ଗୃହ ପ୍ରବେଶ କଲେ ରଣବୀର-ଦୀପିକା , ଫୋଟ୍ ହେଲା ଭାଇରାଲ
Entertainment News :House Warming Ceremony By Deepika and Ranveer . Puja performedଗୃହ ପ୍ରବେଶ କଲେ ରଣବୀର-ଦୀପିକା ,ଫୋଟ୍ ହେଲା ଭାଇରାଲ
ମୁମ୍ବାଇ: ବଲିଉଡର ଚର୍ଚ୍ଚିତ କପଲ ଦୀପିକା-ରଣବୀର । ଉଭୟଙ୍କୁ ପାୱାର କପଲ ବୋଲି ମଧ୍ୟ କୁହାଯାଏ । ସୋସିଆଲ ମିଡିଆରେ ଏହି ଷ୍ଟାର ଯୋଡି ବେଶ୍ ଆକ୍ଟିଭ୍ ରହିଥାଏ । ଉଭୟ ଫ୍ୟାନ୍ସଙ୍କ ଫଟୋ ଓ ଭିଡିଓ ସେୟାର କରନ୍ତି । ଯାହାକୁ ଫ୍ୟାନ୍ସଙ୍କର ବେଶ୍ ଭଲ ପାଇବା ମଧ୍ୟ ମିଳିଥାଏ । ତେବେ ଦୀପିକା-ରଣବୀର ନିଜ ଫ୍ୟାନ୍ସଙ୍କ ସହ ଆଉ ଖୁସି ଖବର ମଧ୍ୟ ସେୟାର କରିଛନ୍ତି । ନିକଟରେ ମୁମ୍ବାଇର ଅଲିବାଗରେ ଉଭୟ ବିଳାସପୂର୍ଣ୍ଣ ଘର କିଣିଥିଲେ । ଯେଉଁ ଖବର ମଧ୍ୟ କିଛି ଦିନ ଖୁବ ଚର୍ଚ୍ଚା ସାଉଁଟିଥିଲା । ବର୍ତ୍ତମାନ ନିଜ ନୂଆ ଘରେ ଗୃହ ପ୍ରବେଶ କରିଛନ୍ତି ଦୀପିକା-ରଣବୀର । ଏହି ସମୟରେ ଉଭୟଙ୍କ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ରଣବୀର ସିଂ ନିଜ ଇନଷ୍ଟାଗ୍ରାମରେ ଗୃହ ପ୍ରବେଶର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଉଭୟଙ୍କୁ ଦେଖିବା ପାଇଁ ମିଳୁଛି । ରଣବୀର-ଦୀପିକା ଉଭୟ ଧଳା ଡ୍ରେସରେ ନଜର ଆସୁଛନ୍ତି । ଯେଉଁଥିରେ ଏହି ଷ୍ଟାର କପଲ୍ ଏକ ଘରେ ହୋମ କରୁଥିବାର ନଜର ଆସୁଛନ୍ତି । ରଣବୀର ଅନେକ ଫଟୋ ସେୟାର କରିଛନ୍ତି । କେଉଁ ଫଟୋରେ ଉଭୟ ଘରର ଫାଟକ ଖୋଲିଥିବାର ନଜର ଆସୁଛି ,ତ କେତେବେଳେ ପରସ୍ପରର ହାତକୁ ଧରିବାର ସେହିପରି କେତେବେ ହୋମ୍ କରିବାର ଏପରି କିଛି ଫଟୋ ରଣବୀର ସେୟାର କରିଛନ୍ତି ହେଲେ କୌଣସି ଫଟୋରେ ଉଭୟଙ୍କର ମୁହଁ ଦେଖା ଯାଉ ନାହିଁ ।

ରଣବୀର ଏହି ଫଟୋଗୁଡ଼ିକ ସହିତ କୌଣସି କ୍ୟାପସନ୍ ନ ଲେଖି ବାସ୍ ଘରର ଏକ ଇମୋଜି ଦେଇ ପୋଷ୍ଟ କରିଛନ୍ତି । ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଫଟୋରେ କିଛି ପ୍ରଶଂସକ ଦୀପିକା-ରଣବୀରଙ୍କୁ ଶୁଭେଚ୍ଛା ଜଣାଉଥିବା ବେଳେ କିଛି ଏ ଫଟୋକୁ ନେଇ ପ୍ରଶ୍ନ ପଚାରିବା ଆରମ୍ଭ କରିଦେଇଛନ୍ତି । ସୂଚନା ଅନୁସାରେ ଦୀପିକା-ରଣବୀରଙ୍କର ଏହି ଘରର ମୂଲ୍ୟ ୨୨କୋଟି । ଅଲିବାଗରେ ଅବସ୍ଥିତ ବିଏଚ୍କେ ଘର ସାମ୍ନାରେ ସମୁଦ୍ର କୂଳ ମଧ୍ୟ ରହିଛି ।

-
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ












Click it and Unblock the Notifications