ସୈଫ ଅଲ୍ଲି ଖାନଙ୍କ ଉପରେ ୬ ଥର ଛୁରା ମାଡ଼, କେଉଁ ପରିସ୍ଥିତିରେ ହୋଇଥିଲା ଆକ୍ରମଣ !

Saif Ali Khan News: ଗୁରୁବାର ରାତିରେ ସୈଫ ଅଲ୍ଲୀ ଖାନଙ୍କ ମୁମ୍ବାଇ ବାସଭବନରେ ତାଙ୍କୁ ଆକ୍ରମଣ କରାଯାଇଛି । ବର୍ତ୍ତମାନ ଭିନ୍ନ ଭିନ୍ନ ଦିଗରୁ ଏହି ମାମଲାର ତଦନ୍ତ କରାଯାଉଛି । ହେଲେ ଏହି ଖବର ପ୍ରକାଶ ପାଇବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି । ଏତେ ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ ଅଭିନେତାଙ୍କ ଉପରେ ଏପିରି ଆକ୍ରମଣ କେମିତି ହେଲା।

ବଲିଉଡ ଅଭିନେତା ସୈଫଙ୍କ ଉପରେ ୬ ଥର ଛୁରୀରେ ଆକ୍ରମଣ କରାଯାଇଥିଲା । ଯାହା ପରେ ତାଙ୍କ ପୁଅ ଇବ୍ରାହିମ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ଯେଉଁଠି ସୈଫଙ୍କର ଚିକିତ୍ସା ଜାରି ରହିଛି । ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ବର୍ତ୍ତମାନ ପୋଲିସ ଏହି ମାମଲାରେ ତିନି ଜଣଙ୍କୁ ଅଟକ ରଖିଛି ଏବଂ ସେମାନଙ୍କୁ ପଚରାଉଚରା ଚାଲିଛି।

saif ali khan

ପୋଲିସ ସୈଫ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଅନେକ ଦୃଷ୍ଟିକୋଣରୁ ତଦନ୍ତ କରୁଛି। ଏହି ସମୟରେ ଅନେକ ତତ୍ତ୍ୱ ସାମ୍ନାକୁ ଆସିଛି ଯାହା ମାଧ୍ୟମରେ ପୋଲିସ ମାମଲାର ମୂଳଦୁଆକୁ ଯିବାକୁ ଚେଷ୍ଟା କରୁଛି।

ପୋଲିସର ପ୍ରାରମ୍ଭିକ ତତ୍ତ୍ୱ ଅନୁଯାୟୀ, ଆକ୍ରମଣକାରୀ ଚାକରାଣୀଙ୍କୁ ଭେଟିବା ଉଦ୍ଦେଶ୍ୟରେ ପରିସରରେ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି। ଅଭିଯୋଗ ଅନୁଯାୟୀ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ଏହି ସମୟରେ ବ୍ୟକ୍ତି ଜଣକ ଚାକରାଣୀକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଯେଉଁ ସମୟରେ ଅଭିନେତା ଘଟଣାସ୍ଥଳରେ ପହଞ୍ଚିଲେ ଏବଂ ପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଯାହା ପରେ ଅଭିଯୁକ୍ତ ଅଭିନେତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା ।

ସେହିପରି ପୋଲିସ ସନ୍ଦେହ କରୁଛି ଯେ, ଅଭିନେତାଙ୍କ ଉପରେ ଆକ୍ରମଣ ପଛରେ କୌଣସି ଷଡ଼ଯନ୍ତ୍ର ଥାଇ ପାରେ । ଏ ସମ୍ପର୍କରେ, ପୋଲିସ ଅଭିନେତାଙ୍କ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କୁ ମଧ୍ୟ ପଚରାଉଚରା କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+