ୍ ରାଜାମୌଲିଙ୍କ RRRରେ ଅଜୟ ଦେବଗାନ୍ ବହୁତ ଛୋଟ ଭୂମିକାରେ ଅଛନ୍ତି । ତେବେ କୁହାଯାଉଛି କି, ଅଜୟ ଏହି ଛୋଟ ଭୂମିକା ପାଇଁ 35 କୋଟି ଟଙ୍କା ଫିସ୍ ନେଇଛନ୍ତି। ଆପଣଙ୍କୁ କହି ରଖୁ ଯେ, ଅଜୟ ଦେବଗାନ୍ ପ୍ରଥମ ଥର ପାଇଁ ସାଉଥ୍ ଇଣ୍ଡଷ୍ଟ୍ରିର ଏକ ଫିଲ୍ମରେ ଦେଖିବାକୁ ମିଳିବେ ।

ଆଲିଆ 9 କୋଟି ଫିସ୍ ନେଇଛନ୍ତି
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଲିଆ ଭଟ୍ଟ ଏହି ଚଳଚ୍ଚିତ୍ରର ମୁଖ୍ୟ ନାୟିକା । କିନ୍ତୁ ତାଙ୍କ ଭୂମିକା କେବଳ 20-22 ମିନିଟ୍ ପାଇଁ । ଏହି ଭୂମିକା ପାଇଁ ଆଲିଆ 9 କୋଟି ଟଙ୍କା ଫିସ୍ ନେଇଛନ୍ତି। ବଲିଉଡରେ ପୁରା ଫିଲ୍ମ ପାଇଁ ସେ ଯାହା ଆଦାୟ କରନ୍ତି, ତା'ଠାରୁ ଆଲିଆ 'RRR' ରେ 20 ମିନିଟର ଭୂମିକା ପାଇଁ ଅଧିକ ଚାର୍ଜ କରିଛନ୍ତି ।

କରୋନା କାରଣରୁ ଫିଲ୍ମର ରିଲିଜ୍ ସ୍ଥଗିତ ରହିଛି
ଏସ୍ ରାଜାମୌଲିଙ୍କ ଏହି ଫିଲ୍ମ 'RRR' ଚଳିତ ମାସ 7 ରେ ମୁକ୍ତିଲାଭ କରିବାର ଥିଲା । ଏହାର ତାରକାମାନେ ମଧ୍ୟ ଫିଲ୍ମର ପ୍ରମୋସନରେ ନିୟୋଜିତ ଥିଲେ । କିନ୍ତୁ କରୋନା ସଂକ୍ରମଣ ବୃଦ୍ଧି ହେତୁ ଫିଲ୍ମର ରିଲିଜ୍ ସ୍ଥଗିତ ରଖାଯାଇଛି । ନୂତନ ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ବର୍ତ୍ତମାନର କରୋନାର 3ୟ ଲହର କମିଯିବା ପରେ ହିଁ ଫିଲ୍ମଟି ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରଟି ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍ ଏବଂ ହିନ୍ଦୀ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ ।












Click it and Unblock the Notifications