Housefull 5: ଅକ୍ଷୟ କୁମାରଙ୍କ ଫିଲ୍ମ’ହାଉସଫୁଲ 5’ ର ଟ୍ରେଲର ରିଲିଜ
ଅକ୍ଷୟ କୁମାରଙ୍କ 'ହାଉସଫୁଲ୍ ୫' ର ଟ୍ରେଲର ଆଜି ରିଲିଜ ହୋଇଛି । ଜୁନ ୬ ରେ ଫିଲ୍ମଟି ରିଲିଜ ହେବାକୁ ଯାଉଛି । ଏଥିରେ ୧୭ ଜଣ ଅଭିନେତା ଅଭିନେତ୍ରୀଙ୍କ ଅଭିନୟର ଯାଦୁ ଦେଖିବାକୁ ପାଇବେ ଦର୍ଶକ । ଯାହାକୁ ନେଇ ଏବେ ପ୍ରଶଂସକଙ୍କ ମନରେ ଉତ୍ସାହ ବଢିବାରେ ଲାଗିଛି ।

ନିକଟରେ ଅକ୍ଷୟ କୁମାରଙ୍କ ରିଲିଜ ହୋଇଥିବା 'କେଶରୀ ଚାପ୍ଟର ୨'ଫିଲ୍ମ ସେତେ ଭଲ ଆୟ କରିବାରେ ସଫଳ ହୋଇ ନଥିଲା । କିନ୍ତୁ ଏବେ ଅକ୍ଷୟଙ୍କ ଚଳିତ ଫିଲ୍ମ 'ହାଉସ୍ ଫୁଲ 5'କୁ ନେଇ ତାଙ୍କ ଫ୍ୟାନ୍ସ ଆଶାବାଦୀ ରହିଛନ୍ତି ।
ଏହା ସହିତ ଏଥିରେ ଅନେକ ନାମିଦାମୀ କଳାକାରଙ୍କ ଅଭିନୟ ଦେଖିବାର ସୁଯୋଗ ପାଇବେ ଦର୍ଶକ । ଯାହା ଫୁଲ ଧମାଲ କରିବ ବୋଲି ଅନୁମାନ କରାଯାଉଛି । ତରୁଣ ମନସୁଖାନୀ ଏହି ଫିଲ୍ମର ଡାଇରେକ୍ଟର୍ ଥିବାବେଳେ ପୁରୁଣା ଷ୍ଟାର ଏହି ଫିଲ୍ମରେ ଦମଦାର ଆକଟିଂ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଅକ୍ଷୟ କୁମାର, ରିତେଶ ଦେଶମୁଖ, ଅଭିଷେକ ବଚ୍ଚନ, ଫରଦିନ ଖାନ, ଜ୍ୟାକଲିନ୍ ଫର୍ଣ୍ଣାଡିଜ୍, ସୋନମ ବାଜୱା, ନରଗିସ ଫାକରୀ, ସଞ୍ଜୟ ଦତ୍ତ, ଜ୍ୟାକି ଶ୍ରଫ୍, ନାନା ପାଟେକର, ଦିନୋ ମୋରିଏ, ଚିତ୍ରାଙ୍ଗଡ ସିଂ, ରଞ୍ଜିତ, ସୌନ୍ଦର୍ଯ୍ୟ ଶର୍ମା ଏବଂ ନିକିତିନ ଧୀର ଭଳି ଅନେକ ପୁରୁଣା ତାରକାଙ୍କୁ ଦେଖିବାକୁ ପାଇବେ ଦର୍ଶକ । ୬ ଜୁନରେ ଫିଲ୍ମ ରିଲିଜ ହେବାକୁ ନେଇ ନିଷ୍ପତ୍ତି ନିଆଯାଇଛି ।
ସୂଚନାନୁଯାୟୀ, କିଛି ଦିନ ପୂର୍ବରୁ 'ହାଉସଫୁଲ୍ 5 'ଚର୍ଚ୍ଚାରେ ରହିଥିଲା । କାରଣ ଏହାର ଟିଜର ହଠାତ୍ Youtubeରୁ କାଟିଦିଆଯାଇଥିଲା । ଯାହା ଫଳରେ ଫିଲ୍ମର ନିର୍ମାତା Youtube ଏବଂ mofusion studio ବିରୋଧରେ ୨୫ କୋଟି ଟଙ୍କାର ମାନହାନି ମକୋଦ୍ଦମାର ଅଭିଯୋଗ ଆଣିଥିଲେ ।
ଫିଲ୍ମର ଟ୍ରେଲର ପୁଣି ଥରେ Youtubeରେ ଆସିଛି । ଯାହା ପରେ ଦର୍ଶକମାନଙ୍କ ମନରେ ଫିଲ୍ମ ପ୍ରତି ଥିବା ଭଲପାଇବାକୁ ଅନୁମାନ କରାଯାଉଛି । ୩ ସପ୍ତାହ ମଧ୍ୟରେ ଏହି ଫିଲ୍ମର ଟିଜରକୁ ୧୦ମିଲିୟନରୁ ଅଧିକ ଭ୍ୟୁ ମିଳିଛି ।












Click it and Unblock the Notifications